Advertisment

ବିଦ୍ୟୁତ ସଙ୍କଟ ନାହିଁ ! ଅଯଥା ଅପପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଶକ୍ତିମନ୍ତ୍ରୀ

ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
unnecessary-panic-coal-shortage

unnecessary-panic-coal-shortage

ନୂଆଦିଲ୍ଲୀ : ଦେଶରେ ବିଦ୍ୟୁତ୍ ସଙ୍କଟ ନାହିଁ । କୋଇଲା ଷ୍ଟକ୍ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି । ବିଭିନ୍ନ ରାଜ୍ୟରେ ବିଦ୍ୟୁତ ସଙ୍କଟ ନେଇ ଖବର ପ୍ରଚାର ହେଉଥିବା ବେଳେ ଅଯଥା ଅପପ୍ରଚାର କରିବା ସହ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ ସିଂହ । ଏସମ୍ପର୍କରେ ଆଜି ଏକ ବୈଠକ ବସିଥିଲା । ଆଉ ତା’ପରେ ଆର.କେ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭ୍ରମ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସମୟରେ ବିଦ୍ୟୁତର କୌଣସି ସଙ୍କଟ ନାହିଁ ଏବଂ ପର୍ଯ୍ୟାପ୍ତ ପରିମାଣର କୋଇଲା ମହଜୁଦ୍ ଥିବା ସେ କରିଛନ୍ତି।

Advertisment

ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା । ଦିଲ୍ଲୀରେ ବିଜୁଳି ଅସୁବିଧା ନାହିଁ । ଦିଲ୍ଲୀ ଡିସ୍କମକୁ GAIL ଗ୍ୟାସ ଯୋଗାଣ ବନ୍ଦ କରିବାକୁ କହିବା ପରେ ସମସ୍ୟା ଆରମ୍ଭ ହେଲା ହୋଇଥିଲା । ଏହାର ମୁଖ୍ୟ କାରଣ ହେଲା​​ GAIL ଏବଂ ଦିଲ୍ଲୀ ଡିସ୍କମ ମଧ୍ୟରେ ଚୁକ୍ତିନାମା ଶେଷ ହେବାକୁ ଯାଉଛି ।

ତେବେ ବର୍ତ୍ତମାନ GAIL ର CMD ସହ ଆଲୋଚନା ହୋଇଛି । ଗ୍ୟାସ ଯୋଗାଣରେ କୌଣସି ଅଭାବ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏପରି ଅସୁବିଧା ନଥିଲା କି ହେବନି ବୋଲି ମଧ୍ୟ ସେ କହିଛନ୍ତି । ଏହି ସଙ୍କଟ ଅନାବଶ୍ୟକ ଭାବରେ ସୃଷ୍ଟି କରାଯାଇଥିଲା । ତେବେ ସମ୍ଭାବ୍ୟ ବିଦ୍ୟୁତ କାଟ ବିଷୟରେ ଟାଟା ପାୱାର ଲୋକଙ୍କ ପାଖକୁ ଏକ ମେସେଜ୍ ପଠାଉଥିଲା । ପରବର୍ତ୍ତୀ ସମୟରେ ଏପରି କୌଣସି ବାର୍ତ୍ତା ପଠାଗଲେ, ତଥା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Advertisment

ଆର.କେ ସିଂ ଆହୁରି କହିଛନ୍ତି, 'ପ୍ରତିଦିନ ଅଧିକାରୀମାନେ କୋଇଲା ଷ୍ଟକ୍ ଉପରେ ନଜର ରଖିଛନ୍ତି । ଆଜିର ଦିନରେ ଆମ ପାଖରେ ୪ ଦିନରୁ ଅଧିକ ଷ୍ଟକ୍ ରହିଛି । ଗତକାଲି ୧.୮ ମିଲିୟନ୍ ଟନ୍ ଖର୍ଚ୍ଚ ହୋଇଛି, ଆଉ ସେତିକି ପରିମାଣର ଷ୍ଟକ୍ ମଧ୍ୟ ବଢ଼ିଛି । '୧୭ ଦିନର ଷ୍ଟକରୁ ୪ ପର୍ଯ୍ୟନ୍ତ ଆସିଯାଇଥିଲା, ଧୀରେ ଧୀରେ ଏହା ପୁଣି ବୃଦ୍ଧି ପାଇବ । ଏ ବିଷୟରେ ମଧ୍ୟ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

Unnecessary Panic Created Coal Crisis Power Ministry
Advertisment
Advertisment