• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାଲି ୧୨ ଘଣ୍ଟା ଜେରା ପରେ ଗିରଫ କରିଥିଲା ୟୁପି କ୍ରାଇମବ୍ରାଞ୍ଚର SIT

  • ଆଜି କୋର୍ଟ ଚାଲାଣ

ଲଖିମପୁର : ମୋବାଇଲ ଫିଟାଇ ଦେଲା ଗୁମର । ମୋବାଇଲ ହିଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦବଙ୍ଗ ପୁଅ ଆଶିଷ ମିଶ୍ରାଙ୍କୁ ଧରାଇ ଦେଇଛି । ଲଖିମପୁର ହିଂସା ନେଇ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । କିନ୍ତୁ ସେ ଅଧିକାଂଶ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଠିକରେ ଉତ୍ତର ଦେଇନଥିଲେ । ପଚରାଉଚରା ବେଳେ ସେ ପୋଲିକୁ କୌଣସି ପ୍ରକାର ସହଯୋଗ କରୁନଥିଲେ । ବିଶେଷ କରି ଲଖିମପୁର ହିଂସା ଦିନ ସେ କେଉଁଠି ଥିଲେ, ନିର୍ଦ୍ଦିଷ୍ଟ ଭାବେ କହିପାରିନଥିଲେ ।

ଘଟଣା ଦିନ ଆଶିଷ ଘଟଣାସ୍ଥଳରେ ନ ଥିବା କହୁଥିଲେ ମଧ୍ୟ ତାଙ୍କ ମୋବାଇଲ ଲୋକେସନ୍ ଘଟଣାସ୍ଥଳର ଆଖପାଖରେ ଥିବା ଦର୍ଶାଇଥିଲା । ତେବେ ଏନେଇ ଆଶିଷ ସଫେଇ ଦେଇଥିଲେ, ଘଟଣାସ୍ଥଳଠାରୁ ୪-୫କିଲୋମିଟର ଦୂର ଏକ କୁସ୍ତି ପ୍ରତିଯୋଗିତାରେ ଥିଲେ । କିନ୍ତୁ ତାଙ୍କ ମୋବାଇଲ ନେଟୱର୍କରୁ ଜଣାପଡ଼ିଥିଲା, ସେ ଘଟଣାସ୍ଥଳର ଅତି ନିକଟରେ ଥିଲା । ଏପରିକି ସମାନ ଟାୱାର ଦର୍ଶାଉଥିବା ଏକ ନିକଟସ୍ଥ ରାଇସ ମିଲରେ ଥିବା ଆଶିଷ କହିଥିଲେ । କିନ୍ତୁ ପୋଲିସ ଏହି ପ୍ରମାଣକୁ ଗ୍ରହଣ କରି ନଥିଲା । ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଆଶିଷଙ୍କର କୌଣସି ଖୋଜଖବର ନଥିଲା । ଡ୍ରାଇଭର ଧଳାସାର୍ଟ ପିନ୍ଧି ଗାଡ଼ି ଚଳାଉଥିବା ଭିଡିଓରୁ ପ୍ରମାଣ ମିଳିଥିଲା । କିନ୍ତୁ ହିଂସା ପରେ ହଳଦିଆ କୁର୍ତ୍ତା ପିନ୍ଧିଥିବା ଆଶିଷଙ୍କ ଡ୍ରାଇଭରର ମୃତଦେହ ଉଦ୍ଧାର ହୋଇଥିଲା ।

ସେପଟେ ୫ ଦିନର ଲୁଚକାଳି ଓ ପ୍ରାୟ ୧୨ ଘଣ୍ଟାର ମାରାଥନ ଜେରା ପରେ ଗତ ରାତିରେ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି ୟୁପି କ୍ରାଇମବ୍ରାଞ୍ଚ । ଗତ ରାତିରେ ହିଁ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ୩ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି । କୋର୍ଟ ନିଷ୍ପତ୍ତି ନେବେ, ପୋଲିସ ତାଙ୍କୁ ନିଜ କଷ୍ଟଡିକୁ ନେବ କି ନାହିଁ ।

ଆଶିଷଙ୍କ ଓକିଲ ଅବଧେଶ ସିଂହ ଏହି ସୂଚନା ଦେଇଛନ୍ତି ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧର ଷଡ଼ଯନ୍ତ୍ର, ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଆଶିଷଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଜେରା ସମୟରେ ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା । ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଅକ୍ଟୋବର ୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା, ଆଉ ସେମାନଙ୍କ ମଧ୍ୟରୁ ୪ ଜଣ ଚାଷୀ ଥିଲେ ।