ନୂଆଦିଲ୍ଲୀ: ସ୍ୱଦେଶୀ 4G ସେବା ପ୍ରଦାନକାରୀ କମ୍ପାନୀ ବିଏସଏନଲର ଫୋର ଜି ନେଟଓ୍ୱର୍କରେ ପ୍ରଥମ ଥର କଥା ହେଲେ କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ରମନ୍ତ୍ରୀ ଆଜି ବିଏସଏନଏଲ ଫୋର ଜି ସେବା ନେଟଓ୍ୱର୍କରେ କଥା ହୋଇ ଖୁସି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହେଉଥିବା କହିଛନ୍ତି।
କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ତେବେ ବିଏସଏନଲ ଫୋର ଜିର ପ୍ରଚାର ପ୍ରସାର ଲାଗି ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଫୋର ଜି ସିମ୍ ମାଗଣାରେ ଯୋଗାଇଦେବାକୁ ଘୋଷଣା କରିଛି।
Made first call over Indian 4G network of BSNL (Designed and Made in India).
— Ashwini Vaishnaw (@AshwiniVaishnaw) October 10, 2021
PM @narendramodi Ji’s vision of Aatmanirbhar Bharat taking shape.
ବିଏସଏନଏଲ୍ ସହ ମିଶି ଟିସିଏସ୍ ସ୍ୱଦେଶୀ ଭାବେ ବିକଶିତ ହୋଇଥିବା ଇନଫ୍ରା ଓ ରେଡିଓ ଉପକରଣ ସହ 4G ନେଟୱର୍କର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଚଣ୍ଡିଗଡ଼ରେ ହୋଇଛି। ଏହି 4G ଉପକରଣକୁ ଟିସିଏସ୍ ଓ C-DoT ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ପରୀକ୍ଷଣ ପାଇଁ ଟିସିଏସ୍ ଚଣ୍ଡିଗଡ଼ର ୫ଟି ଅଞ୍ଚଳରେ 4G ରେଡିଓ ଉପକରଣ ଲଗାଇଛି।
ଆଗାମୀ 5ଜି ଟେକନିକ୍ 4G ତୁଳନାରେ ୧୦ଗୁଣା ଅଧିକ ଡାଉନଲୋଡ୍ ସ୍ପୀଡରେ ଚାଲିବ। ଏହାସହ ସ୍ପେକ୍ଟ୍ରମରୁ ତିନି ଗୁଣା ଅଧିକ ଦକ୍ଷ ହେବ ବୋଲି ଟେଲିକମ୍ ସଚିବ କହିଛନ୍ତି।