• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi
ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି : ମୋଦି

ରାଜସ୍ଥାନ : ଏଲଓସିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ରାଜସ୍ଥାନ ଚୁରୁରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ରହିଛି। ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି। ଦେଶ ଠାରୁ ବଳି ଆଉ କୌଣସି ଜିନିଷ ବଡ଼ ନୁହେଁ ବୋଲି ମୋଦି କହିଛନ୍ତି। ସୂଚନା ଯେ, ଆଜି ଭୋର ୩ଟା ୩୦ରେ ମିରାଜ୍‌ ଫାଇଟର ଜେଟ୍‌-୨୦୦୦ […]

  • Friday, 16 July 2021
pak
ଭାରତର ବିମାନ ଆକ୍ରମଣକୁ ଦୃଢ଼ ଖଣ୍ଡନ କଲା ପାକିସ୍ତାନ

ଇସ୍‌ଲାମାବାଦ : ଭାରତର ବିମାନ ଆକ୍ରମଣକୁ ଦୃଢ଼ ଭାବରେ ଖଣ୍ଡନ କଲା ପାକିସ୍ତାନ। ଭାରତ କହୁଥିବା ଆକ୍ରମଣ କଥା ମନଗଢ଼ା ବୋଲି କହିଲା ପାକିସ୍ତାନ। ତେବେ ଭାରତ ଉପରେ ପ୍ରତି ଆକ୍ରମଣ ବି କରାଯିବ ବୋଲି କହିଲା ପାକିସ୍ତାନ। ଉଲ୍ଲେଖନୀୟ ଯେ, ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ମିରେଜ ଫାଇଟର ଜେଟ୍‌ସ୍‌ ପିଓକେରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଫଳରେ ବାୟୁସେନାର ଜୋରଦାର ଆକ୍ରମଣରେ ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ସମ୍ପୂର୍ଣ୍ଣ ଧ୍ୱଂସ […]

  • Friday, 16 July 2021
2
ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର ରହିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଆଜି ଭୋଟ୍‌ ହେଉଛି। ୨୦୧୪ ନିର୍ବାଚନରେ ସମସ୍ତ ୭ଟି ଆସନରେ ବିଜେପି ବିଜୟୀ ହୋଇଥିଲା। ଏଥର କିନ୍ତୁ ପରିସ୍ଥିତି ବଦଳିଛି। ବିଜେପିକୁ କଡ଼ା ଟକ୍କର ଦେଇପାରନ୍ତି ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ଡର ହର୍ଷବର୍ଦ୍ଧନ ଚାନ୍ଦନୀଚୌକରେ ଲଢୁଛନ୍ତି। ଗତ ନିର୍ବାଚନରେ ମଧ୍ୟ ହର୍ଷବର୍ଦ୍ଧନ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଉତ୍ତର […]

  • Friday, 16 July 2021
1
ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେଉଛି। ଏହି ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ କୋଟି ୧୭ ଲକ୍ଷ ୮୨ହଜାର ୪୭୨ ଭୋଟର। ଏଥିପାଇଁ ୧ ଲକ୍ଷ ୧୩ ହଜାର ୧୬୭ଟି ବୁଥ୍ କରାଯାଇଛି।  ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର […]

  • Friday, 16 July 2021
nia
ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେଉଛି

ନୂଆଦିଲ୍ଲୀ : ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍ଆଇଏ ଏନେଇ ସୂଚନା ଦେଇଛି। ତଦନ୍ତ ସହ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଆକ୍ରମଣରେ ପାକିସ୍ତାନର ହାତ ଥିବା ସଂପର୍କିତ ଅନେକ ପ୍ରମାଣ ପାଇଛି ଏନଆଇଏ। ବଡ଼ ଧରଣର କ୍ଷତି ହେବା ଭଳି ଆକ୍ରମଣରେ ୪ରୁ ୫ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସାମିଲ ଥିଲେ। ଏହାଭିତରେ ଆତ୍ମଘାତୀ ଆକ୍ରମଣକାରୀ ଆଦିଲ ଅହମ୍ମଦ ଡର ଓ […]

  • Friday, 16 July 2021
modi in prayag raj
ପ୍ରୟାଗରାଜରେ ବୁଡ଼ ପକାଇଲେ ମୋଦି

ପ୍ରୟାଗରାଜ୍‌ : ପ୍ରୟାଗରାଜ୍‌ରେ ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ମୋଦି ତ୍ରିବେଣୀ ସଂଗମରେ ସ୍ନାନ କରିବା ସହ ଗଙ୍ଗା ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ। ମହା ଆଳତି କାର୍ଯ୍ୟକ୍ରମରେ ଯୋଗଦେଇ ଆଶିଷ ଲାଭ କରିଥିଲେ। ଏହାପରେ କୁମ୍ଭମେଳାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସେବା କରିଛନ୍ତି ପ୍ରଧାନମନ୍ତ୍ରୀ। ସଫେଇ କର୍ମଚାରୀଙ୍କୁ ବସାଇ ସେମାନଙ୍କ ଗୋଡ଼ ଧୋଇ ଦେଇଥିଲେ ମୋଦି। #WATCH: Prime Minister Narendra Modi washes feet of sanitation workers in Prayagraj pic.twitter.com/otTUJpqynU […]

  • Friday, 16 July 2021
blast
କାର୍ପେଟ କାରଖାନାରେ ବିସ୍ଫୋରଣ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ଅଘଟଣ। ଏକ କାର୍ପେଟ କାରଖାନାରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି। କାରଖାନା ପରିସରରେ ଥିବା ଖୋଲା ସ୍ଥାନକୁ ବେଆଇନ୍‌ ଭାବେ ବାଣ ତିଆରି ପାଇଁ ବ୍ୟବହାର କରାଯାଉଥିଲା। ତେଣୁ ବାଣରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ନିମିଷକ ମଧ୍ୟରେ କାରଖାନାଟି ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ବିସ୍ଫୋରଣର ପ୍ରଭାବରେ ପାଖରେ ଥିବା ତିନିଟି ଘର ମଧ୍ୟ ଭାଙ୍ଗିଯାଇଛି। […]

  • Friday, 16 July 2021
chanda
ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ :  ICICI  ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି ସିବିଆଇ। ଚନ୍ଦା କୋଚରଙ୍କ ସହ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପ୍‌ ପ୍ରମୋଟର ବେଣୁଗୋପାଳ ଧୁତଙ୍କ ନାଁରେ ମଧ୍ୟ ନୋଟିସ୍‌ ଜାରି ହୋଇଛି। ଭିଡିଓକନ୍ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍‌ ତରଫରୁ ୩ ହଜାର ୨ ଶହ ୫୦ କୋଟି ଟଙ୍କା ଋଣ ଅନୁମୋଦନ କରିଥିବା […]

  • Friday, 16 July 2021
murder
କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ତାମିଲନାଡୁ : କ୍ଲାସ୍‌ ରୁମ୍‌ରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା। ତାମିଲନାଡୁରେ କୁଡ୍ଡାଲୋର ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ,ଶିକ୍ଷୟିତ୍ରୀ ଜଣଙ୍କ କ୍ଲାସ୍‌ ରୁମ୍‌ରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଯୁକ୍ତିତର୍କ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଶିକ୍ଷୟିତ୍ରୀଙ୍କୁ ବିବାହ କରିବା ପାଇଁ ପୂର୍ବରୁ ଯୁବକ ଜଣଙ୍କ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଯୁବତୀଙ୍କ ପରିବାର ପକ୍ଷରୁ ମନା କରାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ […]

  • Friday, 16 July 2021
trade--1
ପାକିସ୍ତାନ-ଭାରତ ମଧ୍ୟରେ ଟ୍ରେଡ୍ ଓ୍ୱାର୍

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ଲଢ଼େଇର ପ୍ରଭାବ ସୀମାରେ ଦେଖିବାକୁ ମିଳିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨ଶହ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ଲଗାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ଟ୍ରେଡର୍ସମାନେ ସ୍ୱାଗତ କରିଛନ୍ତି। ଏହା ଫଳରେ ଭାରତ-ପାକିସ୍ତାନ ଅଟାରୀ ବର୍ଡରରେ ଶହ ଶହ ଟ୍ରକ୍‌ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଟ୍ରେଡ୍ ୟୁନିୟନ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ […]

  • Friday, 16 July 2021
dmk-congress
ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ

ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍‌କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍‌କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ। ସହଯୋଗୀ ଡିଏମ୍‌କେ ୨୦ରୁ ୨୫ ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ଆସନ ଛୋଟ ଛୋଟ ସହଯୋଗୀ ଦଳକୁ ଦେବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ […]

  • Friday, 16 July 2021