• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

exam
ମୋବାଇଲ ବ୍ୟବହାର ନେଇ କଟକଣା : ପରୀକ୍ଷା ବେଳେ ମୋବାଇଲ ଧରି ପାରିବେନି ପରୀକ୍ଷକ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲରେ ନିଜ ପାଖରେ ମୋବାଇଲ ରଖିପାରିବେ ନାହିଁ।  ଏପରିକି ବନ୍ଦ ଥିବା ମୋବାଇଲ ପାଖରେ ମଧ୍ୟ ରଖିପାରିବେ ନାହିଁ।  ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଅାସିଥିବା ଶିକ୍ଷକମାନେ […]

  • Friday, 16 July 2021
naveen-patnaik
୨ଦିନିଅା ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି। କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍‌ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ ଦିଲ୍ଲୀ ଡକାଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ଅାଲୋଚନା ହେବ ସେ ନେଇ କିଛି ସୂଚନା ମିଳିନି। ଅାସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ।

  • Friday, 16 July 2021
bijepur voting
ବିଜେପୁର ଉପନିର୍ବାଚନ : ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁ ବୁଥ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍

ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୮ଟାରୁ  ଅାରମ୍ଭ ହୋଇଥିବା ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୩ଟା ସୁଦ୍ଧା ୫୫ପ୍ରତିଶତ ମତଦାନ ସୂଚନା ମିଳିଛି। ଭୋଟିଂ ଅାରମ୍ଭରୁ […]

  • Friday, 16 July 2021
rail strike dkl
ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍‌ର ରହଣି ଦାବିରେ ରେଳରୋକ୍

ଢ଼େଙ୍କାନାଳ : ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍‌ର ରହଣି ଦାବିରେ ରେଳରୋକ୍। ‌ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ।  ରେଳରୋକ୍‌ରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ। ସମ୍ବଲପୁର ରୁଟ୍‌ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର ଦାବି ହେଉଛି।

  • Friday, 16 July 2021
cgo--
ନୂଆଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ପଣ୍ଡିତ ଦିନ୍ ଦୟାଲ ଅନ୍ତୋଦୟ ଭବନର ପଂଚମ ମହଲାରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ନିଆଁ ଲିଭାଇବା ପାଇଁ ପ୍ରାୟ ୨୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ଭବନରେ ଏୟାର ଫୋର୍ସ, ବନ ବିଭାଗ ସହ ପାନୀୟ ଜଳ ମନ୍ତ୍ରାଳୟ ଭଳି କେନ୍ଦ୍ର ସରକାରଙ୍କ […]

  • Friday, 16 July 2021
gift blast
ବଲାଙ୍ଗିର ଜିଲ୍ଳାର ଗିଫ୍ଟ ପ୍ୟାକେଟ୍‌ ବିସ୍ଫୋରଣ ଘଟଣା : ପାର୍ସଲ ବୋମାଟି ରାୟପୁରରୁ ଆସିଥିବା ପୋଲିସର ସୂଚନା

  ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସରେ ସୂଚନା ଦିଅାଯାଇଛି। ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍  ମିଳିବା ପରେ ବୋମା […]

  • Friday, 16 July 2021
mahanadi
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦ୍ୱିତୀୟ ବୈଠକ ବି ବିଫଳ

ନୂଆଦିଲ୍ଲୀ ( ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ବସିଥିବା ଦ୍ୱିତୀୟ ବୈଠକ ବି ବିଫଳ। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଏ ନେଇ ସେମାନେ ଟ୍ରିବ୍ୟୁନାଲକୁ ଜଣାଇବେ। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିନଥିଲା। ଗତ ୯ ତାରିଖରେ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିଲା। […]

  • Friday, 16 July 2021
obc
ପିଏନବି ପରେ ପୁଣି ଏକ ବ୍ୟାଙ୍କ ଠକେଇ ମାମଲାର ପର୍ଦ୍ଦାଫାସ୍; ୩୯୦ କୋଟି ଚଳୁ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘ ୬ ମାସ ପୂର୍ବରୁ ଏନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ସିବିଆଇ ଏହି ମାମଲାରେ କାରୋଲ ବାଗ ସ୍ଥିତ ଦ୍ୱାରକା ଦାସ ସେଠ୍ […]

  • Friday, 16 July 2021
konark express
ମୁମ୍ବାଇ଼-କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ ଘଟଣା: ବୋମା ନୁହେଁ, ରଙ୍ଗ ବାକ୍ସ ଥିଲା

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଥିବା ନେଇ  ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍‌ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା। ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦୁଇଟିକୁ ଦେଖିବାକୁ ମିଳିଥିଲା। ତେବେ ବାକ୍ସ ଦୁଇଟିର କେହି ଦାବିଦାର […]

  • Friday, 16 July 2021
Nirav Modi
ପିଏନବି ଦୁର୍ନୀତି ମାମଲା: ଚଢ଼ଉ ବେଳେ ଇଡି ଦ୍ୱାରା ୧୦ ହଜାରରୁ ଅଧିକ ବିଦେଶ ହାତବନ୍ଧା ଘଣ୍ଟା ଜବତ

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଘଟଣାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସଂପୃକ୍ତି ନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ […]

  • Friday, 16 July 2021
konark express
ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ

ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନ୍‌ର ସଂରକ୍ଷିତ ବଗି S-11ରୁ ଆରପିଏଫ୍‌ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ  ବୋମା ସ୍କ୍ୱାଡ୍‌ ଟିମ୍‌ ଟ୍ରେନ୍‌ରୁ ବାକ୍ସକୁ ବାହାର କରି ଯାଞ୍ଚ ଆରମ୍ଭ କରିଛି।

  • Friday, 16 July 2021
bijepur election
ବିଜେପୁର ବ୍ୟାଟେଲ୍

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।।   ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।

  • Friday, 16 July 2021
bijepur election
ବିଜେପୁର ଉପ-ନିର୍ବାଚନ: ଭିଭିପାଟ୍ ମେସିନ୍‌ରେ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବିଜେପୁର ଉପ-ନିର୍ବାଚନ ମତଦାନରେ ବାଧାପ୍ରାପ୍ତ ନେଇ ସୂଚନା ମିଳିଛି। ଭିଭିପାଟ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍‌ରେ ମେସିନ୍‌ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଗ୍ରହଣର ଅଧ ଘଣ୍ଟାଏ ପରେ ଭିଭିପାଟ୍‌ରେ ତ୍ରୁଟି ଦେଖାଯାଇଥିଲା। ବରପାଲି ବ୍ଲକ ୨୦ ନଂ ବୁଥ୍‌ରେ ମେସିନ୍‌ରେ ବି ତ୍ରୁଟି ଅଭିଯୋଗ ହୋଇଛି। ନିର୍ବାଚନ […]

  • Friday, 16 July 2021
Bijepur election
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ବିଜେପୁର ଭୋଟ୍

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।  ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। […]

  • Friday, 16 July 2021
parliament
ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।  ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ। ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି  ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାର ହେବ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ […]

  • Friday, 16 July 2021
Banabira attack
ବନାବିରା ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

କଟକ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ଆକ୍ରମଣ ଘଟଣାରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଆହତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଡ୍ରାଇଭର ଦିଲେଶ୍ୱରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଦିଲେଶ୍ୱରଙ୍କୁ ବୁର୍ଲା ମେଡିକାଲରୁ ଏସସିସିବିକୁ ସ୍ଥାନାନ୍ତର କରାଯାଇଥିଲା  ତେବେ […]

  • Friday, 16 July 2021
17
ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ବିଭ୍ରାଟ : ପ୍ରଥମ ଦିନ ପରୀକ୍ଷା ଚାଲୁଥିବା ବେଳେ ହ୍ୱାଟ୍ସଅପ୍‌ରେ ଘୁରି ବୁଲିଲା ପ୍ରଶ୍ନପତ୍ର

କଟକ/ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟ୍ସଅପ୍‌ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। କେନ୍ଦ୍ରାପଡ଼ା ଆଳି ବଜାରରୁ ଏହା ଭାଇରାଲ ହୋଇଥିଲା। ଚାହୁଁ ଚାହୁଁ ପ୍ରଶ୍ନପତ୍ର ହ୍ବାଟ୍ସ ଅାପ୍ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚି ଯାଇଥିଲା। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ହିଁ ପ୍ରଥମ ଦିନର ପରୀକ୍ଷା ସରିଛି । ପ୍ରଶ୍ନପତ୍ର ଭଲ ଥିବା […]

  • Friday, 16 July 2021