Advertisment

ଅଶ୍ଳୀଳ ଭିଡ଼ିଓ ଦେଖିଲେ ଶରୀରରେ ପଡ଼ିଥାଏ ଏମିତି ପ୍ରଭାବ, ଡାକ୍ତର କଲେ ବଡ଼ ଖୁଲାସା

କରୋନା ଲକ୍‌ ଡାଉନ୍‌ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଅଶ୍ଳୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। କିନ୍ତୁ ଏବେ ପୁଣି ସମାନ ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮ର ରିପୋର୍ଟ ଅନୁସାରେ, ଲଗାତାର ଦେଶରେ ପର୍ଣ୍ଣ ଫିଲ୍ମ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି

author-image
Sarbeswar
ଅଦ୍ୟତନ ହୋଇଛି
Porn

Porn

ନୂଆଦିଲ୍ଲୀ: କରୋନା ଲକ୍‌ ଡାଉନ୍‌ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଅଶ୍ଳୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। କିନ୍ତୁ ଏବେ ପୁଣି ସମାନ ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍‌ ୧୮ ର ରିପୋର୍ଟ ଅନୁସାରେ, ଲଗାତାର ଦେଶରେ ଅଶ୍ଳୀଳ ଭିଡ଼ିଓ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଅନଲାଇନ୍‌ରେ ହିଁ ଏପରି ଭିଡ଼ିଓ ଦେଖିବାକୁ ପସନ୍ଦ କରୁଛନ୍ତି। ତେବେ ପର୍ଣ୍ଣ ଦେଖିବା ଏବେ ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାପ୍ତ ବର୍ଷ ହେଉ କିମ୍ବା ନହେଉ ଅଧିକାଂଶ ପିଲାମାନେ ମଧ୍ୟ ଏହାକୁ ଦେଖୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ, ଅଧିକାଂଶ ପିଲାମାନେ ଦୈନଦିନ ଅଶ୍ଳୀଳ ଭିଡ଼ିଓ ଦେଖୁନାହାନ୍ତି ଅର୍ଥାତ୍‌ ନୂଆ ନୂଆ ଦର୍ଶକ ନିତିଦିନ ଅଶ୍ଳୀଳ ଭିଡ଼ିଓ ଦେଖୁଛନ୍ତି।

Advertisment

କୁହାଯାଉଛି, ଅନେକ ଯୁବପୀଢ଼ି ଅଶ୍ଳୀଳ ଭିଡ଼ିଓ ଦେଖି ମନୋରଞ୍ଜନ କରନ୍ତି। କିନ୍ତୁ ମାନସିକ ବିଭାଗର ବରିଷ୍ଠ ଡାକ୍ତରମାନେ କହିଛନ୍ତି ଯେ, ଯଦି ପ୍ରତ୍ୟେକ ଦିନ ପିଲାମାନେ ହୁଅନ୍ତୁ କିମ୍ବା ଅନ୍ୟ କେଉଁମାନେ ବି ହୁଅନ୍ତୁ। ନିତିଦିନ ଅଶ୍ଳୀଳ ଭିଡ଼ିଓ ଦେଖିଲେ ତାହା କ୍ରମାଗତ ଅଭ୍ୟାସରେ ପରିଣତ ହୋଇଯାଏ ଅର୍ଥାତ୍‌ ଏକ ନିଶା ହୋଇଯାଏ। ଏପରିକି ଅଶ୍ଳୀଳ ନିଶା ଆପଣଙ୍କ ନିଦ, ମାନସିକ ସ୍ୱାସ୍ଥ୍ୟ ଏବଂ ଯୌନ ସମ୍ପର୍କ ଉପରେ ଗଭୀର ମଧ୍ୟ ପ୍ରଭାବ ପକାଇପାରେ।

Advertisment

ଡାକ୍ତରଙ୍କ ସ୍ପଷ୍ଟ କରିଛନ୍ତି ଯେ, ଏହା ଆପଣଙ୍କ ମସ୍ତିଷ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ ବରଂ ମଣିଷର ଧେର୍ଯ୍ୟ ଶକ୍ତି ଏବଂ କାମ କରିବାର ଇଚ୍ଛାଶକ୍ତିକୁ ମଧ୍ୟ କମାଇପାରେ। ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ଯେଉଁମାନେ ଅଧିକ ଅଶ୍ଳୀଳ ଭିଡ଼ିଓ ଦେଖନ୍ତି, ସେମାନଙ୍କ ମଧ୍ୟରେ ହିଂସାତ୍ମକ ପ୍ରବୃତ୍ତି ବୃଦ୍ଧି ପାଇଥାଏ। ବିଶେଷକରି ଯଦି ବିବାହ ପରେ ଆପଣ ପର୍ଣ୍ଣ ଅଧିକରୁ ଅଧିକ ମାତ୍ରାରେ ଦେଖନ୍ତି ତେବେ ଏହା ବୈବାହିକ ଜୀବନ ଉପରେ ପ୍ରଭାବ ପକାଇପାରେ।

ଏହାସହ ଡାକ୍ତର ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଅଧିକ ଅଶ୍ଳୀଳ ଭିଡ଼ିଓ ଦେଖନ୍ତି ସେମାନଙ୍କର ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଏବଂ ହତାଶ ଦେଖାଯାଏ। ତେଣୁ ଏହାକୁ ନିଶା ନକରିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ତେବେ ଏଠାରେ କହିରଖୁଛି ପର୍ଣ୍ଣ ଦେଖିବାରେ ଭାରତୀୟଙ୍କ ସଂଖ୍ୟା ବହୁ ଅଧିକ।

Physical Health Porn Video Inidia
Advertisment
Advertisment