୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ। ଏହି ଅବସରରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।
ପୁଣି ବଢ଼ିବ ଦିଲ୍ଲୀ ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦିନରେ ମୁହଁକୁ ମୁହଁ ଦିଶୁନି । ବର୍ତ୍ତମାନ ସମୟରେ ବାୟୁର ଗୁଣବର୍ତ୍ତା ଓ ସ୍ତର ଧୀରେ ଧୀରେ ଅଧିକ ପ୍ରଦୂଷିତ ହେଉଛି
ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଚର । ଏନକାଉଣ୍ଡରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।
ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନଥିବା ବେଳେ ରବିବାର ଦିନ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ
ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ରିମାଣ୍ଡରେ ଯାଇପାରନ୍ତି ଅଭିଯୁକ୍ତ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିପାରନ୍ତି ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ।
୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ । ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ଜଲ୍ସା ବାସଭବନ ବାହାରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ଏକାଠି ହୋଇ ଜନ୍ମଦିନ ପାଳନ କରିଛନ୍ତି ।
କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି।
ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ସ୍ଥିର ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୯୧୦ ଟଙ୍କା ଓ ୪୮,୭୦୦ ଟଙ୍କା ରହିଛି ।
ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ
ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା ।
ଦେଶରେ ଆଜି ବି କମ୍ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ରେ ପହଞ୍ଚିଛି
ମୋବାଇଲ ଫିଟାଇ ଦେଲା ଗୁମର । ମୋବାଇଲ ହିଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦବଙ୍ଗ ପୁଅ ଆଶିଷ ମିଶ୍ରାଙ୍କୁ ଧରାଇ ଦେଇଛି । ଲଖିମପୁର ହିଂସା ନେଇ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । କିନ୍ତୁ ସେ ଅଧିକାଂଶ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଠିକରେ ଉତ୍ତର ଦେଇନଥିଲେ । ପଚରାଉଚରା ବେଳେ ସେ ପୋଲିକୁ କୌଣସି ପ୍ରକାର ସହଯୋଗ କରୁନଥିଲେ
ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।
କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ।
ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପିଠିରେ ତୈଳ ଚାବୁକ୍ । ପୁଣି ତେଲ ଦର ଆକାଶଛୁଆଁ । ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ ।
ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା
ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ
ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ
ଆଶିଷଙ୍କ ଆସିବା ନେଇ ପ୍ରାକ୍ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ।
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।
ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ ଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହାକୁ ନେଇ ଅନେକ କହିଛନ୍ତି
ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ଏନେଇ NCB ପକ୍ଷରୁ କଡା ଜବାବ ଦିଆଯାଇଛି ।