• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଯୁଆଡେ ଅନାଇଲେ କାର୍ ଆଉ କାର୍ ।

  • ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ ।

  • ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା ।

  • ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ ।

ନୂଆଦିଲ୍ଲୀ: ଯୁଆଡେ ଅନାଇଲେ କାର୍ ଆଉ କାର୍ । ଆଖି ପାଉଥିବା ଯାଏଁ ଲମ୍ବିଛି ଲାଇନ୍ । ଭାରତ ବନ୍ଦ ଯୋଗୁଁ ଯାତାୟତରେ ଗୁରୁତର ବାଧା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀ-ଗୁରୁଗ୍ରାମ ରାଜକୋରି ବର୍ଡରରେ । ସେଠାରେ ଚାଷୀଙ୍କ ଭାରତ ବନ୍ଦକୁ ନେଇ ସୁରକ୍ଷା ଦୃଷ୍ଟିରୁ କାର୍‌ଗୁଡ଼ିକୁ ଯାଞ୍ଚ କରିଥିଲେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ । ତେବେ ଏହା ଦ୍ୱାରା ନିଜ ନିଜ କାମରେ ଘରୁ ବାହାରିଥିବା ଲୋକମାନଙ୍କୁ କି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିଥିବ ତାହା ସେହି ଭିଡ଼କୁ ଦେଖିଲେ ସ୍ପଷ୍ଟ ଅନୁମେୟ ।

ନୂଆ କୃଷି ଆଇନରେ ରାଷ୍ଟ୍ରପତିଙ୍କ ମୋହର ବାଜିବାକୁ ଆଜି ଠିକ୍ ବର୍ଷେ ପୁରିଥିବା ବେଳେ ଏହାକୁ ଉଚ୍ଛେଦ ଦାବିରେ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ୫ ଶହରୁ ଅଧିକ ଚାଷୀ ସଂଗଠନ, ୧୫ ଟ୍ରେଡ୍ ୟୁନିୟନ, କଂଗ୍ରେସ, ବାମମେଣ୍ଟ ସମେତ ଦେଶର ଅନେକ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ସହ ରାସ୍ତାକୁ ଓହ୍ଲାଇଥିଲେ । ପଞ୍ଜାବ, ତାମିଲନାଡୁ, କେରଳ ଓ ଆନ୍ଧ୍ରପ୍ରଦେଶ ଭଳି ଅଣ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ବନ୍ଦକୁ ସମର୍ଥନ ଦେଇଥିଲେ ।

ଏପଟେ କଟକରୁ କଳାହାଣ୍ଡି, ବାଲେଶ୍ୱରରୁ ବ୍ରହ୍ମପୁର ସାରା ଓଡ଼ିଶାରେ ଗର୍ଜିଥିଲେ କୃଷକ ସଂଗଠନ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ କିଛି ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା ପୋଲିସ । ତେଣେ ବଲାଙ୍ଗିରରେ ଜିଲ୍ଲାପାଳଙ୍କୁ ଅଟକ ରଖିଥିଲେ ଆନ୍ଦୋଳନକାରୀ । ଭାରତ ବନ୍ଦରେ କାହିଁକି ଅଫିସ୍ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ସେହିଭଳି କୃଷି ଆଇନ ପ୍ରତ୍ୟାହାର ଦାବିରେ କେନ୍ଦ୍ରାପଡ଼ାରେ ବାହାରିଛି ବିରାଟ ରାଲି । ଗୁଣପୁରରେ ଚାଷୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବନ୍ଦଯୋଗୁଁ ବରଗଡ଼, ବଣାଇ, ଝାରସୁଗୁଡ଼ା, କୋଏଡା ସମେତ ଅନ୍ୟାନ୍ୟ ସ୍ଥାନରେ ଶହ ଶହ ଟ୍ରକ୍ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ସେପଟେ ବସ୍ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହୋଇଥିଲେ ।

ଭାରତ ବନ୍ଦ ଭିତରେ ଆଲୋଚନା ଲାଗି ପୁଣି ଆହ୍ୱାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀଙ୍କ ସ୍ୱାର୍ଥକୁ ନେଇ ସରକାର ସମ୍ବେଦନଶୀଳ ବୋଲି ସେ କହିଛନ୍ତି । କୃଷି ଆଇନକୁ ବିରୋଧ କରି ସାରା ଦେଶରେ ବନ୍ଦ ପାଳନ ସତ୍ତ୍ୱେ ଏଥିରୁ ନିଜକୁ ଦୂରେଇ ରଖିଛି ଭାରତୀୟ କିଷାନ ୟୁନିୟନର ଭାନୁ ଗୋଷ୍ଠୀ ।