Advertisment

ତୈଳ ଚାବୁକ୍ : ଦିଲ୍ଲୀରେ ୧୦୪ ଟଙ୍କା ଟପିଲା ପେଟ୍ରୋଲ୍ ଲିଟର୍, ମୁମ୍ବାଇରେ ରେକର୍ଡ ଛୁଇଁଲା ଡିଜେଲ ମୂଲ୍ୟ

ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପିଠିରେ ତୈଳ ଚାବୁକ୍ । ପୁଣି ତେଲ ଦର ଆକାଶଛୁଆଁ । ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ ।

author-image
Prangyan Parimita
Petrol price today on 07 october 2021 hiked in delhi Mumbai Chennai and Kolkata check you city lates

Petrol price today on 07 october 2021 hiked in delhi Mumbai Chennai and Kolkata check you city lates

ଆଦିଲ୍ଲୀ : ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପିଠିରେ ତୈଳ ଚାବୁକ୍ । ପୁଣି ତେଲ ଦର ଆକାଶଛୁଆଁ । ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ । ନିତି ପ୍ରତିଦିନ ମୂଲ୍ୟ ବୃଦ୍ଧି ହୋଇଚାଲିଛି । ତୈଳ କମ୍ପାନୀଗୁଡିକ ଆଜି କ୍ରମାଗତ ଷଷ୍ଠ ଦିନ ପାଇଁ ଅର୍ଥାତ୍ ଅକ୍ଟୋବର ୧୦ରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ତେଣୁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

Advertisment

ଆଜି ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ରେକର୍ଡ ସ୍ତରରେ ରହିଛି ତୈଳ ଦର । ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ (ଆଇଓସି) ପମ୍ପରେ ପେଟ୍ରୋଲ ଲିଟର ପିଛା ୧୦୪.୧୪ ଟଙ୍କାରେ ବିକ୍ରି ହେଉଛି । ସେହିପରି ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ବିକ୍ରି ହେଉଛି ୯୨.୮୨ ଟଙ୍କା । ତେଲ ଦର ଦିନକୁ ଦିନ ମହଙ୍ଗା ହେଉଥିବା ବେଳେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ୁଛି ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ଅନୁସାରେ ଜାତୀୟ ରାଜଧାନୀ ଦିଲ୍ଲୀର ପେଟ୍ରୋଲର ଲିଟର ପିଛା ୧୦୪.୧୪ ଟଙ୍କା ଥିବାବେଳେ ମୁମ୍ବାଇରେ ଏହା ଲିଟର ପିଛା ୧୧୦.୧୨ ଟଙ୍କା ରହିଛି । ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୨.୮୨ ଟଙ୍କା ଥିବାବେଳେ ମାୟାନଗରୀ ମୁମ୍ବାଇରେ ଡିଜେଲ ଲିଟର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମୁମ୍ବାଇରେ ଡିଜେଲ ଲିଟର ପିଛା ଦର ୧୦୦.୬୬ ଟଙ୍କାରେ ପହଞ୍ଚିଛି ।

Advertisment

ସହର ନାମ                      ପେଟ୍ରୋଲ                                     ଡିଜେଲ

ଦିଲ୍ଲୀ                             ୧୦୪.୧୪                                   ୯୨.୮୨

ମୁମ୍ବାଇ                          ୧୧୦.୧୨                                   ୧୦୦.୬୬

କୋଲକାତା                     ୧୦୪.୮୦                                   ୯୫.୯୩

ଚେନ୍ନାଇ                        ୧୦୧.୫୩                                   ୯୭.୨୬

ଭୋପାଳ                        ୧୧୨.୬୯                                  ୧୦୧.୯୧

ଲକ୍ଷ୍ନ ଦ୍ଭକ୍ଟଙ୍ଗ                     ୧୦୧.୧୮                                  ୯୩.୨୬

ବେଙ୍ଗାଲୁରୁ                      ୧୦୭.୭୭                                   ୯୮.୫୨

ପାଟନା                          ୧୦୭.୨                                     ୯୯.୩୬

ଚଣ୍ଡିଗଡ଼                         ୧୦୦.୨୪                                    ୯୨.୫୫

ରାଞ୍ଚି                            ୯୮.୬୬                                            ୯୭.୯୮

ଦେଶରେ ତୈଳ ଦରକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ । ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର କମନ୍ତା । କିନ୍ତୁ ବାରମ୍ବାର ଦାବି ପରେ ବି ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ଅଧୀନକୁ ଅଣାଯାଇନାହିଁ । ବର୍ତ୍ତମାନ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ,  ଆଉ କଣ ତଳ ମୁହାଁ ହେବନି ତେଲ ଦର ? ଲଗାତାର ବଢ଼ି ଚାଲିଥିବା ତେଲ ଭାଉରେ କେବେ ଲାଗିବ ବ୍ରେକ୍? କରୋନା ବିଧ୍ୱସ୍ତ ଅର୍ଥନୀତିରେ ଏକପ୍ରକାର ଚେପା ହୋଇ ପଡ଼ିଥିବା ପ୍ରତିଟି ସାଧାରଣ ଜନତା ଏବେ ମହଙ୍ଗା ମାଡ଼ରେ ହଇରାଣ ହୋଇ ପଡ଼ିଲେଣି । 

ନିଜ ସହରର ତେଳ ଦର କିପରି ଜାଣିବେ ?
ଇଣ୍ଡିଆନ୍ ଅଏଲ କପୋର୍ଟରେସନର www.iocl.com ୱେବସାଇଟ୍ ଯାଆନ୍ତୁ
ସେଠାରେ ‘Check Prices of Petrol & Diesel’ ଉପରେ କ୍ଲିକ୍ କରନ୍ତୁ
ଏହାପରେ ନିଜ ସହରର ଡିଲର କୋଡ ଚେକ୍ କରନ୍ତୁ
ଏବଂ ତା’ପରେ ‘RSP Dealer Code’ ଲେଖି 9224992249କୁ ମେସେଜ କରନ୍ତୁ

Petrol-Diesel Price Today
Advertisment
Advertisment