Advertisment

ଭାରତ ବନ୍ଦ: ସିଂଘୁ ବର୍ଡରରେ ଜଣେ କୃଷକଙ୍କ ମୃତ୍ୟୁ, ଚେନ୍ନାଇରେ ବ୍ୟାରିକେଡ୍‌ ଭାଙ୍ଗିଲେ ଆନ୍ଦୋଳନକାରୀ

କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍‌ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Farmers Protest

Farmers Protest

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ୍‌ ଆଲର୍ଟ ରହିଛି। ବନ୍ଦ ଡାକରାକୁ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି ସମେତ ୧୨ଟି ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।

Advertisment

ହରିୟାଣାର ସିଂଘୁ ବର୍ଡରରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ହୃଦ୍‌ଘାତ ଯୋଗୁ କୃଷକଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଏହି ଭାରତ ବନ୍ଦ ଡାକରା ସମୟରେ ତାମିଲନାଡୁର ଚେନ୍ନାଇରେ ହଙ୍ଗାମା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି। ଫଳରେ ପୋଲିସ୍‌ ଅନେକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷେ, ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ୍‌ ମଧ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀ-ଗୁରୁଗ୍ରାମ ରାଜୋକ୍ରି ସୀମାରେ ଅଟକି ରହିଛି ବହୁ ସଂଖ୍ୟକ ଗାଡ଼ି। ୨ କିଲୋମିଟର ଯାଏ ଗୋଟିଏ ପରେ ଗୋଟିଏ ଗାଡ଼ି ଛିଡ଼ା ହୋଇ ରହିଛି। ଚାଷୀଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି। ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ନଜର ରଖାଯାଇଛି। ସମସ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ହିଁ ଦିଲ୍ଲୀକୁ ପ୍ରବେଶ କରିବାକୁ ଅନୁମତି ମିଳୁଛି।

ଦିଲ୍ଲୀ ପୋଲିସ୍ ଓ ପାରାମିଲିଟାରୀ ଫୋର୍ସ ସୀମାରେ ମୁତୟନ କରାଯାଇଛି। ପ୍ରତିଦିନ ଗୁରୁଗ୍ରାମରୁ ଦିଲ୍ଲୀକୁ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ଦିଲ୍ଲୀ ଲାଲ୍‌କିଲ୍ଲାରେ ବି ସୁରକ୍ଷା ବଢ଼ିଛି। ସାଧାରଣ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ପୁରା ଲାଲ୍‌କିଲ୍ଲା ଅଞ୍ଚଳକୁ କଡ଼ା ସୁରକ୍ଷାବଳୟ ଭିତରେ ରଖାଯାଇଛି।

Farmers Protest Bharat Bandh Singhu Border Clash
Advertisment
Advertisment