ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।
ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇପାରେ ।
ଦାନା ନେଇଗଲା ବାତ୍ୟା ଦାନା। ଚାଷଜମିରେ ଅଣ୍ଟାଏ ପାଣିରେ ବୁଡି ରହିଛି ଚାଷୀର ଫସଲ। କେଉଁଠି ବିଶାଳ ଗଛ ଉପୁଡି ପଡିଛି ତ କେଉଁଠି ବର୍ଷା ଓ ପବନରେ ଭାଙ୍ଗି ଯାଇଛି ଘର।
ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି ।
ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..
ଆସୁଛି ବାତ୍ୟା। ୪ ତାରିଖ ସକାଳେ ଉପକୂଳରେ ପହଞ୍ଚିବ ବାତ୍ୟା। ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଆଇଏମଡି ଡିଜି ଏହି ସୂଚନା ଦେଇଛନ୍ତି।
ଅଧିକାଂଶ ଘରେ ପାଣି ପଶି ବହୁ ଆସବାବପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ପାଇ ବିଶାଖାପାଟଣା ଜିଲ୍ଲାପାଳ, ମେୟର ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପାଣି ନିଷ୍କାସନର ବ୍ୟବସ୍ଥା କରୁଛନ୍ତି।
ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।