Advertisment

ସଞ୍ଜୟ ଦତ୍ତ, ସଲମାନ ଖାନ୍‌ଙ୍କ ପରେ ଆର୍ଯ୍ୟନ୍‌ଙ୍କ କେସ୍ ଲଢିବେ ଏହି ଓକିଲ... ଜାଣନ୍ତୁ ସେ କିଏ?

ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍‌। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ

author-image
Sarbeswar
satish-maneshinde

satish-maneshinde

ନୂଆଦିଲ୍ଲୀ: ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍‌। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ। ଏହି ହାଇପ୍ରୋଫାଇଲ୍‌ କେସ୍‌ ଉପରେ ସମସ୍ତଙ୍କ ନଜର ଥିବା ବେଳେ କେସ ଲଢୁଛନ୍ତି ଆଇନଜୀବୀ ସତୀଶ। ପୁଅ ଆର୍ୟନଙ୍କ ପାଇଁ କାହିଁକି ଏହି ଆଇନଜୀବୀଙ୍କୁ ବାଛିଲେ କିଙ୍ଗ ଖାନ। କିଏ ଏହି ସତୀଶ ମନେଶିନ୍ଦେ।

Advertisment

ମାୟାନଗରୀ ମୁମ୍ୱାଇରେ ବେଶ ଜଣାଶୁଣା ସତୀଶ ମନେଶିନ୍ଦେ। ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ ଅବା ହିଟ୍‌ ଆଣ୍ଡ ରନ୍‌ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମନେଶିନ୍ଦେ। ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ପାଇଁ ସେ କରୁଛନ୍ତି ଓକିଲାତି। ୧୯୬୫ ମସିହାରେ କର୍ଣ୍ଣାଟକର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସତୀଶ ଏବେ ଜଣେ ନାମକରା ଓକିଲ। ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ କ୍ଲାଏଣ୍ଟ ଅଛନ୍ତି । ଆଇନ ପାଠ ଶେଷ କରିବା ପରେ ୧୯୮୩ ରେ ଓକିଲାତି ପେଶାକୁ ଆପଣାଇ ନେଇଥିଲେ ସତୀଶ। ଦୀର୍ଘ ୧୦ ବର୍ଷ ବିଶିଷ୍ଟ ଆଇନଜୀବୀ ରାମ ଜେଠମାଲାନିଙ୍କ ପାଖରେ କାମ କରିବା ପରେ ନିଜେ କେଶ ଲଢିବା ଆରମ୍ଭ କରିଥିଲେ। ପ୍ରଥମେ କ୍ରିମିନାଲ କେସ ପରେ ନେତା, ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ କେସ ଲଢି ସେ ଚର୍ଚ୍ଚାକୁ ଆସିଛନ୍ତି। ଗୋଟିଏ କେସ ଲଢିବା ପାଇଁ ସତୀଶ ମନେଶିନ୍ଦେ ଦିନକୁ ନିଅନ୍ତି ୧୦ ଲକ୍ଷ ଟଙ୍କାରୁ ଅଧିକ ଫିସ ।

Advertisment

୧୯୯୩ ମସିହାର ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ସଞ୍ଜୟ ଦତ୍ତଙ୍କୁ ଯେତେବେଳେ ଗିରଫ କରାଯାଇଥିଲା। ସେତେବେଳେ ସଞ୍ଜୟଙ୍କ ଲିଗାଲ ଟିମ୍‌ରେ ମେମ୍ବର ଥିଲେ ସତୀଶ ମନେଶିନ୍ଦେ। ସଞ୍ଜୟଙ୍କ ଉପରେ ବହୁ ସଙ୍ଗୀନ ଦଫା ଲାଗିଥିବା ବେଳେ ତାଙ୍କୁ ବେଲରେ ମୁକୁଳାଇବାକୁ ସକ୍ଷମ ହୋଇଥିଲେ ସତୀଶ। ଏହା ପରେ ସାରା ଦେଶର ଜଣେ ହାଇ ପ୍ରୋଫାଇଲ କ୍ରିମିନାଲ ଓକିଲ ଭାବେ ସେ ବେଶ୍‌ ଜଣାଶୁଣା ଚେହେରା ପାଲଟି ଯାଇଥିଲେ।

ସେହିପରି ୨୦୦୨ ମସିହାରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ଫସିଥିବା ସଲମାନଙ୍କ ପାଇଁ ଦେବଦୂତ ସାଜିଥିଲେ ସତୀଶ। ବଲିଉଡର ଦବଙ୍ଗ ଖାନ୍‌ଙ୍କ ପାଇଁ କେସ ଲଢି ବେଲ୍‌ ଆଣିଥିଲେ। ଗତ ବର୍ଷ ଡ୍ରଗ୍ସ କେସ୍‌ରେ ନିଜ ଭାଇଙ୍କ ସହ ଗିରଫ ହୋଇଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଏନସିବି ଦ୍ୱାରା ଗିରଫ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥିଲେ ରିଆ। ସଙ୍ଗୀନ ଦଫା ଲାଗିବା ସତ୍ୱେ ଉଭୟ ଭାଇଭଉଣୀଙ୍କୁ ବେଲରେ ବାହାର କରିବାରେ ସମର୍ଥ ହୋଇଥିଲେ ସତୀଶ। ଏମିତି ବହୁ ହାଇ ପ୍ରୋଫାଇଲ କେସକୁ ଜିତିବା ପରେ ଏବେ କିଙ୍ଗ୍‌ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ପାଇଁ କେସ୍ ଲଢୁଛନ୍ତି ସତୀଶ।

ଆର୍ୟନଙ୍କ କେସ୍ ନେବା ପରେ ସତୀଶ କହିଛନ୍ତି, ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ’ରେ ଆର୍ୟନ ଜଣେ ସ୍ପେସାଲ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ପହଞ୍ଚିବା ପରେ ଦୁଇଥର ତାଙ୍କର ସ୍କ୍ରିନିଂ କରାଯାଇଥିଲା ଏବଂ ତାଙ୍କ ନିକଟରୁ କୌଣସି ନିଶା ସାମଗ୍ରୀ ମିଳି ନ ଥିଲା। ଏମିତିକି ଆର୍ୟନଙ୍କ ପାଖରେ ଟିକେଟ୍ କିମ୍ବା ବୋର୍ଡିଂ ପାସ୍ ମଧ୍ୟ ନାହିଁ। ଏହାବାଦ କୌଣସି ସିଟ୍ ନମ୍ବର କିମ୍ବା କ୍ୟାବିନ ତାଙ୍କର ନଥିଲା। ସେ କେବଳ ଜଣେ ନିମନ୍ତ୍ରିତ ଅତିଥି ଭାବେ ସେଠାକୁ ନିଜ ସାଙ୍ଗମାନଙ୍କ ସହ ଯାଇଥିଲେ। ତାଙ୍କ ସାଙ୍ଗମାନଙ୍କ ସାମଗ୍ରୀ ସ୍କ୍ରିନିଂ ବେଳେ କିଛି ମିଳି ନ ଥିଲା।

ଏହା ବାଦ ଯାଞ୍ଚ ବେଳେ ପୁଲିସ୍‌ ଆର୍ୟନଙ୍କ ନିକଟରୁ ଡ୍ରଗ୍ସ ପାଇ ନାହିଁ। କେବଳ ହ୍ୱାଟସ୍‌ ଆପ୍‌ର ଚାଟ୍ ଉପରେ ଆଧାର କରି ତାଙ୍କୁ ଗିରଫ କରାଯାଇଛି ବୋଲି ସତୀଶ ମନେଶିନ୍ଦେ ଦାବି କରିଛନ୍ତି। କିନ୍ତୁ ଗିରଫ ଅଭିଯୁକ୍ତମାନେ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏନସିବି ପକ୍ଷରୁ କୁହାଯାଇଛି।

India Bollywood Aryan Khan
Advertisment
Advertisment