• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି । ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ ପ୍ରୋଜେକ୍ଟ (ପିପିପି ମୋଡ୍) ଅଧୀନରେ ଘରୋଇ କ୍ଷେତ୍ରରେ ଦେଶର ୧୨୩ ରେଳ ଷ୍ଟେସନକୁ ନୂତନ ରୂପ ଦିଆଯିବ । ଷ୍ଟେସନରେ ରଙ୍ଗବେରଙ୍ଗୀ ଆଲୁଅ ସହ ଅଫିସ୍, ରିଟେଲ୍ ସପ, ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର ଆଦି ନିର୍ମାଣ କରାଯିବ ।

ଗୁଜୁରାଟର ଗାନ୍ଧିନଗର କ୍ୟାପିଟାଲ୍ ରେଳ ଷ୍ଟେସନ (Gandhi Nagar Railway Station) କୁ ଏକ ବିମାନ ବନ୍ଦର ପରି ସଜାଇବା ପରେ ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ରେଳ ଷ୍ଟେସନ୍ ଦିଲ୍ଲୀକୁ ବିଶ୍ୱସ୍ତରୀୟ କରିବାକୁ କାମ ଆରମ୍ଭ ହେବ । ବର୍ତ୍ତମାନ ରାଜଧାନୀର ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକ କାର୍ଯ୍ୟକ୍ଷମ ହେବ । ନୂଆଦିଲ୍ଲୀ ରେଳ ଷ୍ଟେସନକୁ ବିଳାସପୂର୍ଣ୍ଣ କରିବା ପାଇଁ ଯଥାସମ୍ଭବ ସାହାଯ୍ୟ କରିବେ ଦିଲ୍ଲୀ ସରକାର ।

ଦିଲ୍ଲୀ ରେଳ ଷ୍ଟେସନରେ ପ୍ରତିଦିନ ପ୍ରାୟ ୪.୫ ଲକ୍ଷ ଲୋକ ଯିବାଆସିବା କରନ୍ତି । ଏହି କାରଣରୁ ନୂଆଦିଲ୍ଲୀ ଷ୍ଟେସନକୁ ଆଧୁନିକ ସୁବିଧା ସହିତ ସଜାଇବା ପାଇଁ ରେଳବାଇ ଦ୍ୱାରା ବର୍ତ୍ତମାନ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ସମ୍ବନ୍ଧରେ ସମସ୍ତ ଏଜେନ୍ସି ଏବଂ ବିଭାଗରୁ ସମସ୍ତ ଆବଶ୍ୟକୀୟ ନୋ ଅବଜେକ୍ସନ୍ ପ୍ରମାଣପତ୍ର ମଧ୍ୟ ଗ୍ରହଣ କରାଯାଇଛି ।

ଦିଲ୍ଲୀ ରେଳ ଷ୍ଟେସନର ୨.୨୦ ଲକ୍ଷ ବର୍ଗ ମିଟରରେ ବ୍ୟାପ୍ତ ।  ଆଉ ଏଥିପାଇଁ ଷ୍ଟେସନକୁ ଅଧିକ ସୁନ୍ଦର ତଥା ଅତ୍ୟାଧୁନିକ ସୁବିଧା ଉପଲ‍ବ୍ଧ କରାଇବା ପାଇଁ ଅନେକ ବଡ ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ନୂଆଦିଲ୍ଲୀ ରେଳ ଷ୍ଟେସନକୁ National Transit Oriented Development) ନୀତି ଅନୁଯାୟୀ କରାଯିବ ।