• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାନ୍ଦିପୁର: ଚାନ୍ଦିପୁରରୁ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ-ITRରୁ ଏହି ଅତ୍ୟାଧୁନିକ ମିଜାଇଲ୍‌ର ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ପରୀକ୍ଷଣ କରାଯାଇଛି । ପୂର୍ବରୁ ସେନାରେ ସାମିଲ ହୋଇ ସାରିଥିବା କ୍ଷେପଣାସ୍ତ୍ର ଆକାଶର ଏହା ହେଉଛି ନୂଆ ଭର୍ସନ । ଯାହାର ନାଁ ଆକାଶ ପ୍ରାଇମ୍ । ଏକ ମାନବବିହୀନ ଡମି ଏୟାରକ୍ରାଫ୍ଟକୁ ଆକାଶମାର୍ଗରେ ସଠିକ୍ ଲକ୍ଷ୍ୟ ଭେଦ କରିବା ସହ ଏହାକୁ ଧ୍ୱଂସ କରିବାରେ ସମର୍ଥ ହୋଇଛି ଆକାଶ ପ୍ରାଇମ୍

 

ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି କ୍ଷେପଣାସ୍ତ୍ର । ଯାହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଡିଆରଡିଓ, ଭାରତୀୟ ସ୍ଥଳସେନା ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରକୁ ବିଶ୍ୱସ୍ତରୀୟ ବୋଲି ବର୍ଣ୍ଣନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।