ରାୟଗଡ଼ା: ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଏହି ଘଟଣା ଘଟିଛି। ଗତକାଲି ସଂଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝୀ ଗୁରୁତର ଆହତ ହୋଇଥିଲେ। ତେବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା […]
ଭୁବନେଶ୍ୱର: କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ। ଘଟଣା ଘଟିଛି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ। ମୃତ ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ଗତରାତିରେ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଗତ ସଂଧ୍ୟାରେ ଘର ପରିସରରେ ଥିବା […]
ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍ଗାର୍ଲଙ୍କ ସହ ଅୟସ୍ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି। ଘନ ଘନ ଜେରା ପରେ ଖୋଲିଛି ଏମାନଙ୍କ କଳା କାରନାମାର ଗୁମର। ପୂରା ଫିଲ୍ମୀ ଅନ୍ଦାଜ୍ରେ ଜୀବନ କାଟୁଥିଲେ ଏହି ଲୁଟେରାମାନେ। ନିଶା ସେବନ ଓ ବାର୍ଗାର୍ଲଙ୍କ […]
ଭୁବନେଶ୍ୱର : ମହାନଦୀ ପରେ ଏବେ ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେଡି। ଏଯାଏଁ ମହାନଦୀ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଆରମ୍ଭ ହୋଇନାହିଁ। ଟର୍ମ ଅଫ୍ ରେଫରେନ୍ସ ଓ ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇ ନାହାଁନ୍ତି। କଟା ଘା’ରେ ଚୂନ ଦେଲା ଭଳି ଇବ୍ ନଦୀର ଉପନଦୀ ମୈନୀରେ ଛତିଶଗଡ଼ ବନ୍ଧ ତିଆରି କରୁଛି। ଏହାଯୋଗୁଁ ଗଭୀର ପ୍ରଭାବ ପଡ଼ିବ ଏବଂ ଇବ୍ ନଦୀ […]
ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ। ମାଟ୍ରିକ ଖାତା ମୂଲ୍ୟାୟନର ଠିକ୍ ଗୋଟିଏ ଦିନ ଆଗରୁ ଅର୍ଥାତ୍ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନକୁ ପାଖାପାଖି ୨୦ଦିନ ବିତିଲାଣି। ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନକୁ ବି […]
ଭୁବନେଶ୍ୱର : ଅଧା ଓଡ଼ିଶା ପାଇଁ ସତର୍କ ସୂଚନା। କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ କଲା ପାଣିପାଗ ବିଭାଗ। ୧୪ଟି ଜିଲ୍ଲାର ଲୋକଙ୍କୁ ରାତି ୭ଟା ପର୍ଯ୍ୟନ୍ତ ସତର୍କ ସୂଚନା। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଏବଂ ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦/୬୦ କି.ମି […]
ଭୁବନେଶ୍ୱର : ନବୀନ ନିବାସରେ ଆଜି ବି ହୋଇଛି ବିଜେଡିର ଯୋଗଦାନ କାର୍ଯ୍ୟକ୍ରମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ। କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଏହି ସମସ୍ତ କର୍ମକର୍ତ୍ତା। ଶତାଧିକ ସମର୍ଥକଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ବିଜେଡିରେ ଯୋଗ ଦେଇଛନ୍ତି। କେନ୍ଦ୍ରାପଡ଼ରେ ଏହି ନେତା ଓ କର୍ମୀଙ୍କ ଯୋଗଦାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ […]
ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା। ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସେପଟେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଲବଙ୍ଗସର […]
ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]
କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଅନ୍ୟ ଛାତ୍ରୀଙ୍କ କହିବା ଅନୁସାରେ, ୭ ଜଣ ଛାତ୍ରୀ ଶୌଚ ପାଇଁ ଯାଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଲାଇଟ ପକାଇଥିଲା। କିଛି ଛାତ୍ରୀ ସେଠାରେ ବେହୋସ […]
ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା […]
ମାଲକାନଗିରି: ମାଲକାନଗିରିରେ ଗଞ୍ଜେଇ ଚାଲାଣକାରୀ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି। ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ ପୋଲିସକୁ ଚକ୍ମା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ପୋଲିସ ଗୋଟିଏ ଟିପର ଓ ମିନି ଟ୍ରକକୁ ମଧ୍ୟ […]
ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। କିଛି ଗଣ ଶିକ୍ଷକ ଏନେଇ ମୁହଁ ଖୋଲିଥିବା ବେଳେ ବିଇଓ କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର: ଗଞ୍ଜାମ ଦିଗପହଣ୍ଡିରେ ସଡକ ଦୁର୍ଘଟଣା। ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଆଜି ସକାଳେ ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଏକ ଯାତ୍ରାବାହୀ ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲ ପାଠାଯାଇଛି। ଆହତମାନେ ଭୁବନେଶ୍ୱର ସାଲିଆସାହି ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ଭୁବନେଶ୍ୱରରୁ ଦିଗପହଣ୍ଡିର ବାଙ୍କେଶ୍ୱରୀ ପୀଠ ବୁଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର କହିଛନ୍ତି। ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ବୋଲି ଧରାଯାଇଥାଏ। ଏହାସହ ଆଇଏମ୍ଡି ଆହୁରି କହିଛି ଯେ, ଦେଶର […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡିଶା ଉପରକୁ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡିଶାରେ ଅପରାହ୍ନ ସମୟରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି ଅଭିନବ ପ୍ରତିବାଦ କରାଯାଉଛିା ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯାଉଛିା SC/ST ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ଏପ୍ରିଲ ୨ […]