Advertisment

ଦିନକୁ ୪ ଘଂଟା କାମ କରନ୍ତୁ, ମାସକୁ ୭୦ ହଜାର ଦରମା ନିଅନ୍ତୁ

ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।

author-image
Sarbeswar
Amazon

Amazon

ନୂଆଦିଲ୍ଲୀ: ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।

Advertisment

ଦୁନିଆର ସବୁଠୁ ବଡ ଇ-କମର୍ସ କମ୍ପାନୀ ଆମାଜନ ଆପଣଙ୍କୁ ଏହି ସୁଯୋଗ ଦେଉଛି। ବିଶେଷ କଥା ହେଉଛି ଏଥିପାଇଁ ଆପଣଙ୍କୁ ପ୍ରତିଦିନ ୮ ରୁ ୯ ଘଣ୍ଟା କାମ କରିବାର କୌଣସି ଆବଶ୍ୟକ ନାହିଁ। ମାତ୍ର ୪ ଘଣ୍ଟା କାମ ମୋଟା ଆକାରର ଦରମା ନେଇପାରିବେ। ଆଉ କମ୍ପାନୀ ମଧ୍ୟ ଆପଣଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇନାହିଁ। ନିଜ ଇଚ୍ଛାରେ ଆପଣ କମ୍ପାନୀରେ କାମ କରିବେ। ଯଦି ଚାହିଁବେ ତେବେ ଫୁଲ ଟାଇମ୍‌ କରିପାରିବେ ନଚେତ୍‌ ପାର୍ଟ ଟାଇମ୍‌।

ଆସନ୍ତୁ ଜାଣିବା କମ୍ପାନୀରେ କି କାମ କରିବାକୁ ପଡ଼ିବ?

ଆମାଜନ ପକ୍ଷରୁ ଯୁବପୀଢ଼ିଙ୍କ ଲାଗି ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। କମ୍ପାନୀର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଡେଲିଭରି ପିଲାର ଆବଶ୍ୟକତା ରହିଛି। ଯେଉଁମାନେ କମ୍ପାନୀର ସାମଗ୍ରୀ ଅର୍ଡ଼ର ଦେଇଥିବା ଲୋକଙ୍କ ପାଖରେ ପହଞ୍ଚାଇବାର କାମ କରିବେ।

Advertisment

୧୦ ରୁ ୧୫ କିମି ମଧ୍ୟରେ ରହିବ କାମ

ଦେଶରେ ଧୀରେ ଧୀରେ ଅନଲାଇନ୍‌ କାରବାର ବଢିବାରେ ଲାଗିଛି। ତେଣୁ ପ୍ରତ୍ୟେକ କମ୍ପାନୀ ଡେଲିଭରି ପିଲାଙ୍କ ଉପରେ ଅଚଧିକ ଗୁରୁତ୍ୱ ଦେଉଛନ୍ତି। କମ୍ପାନୀର ନିୟମ ଅନୁସାରେ, ଡେଲିଭରି ପିଲାଙ୍କୁ ନିତିଦିନ ପାଖାପାଖି ୧୦୦ ରୁ ୧୫୦ ଅର୍ଡରରେ ଜିନିଷ ପହଞ୍ଚାଇବାକୁ ପଡ଼ିବ।

କେତେ ଘଣ୍ଟା ରହିବ ଡ୍ୟୁଟି ?

ଆମେ ସମସ୍ତେ ଜାଣନ୍ତି କମ୍ପାନୀ ସକାଳ ୭ଟା ରୁ ରାତି ୮ଟା ପର୍ଯ୍ୟନ୍ତ ସାମଗ୍ରୀ ଡେଲିଭରି କରିଥାଏ। ଆମାଜନ୍‌ ସ୍ପଷ୍ଟ କରିଛି କି, ପ୍ରତ୍ୟେକ ଡେଲିଭରି ପିଲାଙ୍କୁ ୧୦୦ ରୁ ୧୫୦ ଅର୍ଡର ଡେଲିଭରି କରିବା ପାଇଁ ପଡ଼ିବ। ଯଦି ଆପଣ ଏହି କାମକୁ ୩ ରୁ ୪ ଘଂଟା ମଧ୍ୟରେ ଶେଷ କରିବେ ତେବେ କମ୍ପାନୀର କୌଣସି ଅସୁବିଧା ନାହିଁ।

କ’ଣ ରହିଛି ଯୋଗ୍ୟତା ?

ଡେଲିଭରି ଚାକିରି ପାଇଁ ଆବେଦନ କରୁଥିବା ପିଲାମାନେ କୌଣସି ସରକାରୀ କିମ୍ବା ବେସରକାରୀ ଡିଗ୍ରୀ ପାଇଥିବା ଦରକାର। ଏହାସହ ନିଜସ୍ୱ ଗାଡ଼ିଥିବା ଦରକାର ଏବଂ ଗାଡ଼ିର ସମସ୍ତ କାଗଜପତ୍ର ଅପ୍‌ ଟୁ ଡ଼େଟ୍‌ ରହିବା ନିତ୍ୟାନ୍ତ ଜରୁରୀ।

ଦରମା କେତେ?

ଆମାଜନ କମ୍ପାନୀରେ ଡେଲିଭରି କରୁଥିବା ଚାକିରିଆଙ୍କୁ ପ୍ରତି ମାସରେ ଦରମା ମିଳିଥାଏ। ସାଧାରଣତଃ ଏମାନେ ମାସକୁ ୧୨ ରୁ ୧୫ ହଜାର ଦରମା ପାଆନ୍ତି। ଏହାସହ କମ୍ପାନୀ ପକ୍ଷରୁ ଗାଡ଼ିରେ ତେଲ ଖର୍ଚ୍ଚ ମିଳେ। କିନ୍ତୁ ଯଦି ଆପଣ ଦିନକୁ ୧୫୦ ପାର୍ସଲ ଡେଲିଭରି କରନ୍ତି ତେବେ ସହଜରେ ମାସକୁ ୫୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

India Amazon Amazon-get-60k-to-70k-per-month
Advertisment
Advertisment