ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରେ ତୈଳ ଦର। ପେଟ୍ରୋଲ୍ ଓ ଡ଼ିଜେଲ୍ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଘଟିବାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ବୃଦ୍ଧି ଘଟୁଛି। ସୋମବାର ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ଲିଟର ପିଛା ୬୪ ଟଙ୍କା ୫୮ ପଇସାରେ ପହଞ୍ଚି ରେକର୍ଡ କରିଛି। ସେହିଭଳି ଲିଟର ପିଛା ପେଟ୍ରୋଲ ଦର ମଧ୍ୟ […]
କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଖାଡ଼ଇାଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବକିଶୋର ନାଏକଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ନବକିଶୋର ନାଏକ ବଗିଚାକୁ ଯାଇଥିବା ବେଳେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଭାଲୁ କବଳରୁ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନବକିଶୋରଙ୍କ ଦୁଇ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ମଧ୍ୟ ଆହତ ହୋଇଛନ୍ତି। […]
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ। Greetings of #UtkalaDibasa to our brothers, […]
ପାରୀଦୀପ: ପାରାଦୀପରେ ମାଛ ମଡ଼କ। ସ୍ଥାନୀୟ ବଟ ନଦୀର ବାଲିଝରା ପଠାରେ ଅସଂଖ୍ୟ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଗତକାଲି ନଦୀରୁ ପ୍ରାୟ ୨ ଟନ୍ ମଲା ମାଛ ସ୍ଥାନୀୟ ଲୋକେ ଗୋଟେଇ ଥିବା ଅଭିଯୋଗ ହୋଇଛି। ତେବେ ମାଛ ମଡ଼କର ସଠିକ୍ କାରଣ ଜଣା ପଡ଼ିନଥିବା ବେଳେ ନଦୀରେ କେହି ବିଷ ପ୍ରୟୋଗ କି ମାଛମରା ଔଷଧ ପକାଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନଦୀରୁ ମାଛ ଚୋରି ହେଉଥିବା ଯୁବ ପରିଷଦ […]
କଟକ: କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଅଘଟଣ। ରାତିରେ ଶୋଇଥିବା ବେଳେ ନାବାଳକ ଜୀବନ୍ତ ଦଗ୍ଧ। ମୃତକ ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର। ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା। ନିଆଁ ଲାଗି ଯିବା ପରେ ଚାଳ ଭୁଶୁଡ଼ି ପଡ଼ିବାରୁ ଘରେ ଲୋକେ ତାକୁ ଆଉ ଉଦ୍ଧାର କରିପାରିନଥିଲେ। ଫଳରେ ନାବାଳକ ଜୀଅନ୍ତା ଜଳି ଯାଇଥିଲା। ଦମକଳ ବାହିନୀ […]
କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗ୍ୟାସ ଟାଙ୍କର। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍ ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର ଭାଙ୍ଗି ପରେ ଓଲଟି ପଡ଼ିଥିଲା। ମଧୁପାଟଣା ଛକ ଓଭରବ୍ରିଜ ପାଖରେ ସ୍ଲୋପ୍ରେ ଏହି ଦୁର୍ଘଟଣା ଘଟିଛି। ଅଣଓସାରିଆ ରାସ୍ତା ଓ ସ୍ଲୋପ୍ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା […]
ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲିଠାରେ ନିର୍ମିତ ଟୋଲ୍ ପ୍ଲାଜା ଉଚ୍ଛେଦ ଓ ଟୋଲ୍ ଆଦାୟ ବନ୍ଦ ଦାବିରେ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ କରାଯାଉଛି। ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ […]
ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍ଯାପନୀ ଦିବସ […]
ଭୁବନେଶ୍ୱର: ବାଙ୍କୀ ତାଳବସ୍ତ ଗାଁରେ ଶିଶୁପୁତ୍ର ମୃତ୍ୟୁ ଘଟଣାରେ ସସ୍ପେନ୍ସ। ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ପରେ ତାର ମୃତ୍ୟୁ ହୋଇଥିବା କଥା ଶବ ବ୍ୟବଚ୍ଛେଦ ବେଳେ ସ୍ପଷ୍ଟ ହେଉନଥିବା କଥା ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି। ସେ କହିଛନ୍ତି ଯେ, ଶିଶୁଟିକୁ ମାଙ୍କଡ଼ ଉଠାଇ ନେବା ଭଳି ତା ଦେହରେ କୌଣସି ଖଣ୍ଡିଆ ଖାବରା କିମ୍ବା ଆଘାତ ଦୃଷ୍ଟିଗୋଚର ହୋଇନି। ତେବେ ତାର ମଥାରେ ନୀଳ ଦାଗ ଓ ଉପର ଓଠରେ ସାମାନ୍ୟ ଆଘାତ ଦାଗ […]
ଭୁବନେଶ୍ୱର: ଏସ୍ସି/ଏସ୍ଟି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଆଦିବାସୀ ମୂଳ ନିବାସୀ ଅଧିକାର ସୁରକ୍ଷା ମଞ୍ଚ, ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା, ବୀରମିତ୍ରପୁର, ମାଲକାନଗିରି ଓ ବଲାଙ୍ଗିରରେ ବସ୍ ଚଳାଚଳ ବନ୍ଦ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ବର୍ଷା ହେବା ଦ୍ୱାରା ତାତିରୁ ଟିକେ ତ୍ରାହି ମିଳିଛି। ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି। ତେବେ ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ କାଟ୍ ହୋଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଲାଙ୍ଗିର, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷ ହୋଇଛି। ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ସହିତ ଘଡ଼ଘଡ଼ି ହୋଇଛି। ଏଥିରେ ଗଛ ପତ୍ର […]
ଭୁବନେଶ୍ୱର: ଆଜିଠୁ ସକାଳୁଅ ସ୍କୁଲ ଆରମ୍ଭ ହୋଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ସକାଳୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ମାସ ଅଧାରୁ ହିଁ ପ୍ରବଳ ଗରମ ହୋଇଥିଲା। କିଛି ଦିନ ଧରି ଲଗାତର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିଲା। ତେଣୁ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସକାଳୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ […]
ବାରିପଦା: ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଓଡ଼ିଶାରେ ଆମ୍ବୁଲାନ୍ସ ସେବାରେ କୌଣସି ସୁଧାର ଆସୁନାହିଁ। ଏବେ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବାରେ ଆଉ ଏକ ନମୁନା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକଙ୍କୁ ପାଣିରୁ ଉଦ୍ଧାର ପରେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ସେ ଆଖି ବୁଜିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ମୃତ ଦେହକୁ ଖଟିଆରେ ଧରି ୫ କିମି ଚାଲି ଚାଲି ଯାଇ […]
କଟକ: ଉତ୍କଳ ଦିବସ ଅବସରରେ ଆଜି ମହାନଦୀ ଉପରେ ମଧୁସୂଦନ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେତୁ ହେବା ଫଳରେ ଜନସାଧାରଣ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ। ଫଳରେ କଟକରୁ ଢେଙ୍କାନାଳର ଦୂରତା ପାଖାପାଖି ୧୬ କିଲୋମିଟର କମିଯିବ। ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। […]
ନୂଆଦିଲ୍ଲୀ : ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ରେ ଖାଦ୍ୟ ଖାଇ ୨୦ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି। ଗତକାଲି ସନ୍ଧ୍ୟାରେ ଟ୍ରେନ୍ଟି ନୂଆଦିଲ୍ଲୀ ଷ୍ଟେସନ ଛାଡିବା ପରେ ଯାତ୍ରୀମାନଙ୍କୁ ଖାଦ୍ୟ ପରସା ଯାଇଥିଲା। କିନ୍ତୁ ଖାଦ୍ୟ ଖାଇବା ପରେ ବି-୩, ବି-୫ , ବି-୭ ଓ ବି -୯ର କିଛି ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ଅସୁସ୍ଥଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା […]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହୋଇଥିବା ସାଟେଲାଇଟ GSAT-6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏନେଇ ଆଜି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୂଡାନ୍ତ କକ୍ଷପଥରେ ଅବସ୍ଥାପିତ ହେବା ପୂର୍ବରୁ ଜିସାଟ୍ 6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଇସ୍ରୋ କହିଛି। ତେବେ ସାଟେଲାଇଟ ସହ ସମ୍ପର୍କ ପାଇଁ ଉଦ୍ୟମ ଜାରି ରହିଛି। ୨୦୬୬ଟନ ଓଜନ ବିଶିଷ୍ଟ ଏହି ସାଟେଲାଇଟ ଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଶା କରାଯାଉଥିଲା। କିନ୍ତୁ ଯୋଗାଯୋଗ […]