• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୭୦ ବର୍ଷରେ ମା ହେଲେ ବୃଦ୍ଧା

ଗାନ୍ଧୀନଗର: ୭୦ ବର୍ଷରେ ମାଆ ହେଲେ ବୃଦ୍ଧା । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଗୁଜରାଟ କଚ୍ଛମୋରା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭାଲୁ ଭାଇ ଓ ପତ୍ନୀ ଜିଲୁ ହେଉଛନ୍ତି ଗାଁର ଏକ ବୃଦ୍ଧ ଦମ୍ପତ୍ତି । ବୟସ ଆସିକି ୭୦ ପହଞ୍ଚିଲାଣି ହେଲେ ଏବେ ତାଙ୍କ କୋଳରେ ଜନ୍ମ ହୋଇଛି ଏକ ନବଜାତ ଶିଶୁ । ଉଭୟଙ୍କର ଏକ କନ୍ୟା ସନ୍ତାନ ହୋଇଛି ।

70 YEARS OLD LADY (୭୦ ବର୍ଷରେ ମାଁ ହେଲେ ବୃଦ୍ଧା)

ସୂଚନା ଅନୁସାରେ, ବିବାହର ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଉଭୟ ସନ୍ତାନ ସୁଖ ପାଇପାରିନଥିଲେ । ଯାହାକୁ ନେଇ ଉଭୟ ଦୁଃଖଭରା ଜୀବନ ଜୀଉଁଥିଲେ । ହେଲେ ଭଗବାନଙ୍କ ସୃଷ୍ଟିରେ କଣ ବା ଅସମ୍ଭବ । ବିବାହର ୪୫ ବର୍ଷ ପରେ ଉକ୍ତ ଦମ୍ପତ୍ତି ଆଧୁନିକ ଚିକିତ୍ସା ବିଜ୍ଞାନର ସହାୟତା ନେଇଥିଲେ । ଡାକ୍ତର ନିକଟକୁ ଯାଇ ନିଜ ମନ କଥା ଜଣାଇବା ପରେ ଡାକ୍ତର ତାଙ୍କୁ ଟେଷ୍ଟ ଟୁ୍ୟବ ବେବି ବିଷୟରେ ଅବଗତ କରାଇଥିଲେ । ଯାହା ପରେ ଏବେ ତାହା ସଫଳ ମଧ୍ୟ ହୋଇଛି ।

ନିସନ୍ତାନ ଦମ୍ପତ୍ତିଙ୍କ କୋଳରେ ଏବେ ଏକ ଶିଶୁର ଆଗମନ ହୋଇଛି । ସେ କନ୍ୟାରତ୍ନ IVFରେ ପାଇଛନ୍ତି ଟେଷ୍ଟ ଟୁ୍ୟବ ବେବି କରାଯାଇଛି । ଜନ୍ମ ଗ୍ରହଣ ପରେ ଉକ୍ତ ନବଜାତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଓ ହୃଷ୍ଟପୃଷ୍ଟ ହୋଇଥିବାବେଳେ ଶିଶୁଟିକୁ ନେଇ ଉଭୟଙ୍କ ମନରେ ଆନନ୍ଦର ଲହରୀ ଖେଳି ଉଠିଛି । ଫଳରେ କନ୍ୟା ସନ୍ତାନ ପାଇ ଉଭୟଙ୍କ ଖୁସି କହିଲେ ନ ସରେ । ଠିକ୍‌ ସେହିପରି ୨୦୧୬ ରେ ମଧ୍ୟ ପଞ୍ଜାବର ଦଲଞ୍ଜିଦର କୌର ୭୦ ବର୍ଷ ବୟସରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।