Advertisment

ଲଖିମପୁର୍ ଖେରି ହିଂସା ମାମଲା : ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନାଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Supreme Court

ଲଖିମପୁର : ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନାଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ । ଘଟଣାର ଗୁରୁତ୍ୱକୁ ଦେଖି ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲା କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଦୁଇ ଜଣ ଓକିଲ ଏଫ୍ଆଇଆର୍ ଦେବା ସହ ଦଣ୍ଡ ସଂହିତର ଅନୁସାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ଆବେଦନ କରିଥିଲେ।

Advertisment

ଏହି ମାମଲାରେ ଗୃହ ମନ୍ତ୍ରଣାଳୟ, ପୋଲିସ ଏବଂ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଆବେଦନରେ ଅନୁରୋଧ କରାଯାଇଛି । ହିଂସା ମାମଲାରେ ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମାମଲାର ଯାଂଚ ପାଇଁ ସିବିଆଇକୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇପାରେ ।

ସୂଚନାଯୋଗ୍ୟ ରବିବାର ଅପରାହ୍ନରେ ଲଖିମପୁର ଖେରିର ତିକୁନିଆ ଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଆଶିଷ ମିଶ୍ରଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।

Advertisment

ସେପଟେ ଖେରି ହିଂସା ମାମଲାରେ ଜୋର ଧରୁଛି ରାଜନୀତି । ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଖିମପୁର ଖେରି ପହଞ୍ଚି ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଉଭୟ ରାହୁଲ ଓ ପ୍ରିୟଙ୍କା ରାହୁଲ ଓ ପ୍ରିୟଙ୍କାଙ୍କ ସହ କଂଗ୍ରେସ ପ୍ରତିନିଧି ମଣ୍ଡଳ ମଧ୍ୟ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ସେପଟେଗତକାଲି ପ୍ରଥମ ଥର ପାଇଁ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ତେବେ ତାଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ସୂଚନା ମିଳିଛି । ଏଭିତରେ ଉତ୍ତରପ୍ରଦେଶ ଅଆଇନଶୃଙ୍ଖଳା ଏଡିଜି କହିଛନ୍ତି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । କୌଣସି ଦୋଷୀଙ୍କୁ ଛଡ଼ାଯିବନି । ତେବେ ଭାଇରାଲ୍ ହେଉଥିବା ଦୁର୍ଘଟଣା ବେଳର ଭିଡିଓର ମଧ୍ୟ ସତ୍ୟତା ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି 

Supreme Court Lakhimpur Kheri Violence
Advertisment
Advertisment