Advertisment

ଦିଲ୍ଲୀ ଦଙ୍ଗା ଏକ ସୁଚିନ୍ତିତ ଷଡଯନ୍ତ୍ର-ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି।

author-image
Minati Mishra
delhi riots is not sudden

delhi riots is not sudden

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଫେବ୍ରୁଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ପ୍ରାୟୋଜିତ ବୋଲି କହିଛନ୍ତି। ଏକ ସୁଚିନ୍ତିତ ଉପାୟରେ ଏହାକୁ ଦଙ୍ଗା ରୂପ ଦିଆଯାଇଛି। କୌଣସି ଘଟଣାର ପ୍ରତିକ୍ରିୟା ସ୍ୱରୂପ ଏହି ଦଙ୍ଗା ହୋଇନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି। ୟ

Advertisment

କୋର୍ଟ ପକ୍ଷରୁ କୁହାଯାଇଛି, କୋର୍ଟରେ ଉପସ୍ଥାପନ କରାଯାଇଥିବା  ଭିଡିଓ ଫୁଟେଜରେ ବିକ୍ଷୋଭକାରୀଙ୍କ ଆଚରଣରୁ ସ୍ପଷ୍ଟ ଜଣାଯାଉଛି ଯେ, ସରକାର ସହ ସହରର ସାଧାରଣ ଲୋକଙ୍କ ଜୀବନଧାରାକୁ ବ୍ୟାହତ କରିବା ଉଦ୍ଦେଶ୍ୟରେ ଏହା ଏକ ଯୋଜନାବଦ୍ଧ ଦଙ୍ଗା। କୋର୍ଟ ଆହୁରି କହିଛନ୍ତି, ଦଙ୍ଗାକାରୀଙ୍କ ଦ୍ୱାରା ସିସିଟିଭକୁ ନିଷ୍କ୍ରିୟ କରି  ସହରର ଆଇନ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ଏକ ସୁଚିନ୍ତିତ ଯୋଜନା କରିଥିଲେ। ଭିଡିଓରୁ ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ଦଙ୍ଗାକାରୀମାନେ ଅତି ନିର୍ଦ୍ଦୟ ଭାବେ ପୋଲିସଙ୍କୁ ଲାଠି ଓ ଠେଙ୍ଗାରେ ପିଟୁଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହି ଦଙ୍ଗା ହଠାତ୍‌ ହୋଇନାହିଁ। ଏଥିପାଇଁ ପୂର୍ବରୁ ସୁଚିନ୍ତିତ ଯୋଜନା କରାଯାଇଛି।  

Advertisment

ହାଇକୋର୍ଟ କହିଛନ୍ତି, ଭିଡିଓରେ ପ୍ରଦର୍ଶନକାରୀଙ୍କ ଆଚରଣରୁ ସ୍ପଷ୍ଟ ଜଣାଯାଉଛି ଯେ ସେମାନେ ସରକାରଙ୍କ କାର୍ଯ୍ୟାରେ ବାଧା ସୃଷ୍ଟି କରିବା ସହ ସହରର ସାଧାରଣ ଜୀବନଯାତ୍ରା ବ୍ୟାହତ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ଦିଲ୍ଲୀ ଦଙ୍ଗା ଘଟଣାରେ ଜଣେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି, ସିସିଟିଭି କ୍ୟାମେରାକୁ ବ୍ୟବସ୍ଥିତ ରୂପରେ ଭଙ୍ଗାରୁଜା କରିବାର ଅର୍ଥ ସହରର ଆଇନ ବ୍ୟବସ୍ଥାକୁ ବିଗାଡି ଦେବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ରର ସୂଚନା ଦେଉଛି। ସେହିପରି ଶହଶହ ଦଙ୍ଗାକାରୀ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦୟ ଭାବେ ବ୍ୟାଟ ଏବଂ ଠେଙ୍ଗାରେ ମାଡ ମାରିବା ଘଟଣା ସେମାନଙ୍କ ଉଦ୍ଦେଶ୍ୟକୁ ଆହୁରି ସ୍ପଷ୍ଟ କରୁଛି। 

ବିରୋଧ ପ୍ରଦର୍ଶନ ସମୟରେ ଅଭିଯୁକ୍ତ ମହମ୍ମଦ ଇବ୍ରାହିମ୍‌ ଖଣ୍ଡା ନେଇଥିଲେ। ତାଙ୍କର ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ରତନଲାଲଙ୍କ ମୃତ୍ୟୁ ଖଣ୍ଡା ଆକ୍ରମଣରେ ହୋଇ ନ ଥିଲା। ଅଭିଯୁକ୍ତ ନିଜର ତଥା ନିଜ ପରିବାରର ଜୀବନ ବଞ୍ଚାଇବା ପାଇଁ ଖଣ୍ଡା ଉଠାଇଥିଲା। 

Delhi High Court Delhi Riots
Advertisment
Advertisment