ରବିବାର ସା ଠାରୁ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ବର୍ଷା ହେବା ସହ ବିଶେଷ କରି ପାହା଼ଡିଆ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ଜୋଜିଲା ପାସ୍, ଅମରନାଥ ଏବଂ ସିନ୍ଧ ଟପ୍ କରନାରେ ବରଫପାତ ହୋଇଛି ।
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ଦ୍ୱାରା ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରାଯାଇଥିଲା ।
ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି
ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ।
ବିଜେପିକୁ ବଡ଼ ଝଟକା । ’ପଦ୍ମ’ ଛାଡ଼ି ହାତ ଧରିଲେ ଦଳର ଟାଣୁଆ ନେତା । ଉତ୍ତରାଖଣ୍ଡରେ ରାତାରାତି ବଦଳିଗଲା ରାଜନୈତିକ ସମୀକରଣ । ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ୟଶପାଲ ଆର୍ଯ୍ୟ ଏବଂ ବିଧାୟକ ସଞ୍ଜୀବ ଆର୍ଯ୍ୟ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି
ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛ । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି ।
କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କୁ ଏବେ ନାହିଁ ନିସ୍ତାର । ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମୁସ୍କିଲ ବଢ଼ିଲା । ବୁଧବାର ଦିନ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।
ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସାକାଣ୍ଡ ବିରୋଧରେ ଆଜି ମହାରାଷ୍ଟ୍ର ବନ୍ଦ। ଚାଷୀଙ୍କ ସମର୍ଥନରେ ବାହାରି ଶିବସେନା ସରକାର ଏହି ବନ୍ଦ ଡାକରା ଦେଇଛି ।
୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ। ଏହି ଅବସରରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।
ପୁଣି ବଢ଼ିବ ଦିଲ୍ଲୀ ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ଗମ୍ଭୀର ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦିନରେ ମୁହଁକୁ ମୁହଁ ଦିଶୁନି । ବର୍ତ୍ତମାନ ସମୟରେ ବାୟୁର ଗୁଣବର୍ତ୍ତା ଓ ସ୍ତର ଧୀରେ ଧୀରେ ଅଧିକ ପ୍ରଦୂଷିତ ହେଉଛି
ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଚର । ଏନକାଉଣ୍ଡରରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି ।
ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ୍ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ପୁଣି ଥରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଛୋଟ ଛୋଟ ସ୍ୱାର୍ଥ ସାଧନ ଏବଂ ବିବାହ ଉଦ୍ଦେଶ୍ୟରେ ପୁଅ ଓ ଝିଅମାନେ ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।
ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନଥିବା ବେଳେ ରବିବାର ଦିନ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୨୦ ଦିନ ଭିତରେ ଠିଆ ହୋଇଛି ଏହି ଅତ୍ୟାଧୁନିକ ମେଡିକାଲ । ଶୁଣିବାକୁ ଅଜବ ଲାଗୁଥିଲେ ବି ଦେଖିଲେ ଆଖି ଲାଖିଯିବ
ମହାରାଷ୍ଟ୍ରରେ ଆଜି ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି । ଉତ୍ତର ପ୍ରଦେଶ ଲଖମିପୁର ଖେରି ହିଂସା କାଣ୍ଡକୁ ବିରୋଧ କରି ଚାଷୀଙ୍କ ସମର୍ଥନରେ ଶିବସେନା ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ରିମାଣ୍ଡରେ ଯାଇପାରନ୍ତି ଅଭିଯୁକ୍ତ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିପାରନ୍ତି ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ।
୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ । ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ଜଲ୍ସା ବାସଭବନ ବାହାରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ଏକାଠି ହୋଇ ଜନ୍ମଦିନ ପାଳନ କରିଛନ୍ତି ।
କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି।
ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ସ୍ଥିର ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩,୯୧୦ ଟଙ୍କା ଓ ୪୮,୭୦୦ ଟଙ୍କା ରହିଛି ।
ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ
ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା ।
ଦେଶରେ ଆଜି ବି କମ୍ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ରେ ପହଞ୍ଚିଛି
ମୋବାଇଲ ଫିଟାଇ ଦେଲା ଗୁମର । ମୋବାଇଲ ହିଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦବଙ୍ଗ ପୁଅ ଆଶିଷ ମିଶ୍ରାଙ୍କୁ ଧରାଇ ଦେଇଛି । ଲଖିମପୁର ହିଂସା ନେଇ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । କିନ୍ତୁ ସେ ଅଧିକାଂଶ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଠିକରେ ଉତ୍ତର ଦେଇନଥିଲେ । ପଚରାଉଚରା ବେଳେ ସେ ପୋଲିକୁ କୌଣସି ପ୍ରକାର ସହଯୋଗ କରୁନଥିଲେ