• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kinnaur-landslide
ହିମାଚଳରେ ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ଆଇଟିବିପିର ସୂଚନା ଅନୁସାରେ ଗତକାଲି ଦିନ ଗୋଟାଏ ବେଳେ ହିମାଚଳ ପ୍ରଦେଶ କାନ୍ନୌର ନୁଗାଲସରି ରିକଙ୍ଗ ପିଓ-ସିମଲା ଜାତୀୟ ରାଜପଥରେ ଏହି ଭୂସ୍ଖଳନ ହୋଇଥିଲା । ରାସ୍ତାରେ ଯାଉଥିବା ଏକ ସରକାରୀ ବସ୍ ଉପରେ ମାଟି ଅତଡ଼ା ଧସିବାରୁ ଏହା ଚାପି ହୋଇ ରହିଛି । ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ HRTCର ଏହି ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ

isro-eos-3-satellite
ଅଧୁରା ରହିଗଲା ମିଶନ୍ : ଲଞ୍ଚ ହୋଇପାରିଲାନି EOS-03 ଉପଗ୍ରହ, ଶେଷ ମୁହୂର୍ତ୍ତରେ ଖେଳ ବିଗାଡ଼ିଲା ଇଞ୍ଜିନ୍

ତୁରନ୍ତ ISRO ଦ୍ୱାରା ପରିଚାଳିତ ଲାଇଭ୍ ପ୍ରସାରଣ ବନ୍ଦ କରି ଦିଆଗଲା । ମିଶନ୍ ସଫଳ ହୋଇଥିଲେ, ତେବେ ଏହି ଉପଗ୍ରହ ସକାଳ ପ୍ରାୟ ୧୦.୩୦ ରୁ ଭାରତର ଫଟୋ ଉଠାଇବା ଆରମ୍ଭ କରିଥାନ୍ତା । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେଥିବା ସତୀଶ ଧଓ୍ୱନ ସ୍ପେସ୍ ସେଣ୍ଟରରୁ ୫ଟା ୪୩ ମିନିଟରେ GSLV F-10 ଉତକ୍ଷେପଣ କରାଯାଇଥିଲା

helicopter-crash
ହେଲିକପ୍ଟର ତିଆରି କରିଥିଲେ ଅଷ୍ଟମ ପାସ୍ ମେକାନିକ୍, ଉଡ଼ାଣ ପରୀକ୍ଷଣ ବେଳେ କ୍ରାସ ହୋଇ ଚାଲିଗଲା ଜୀବନ

ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ ।

Mughal Gardens
JSW ଫାଉଣ୍ଡେସନ କରିବ ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ

କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି ସୂଚନା ଦେଇଛନ୍ତି ।

BIhar Flood
ବିହାର-ୟୁପିରେ ଭୟାନକ ହେଉଛି ବାତ୍ୟାର ଚିତ୍ର, ଦୁର୍ବିସହ ହେଲାଣି ସ୍ଥିତି

ବିହାରରେ ଭୟାନକ ହେଉଛି ବାତ୍ୟାର ଚିତ୍ର । ଦିନକୁ ଦିନ ନଦୀର ଜଳସ୍ତର ବଢୁଥିବା ବେଳେ ବିପଦ ମଧ୍ୟ ବଢୁଛି । ଲୋକେ ସୁରକ୍ଷିତ ସ୍ଥାନକୁ ଡଙ୍ଗା ସାହାଯ୍ୟରେ ଯାଉଥିବା ବେଳେ ଜୀବନ ଦୁର୍ବିସହ ହୋଇ ପଡ଼ିିଲାଣି ।

Modi -Shah
ଏଣିକି ରାଜ୍ୟ ସରକାର ଚିହ୍ନଟ କରିବେ ଓବିସି, ସଂସଦରେ ପାରିତ ହେଲା ବିଲ୍‌

ରାଜ୍ୟ ସରକାରଙ୍କୁ ମିଳିବ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । କେଉଁ ବର୍ଗର ଲୋକ ଓବିସିରେ ଅନ୍ତର୍ଭୁକ୍ତ ହେବେ, ରାଜ୍ୟ ସରକାର ସେହି ନିଷ୍ପତ୍ତି ନେଇପାରିବେ । ଏ ସଂପର୍କିତ ଏକ ବିଲ୍ ଲୋକସଭାରେ ପାରିତ ହୋଇଛି । 

landslide-in-himachal-pradeshs
ହିମାଚଳରେ ଭୂସ୍ଖଳନ: ୧୧ ମୃତ। ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ଗୃହମନ୍ତ୍ରୀ

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।

Dragon like flying reptile
ଡ୍ରାଗନ ଭଳି ଦେଖାଯାଉଥିଲା ଏହି ଉଡନ୍ତା ପ୍ରାଣୀ

ଜୀବାଶ୍ମ ବୈଜ୍ଞାନିକଙ୍କ ମତ ଯେ ସେମାନେ ଡାଇନୋସର୍‌ ଏବଂ ସେମାନଙ୍କ ଭଳି ପ୍ରାଣୀମାନଙ୍କର ବହୁତ କମ୍ ପ୍ରଜାତି ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଛନ୍ତି। ପ୍ରତିଦିନ ନୂତନ ପ୍ରଜାତିର ଜୀବାଶ୍ମ ମଧ୍ୟ ଆବିଷ୍କୃତ ହେଉଛି। ଏଥର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଡ୍ରାଗନ୍ ପରି ଉଡ଼ୁଥିବା ସରୀସୃପଙ୍କ ଜୀବାଶ୍ମ ଆବିଷ୍କାର କରିଛନ୍ତି। ଯଦିଓ ଡ୍ରାଗନ୍ ଅନେକ ଦେଶର ଲୋକକଥାଗୁଡ଼ିକର ଏକ ପ୍ରାଣୀ ଭାବରେ ପରିଗଣିତ ହୁଏ, କିନ୍ତୁ ଏହି ଜୀବାଶ୍ମ ଉପରେ ଅଧ୍ୟୟନ କରୁଥିବା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୃଥିବୀରେ ଏପର୍ଯ୍ୟନ୍ତ ମିଳିଥିବା ଜୀବମାନଙ୍କ ମଧ୍ୟରେ ଏହା ଡ୍ରାଗନ୍ ସହିତ ସବୁଠାରୁ ବେଶି ମିଶୁଛି।

UP FLOOD
ୟୁପିରେ ବନ୍ୟା ସ୍ଥିତି ଗମ୍ଭୀର: ଘର ଭିତରୁ ବାହାରି ପାରୁନାହାନ୍ତି ଲୋକ

ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍‌ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।

Mars Craters
କେତେ ଜରୁରୀ ମଙ୍ଗଳର କ୍ରାଟର ଅଧ୍ୟୟନ?

ସ୍ପେସ୍ ଏଜେନ୍ସିମାନେ ମଙ୍ଗଳକୁ ସେମାନଙ୍କର ବଡ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଙ୍ଗଳରେ ବସତି ସ୍ଥାପନ ପାଇଁ ଏଲନ୍ ମସ୍କ ପ୍ରସ୍ତୁତ ହେଉଥିବାବେଳେ ୟୁଏଇ ମଧ୍ୟ ଆଗାମୀ ଶହେ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ମାନବ ଅଭିଯାନ ପଠାଇବା ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଏହି ସମୟରେ, ନାସାର ଅଭିଯାନ ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ଲକ୍ଷଣ ଖୋଜୁଛି। ବିଭିନ୍ନ କ୍ରାଟର ଅଧ୍ୟୟନ କରିବାକୁ ଚେଷ୍ଟା କରୁଥିବା ଦୁଇଟି ସକ୍ରିୟ ରୋଭର ଅଛି। କିନ୍ତୁ ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ଏହାର କ୍ରାଟର ଅଧ୍ୟୟନ ପ୍ରକୃତରେ ଏତେ ଗୁରୁତ୍ୱପୂର୍ଣ୍ଣ କି?

Crime
ଏକପାଖିଆ ପ୍ରେମ: ବିବାହିତ ଯୁବତୀଙ୍କ ମୁହଁକୁ ବ୍ଲେଡ଼୍‌ରେ କାଟି ପକାଇଲା ପ୍ରେମୀକ

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ବିବାହର ପାଖାପାଖି ୧ ବର୍ଷ ପରେ ସମ୍ପୃକ୍ତ ଯୁବତୀ ଜଣକ ତାଙ୍କ ଘରକୁ ଆସିଥିଲେ। ଆଉ ନିଜ ଘରକୁ ଆସିଥିବାରୁ ଅନେକ ସମ୍ପର୍କୀୟ ଓ ସାଙ୍ଗମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଆସିଥିଲେ। ଆଉ ଏକପାଖିଆ ପ୍ରେମୀକ ଯୁବତୀ ଜଣଙ୍କୁ ଅନ୍ୟ କାହା ସାଙ୍ଗରେ ଦେଖି ଉତ୍‌କ୍ଷିପ୍ତ ହୋଇଥିଲା ପରେ ଘରେ ପଶି ବ୍ଲେଡ଼୍‌ରେ ମୁହଁକୁ ବାରମ୍ବାର କାଟି ପକାଇଥିଲା

Rape Case
ଦୁଷ୍କର୍ମ ଅପରାଧୀଙ୍କୁ ଜେଲ୍‌ଦଣ୍ଡାଦେଶ ପରେ କରାଯାଉଛି ନପୁଂସକ

ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଏପରି ଦଣ୍ଡ ବିଧାନ କରାଯାଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଦୁଷ୍କର୍ମ ଅପରାଧ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକସନ୍‌ ଦେଇ ନପୁଂସକ କରିଦିଆଯାଇଛି। ଏହି ସମୟରେ ଟେଲିଭିଜନ୍‌ ସାମ୍ନାରେ ଦୋଷୀ ଜଣକ ଯେତେ କ୍ଷମା ପ୍ରାର୍ଥନା କଲେ ବି କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି।

himachal-pradesh
କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ : ପୋତି ହୋଇଗଲା ୪୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ

ହିମାଚଳ ପ୍ରଦେଶର ବୁଧବାର ଅପରାହ୍ନରେ କିନଉର ଜିଲ୍ଲାର ନିଗୁଲସେରି ଜାତୀୟ ରାଜପଥରେ ନିକଟସ୍ଥ ଇଗଲ ଜଙ୍ଗଲ ନିକଟରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।

parliament
ସମୟ ପୂର୍ବରୁ ମୁଲତବୀ ହେଲା ସଂସଦର ମୌସୁମୀ ଅଧିବେଶନ

ବିରୋଧୀଙ୍କ ଏପରି କାର୍ଯ୍ୟକଳାପକୁ ଆଇନର ଅପମାନ ବୋଲି ଅଭିଯୋଗ କରିଥିଲେ ବିରୋଧୀ। ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିଲା। କିନ୍ତୁ ଗୃହ ଶାନ୍ତିଶୃଙ୍ଖଳାର ସହ ଚାଲିନପାରିବାରୁ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

corona virus
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୩୮,୩୫୩ ଆକ୍ରାନ୍ତ ଚିହ୍ନଟ

ଏହାସହ ୨୪ ଘଂଟାରେ ଦେଶରେ ୪୦୦୧୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏହାସହ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୩,୧୨,୨୦,୯୮୧ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ଦେଶରେ ମୋଟ୍‌ ୩,୮୬,୩୫୧ ଆକ୍ଚିଭ୍‌ କେସ ରହିଛି।

man walks with 5 kidneys
ଅବିଶ୍ୱାସ ଲାଗିଲେ ବି ସତ; ମଣିଷ ଶରୀରରେ ୫ କିଡ୍‌ନୀ

ମଣିଷ ଶରୀରରେ ୨ଟି କିଡ୍‌ନୀ ଥାଏ। ହେଲେ ୫ଟା କିଡନୀ ରହିବା କଥା କେବେ ଶୁଣିଛନ୍ତି କି ? କଥାଟା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ।

Tina Dabi and Athar Khan
ବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିନା ଦାବି ଓ ଅଥର ଆମୀର ଖାନ୍‌ଙ୍କ। ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ। ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ। ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି।

bombay-high-court
’ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅପରାଧ’

କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ ।

maharashtra
ଲକ୍ଷ ଲକ୍ଷ ଟଙ୍କାରେ ଫାଇନାଲ୍ ହୋଇଥିଲା ଡିଲ୍ : ବଡ଼ ଭାଇର ପୋଖରୀରେ ବିଷ ପକାଇ ୨୦ ହଜାର ମାଛ ମାରିଦେଲା ଭାଇ

ମହାରାଷ୍ଟ୍ରର ପୁଣେରେ ଏକ ପୋଖରୀରେ ୨୦ହଜାର ମାଛ ମରି ପଡ଼ିବା ପରେ ଉତ୍ତେଜନା ଦେଖାଦେଇଛି। ପୁଣେ ଜିଲ୍ଲାର ଇନ୍ଦପୁର ଅଞ୍ଚଳରେ ଏପରି ଘଟଣା ଘଟିଛି । ତେବେ ମାଛ ଚାଷୀ ଜଣକ କକା ପୁଅ ଭାଇଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

IT award in the name of rajiv gandhi
କେନ୍ଦ୍ରକୁ ଉଦ୍ଧବ ସରକାରଙ୍କ ଜବାବ-ରାଜୀବ ଗାନ୍ଧିଙ୍କ ନାମରେ ଦେବ ଆଇଟି ପୁରସ୍କାର

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳ ରତ୍ନ ହଟାଇ ଦିଆଯାଇଛି। ହେଲେ ଏହାକୁ ହଜମ କରିପାରିନି ମହାରାଷ୍ଟ୍ର ସରକାର । ଏହି ଘଟଣାର କିଛି ଦିନ ପରେ ଉଦ୍ଧବ ସରକାର ପୁଣି ଏକ ପୁରସ୍କାର ଘୋଷଣା କରିଛନ୍ତି । କୁହାଯାଉଛି, କେନ୍ଦ୍ରକୁ ଜବାବ ଦେବା ପାଇଁ ଉଦ୍ଧବ ସରକାର ଏପରି ଏକ ପୁରସ୍କାର ଘୋଷଣା କରିଛନ୍ତି।

launching-pad
ଜମ୍ମୁ କାଶ୍ମୀରରେ ୨୫୦ରୁ ଅଧିକ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ଶତ୍ରୁ ଦେଶ

ସୁଧୁରୁନି ଶତ୍ରୁ ଦେଶ, ଲଗାତାର ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି । ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ କାଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା । ଭାରତ-ପାକିସ୍ଥାନ ସୀମାରେ ପାକିସ୍ତାନ ନିଜର ଲଞ୍ଚ ପ୍ୟାଡକୁ ପୁଣି ଥରେ ସକ୍ରିୟ କରିଛି ବୋଲି ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ।

vaccine
କୋଭାକ୍ସିନ ଓ କୋଭିସିଲ୍ଡ ମିଶ୍ରଣ ଡୋଜ୍‌ର ଷ୍ଟଡି ପାଇଁ DCGIର ଅନୁମତି

ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ୍ ପରୀକ୍ଷଣ ଏବଂ ଅଧ୍ୟୟନକୁ ଅନୁମୋଦନ ମିଳିଛି । କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ର ଡୋଜ୍ କାମ କରୁଛି କି ନାହିଁ, ତାର ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGIର) ଅନୁମତି ପ୍ରଦାନ କରିଛି ।

Inspeactor
ବାପାଙ୍କ ଉପର ପୋଷ୍ଟରେ ନିଯୁକ୍ତି ହେଲେ ଝିଅ, ସମସ୍ତଙ୍କ ଆଗରେ ଝିଅକୁ ସାଲ୍ୟୁଟ୍‌ ମାରିଲେ ବାପା

କାରଣ ଯେଉଁଠାରେ ବାପା ଇନ୍ସପେକ୍ଟର ଅଛନ୍ତି ସେହିଠାରେ ହିଁ ଝିଅ ଆସିଷ୍ଟାଣ୍ଡ କମାଣ୍ଡର ଭାବରେ ନିଯୁକ୍ତି ପାଇଛନ୍ତି ଝିଅ ଦୀକ୍ଷା। ଆଉ ବୋଧହୁଏ ଏହି ଖୁସି ବାପାଙ୍କଠାରୁ ଆଉ କିଛି ହୋଇ ନପାରେ। ନିଜ ଝିଅକୁ ଏହି ପୋଷ୍ଟରେ ଦେଖିବା ପରେ ଖୁସି ହୋଇ ବାପା ସାଲ୍ୟୁଟ୍‌ ମାରିଛନ୍ତି,ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଝିଅ ହୋଇଥିଲେ ବି ନିଜ ଉପର ପୋଷ୍ଟରେ ରହିଥିବାରୁ ତାଙ୍କୁ ସାଲ୍ୟୁଟ୍‌ ମାରିଛନ୍ତି ବାପା।

organic evolution
ମାଛ ଓ କୀଟର ନୂଆ ପ୍ରଜାତିରେ ବିଷର ଭୂମିକା

ପୃଥିବୀର ପ୍ରାଣୀ ପ୍ରଜାତିଗୁଡିକର ବିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଦୁନିଆରେ ପ୍ରଜାତିଗୁଡିକ ବିଲୁପ୍ତ ହୁଅନ୍ତି ଏବଂ ନୂତନ ପ୍ରଜାତି ସୃଷ୍ଟି ହୁଅନ୍ତି। କିନ୍ତୁ ମାନବ କାର୍ଯ୍ୟକଳାପ ହେତୁ ପ୍ରଜାତିଗୁଡିକର ବିଲୁପ୍ତ ହେବାର ହାର ଅତି ଦ୍ରୁତ ଗତିରେ ବଢିଚାଲିଛି, ଯାହା ଚିନ୍ତାର ବିଷୟ ହୋଇପଡିଛି। କିନ୍ତୁ ଆମ ବୈଜ୍ଞାନିକମାନେ ମଧ୍ୟ ନୂତନ ପ୍ରଜାତି ସୃଷ୍ଟି ହେବାର କାରକ ଉପରେ ଅନୁସନ୍ଧାନ କରୁଛନ୍ତି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, କୀଟ ଏବଂ ମତ୍ସ୍ୟର ଅସାଧାରଣ ବିବିଧତା ପଛରେ ବିଷ ମଧ୍ୟ ଏକ ସହାୟକ ହୋଇଥାଏ।

job
୧୯୦ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାସିକ ଦରମା ୧ଲକ୍ଷ ୪୨ ହଜାର

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏମିତି ଏକ ଚାକିରି ବାହାରିଛି ଯାହା ଆପଣଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ। ସୂଚନା ଅନୁସାରେ ଉତ୍ତରାଖଣ୍ଡ ଜନସେବା ଆୟୋଗ (UKPSC) ମିଳିତ ରାଜ୍ୟ (ସିଭିଲ୍) ଲୋୟର ସବୋର୍ଡେଟ୍ ସର୍ଭିସେସ୍ ପରୀକ୍ଷା- ୨୦୨୧ରେ ୧୯୦ ପଦ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ଯଦି ଆପଣ ଏହି ପଦ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଅଫିସିଆଲ୍ ୱେବସାଇଟ୍ ukpsc.gov.in ମାଧ୍ୟମରେ ଆବେଦନ କରିପାରିବେ