ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି
ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ମିନିବସ୍ ଥାତ୍ରି ରୁ ଦୋଡା ଅଭିମୁଖେ ଯାଉଥିଲା
ମୋଦି ମ୍ୟାଜିକ୍ ଆଗରେ ଫିକା ପଡ଼ିବ ରାହୁଲଙ୍କ ରଣନୀତି । ସହଜ ନୁହେଁ ଦେଶରେ ବିଜେପି ଗଡ଼ ଭାଙ୍ଗିବା । ନିକଟ ଭବିଷ୍ୟତରେ ମୋଦି ଲହରରେ ଭଟ୍ଟା ପଡ଼ିବାର ସମ୍ଭାବନା ନାହିଁ । ଆସନ୍ତା କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବିଜେପିର ଦବଦବା ଜାରି ରହି
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍। ମହିଳାମାନେ ଡିଭାଇଡର୍ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।
ଏକାଥରକେ ୪ ଜଣ ଶିଶୁକୁ ଜନ୍ମ ଦେଲେ ମହିଳା.. ପୂର୍ବରୁ ଦୁଇ ଥର ସନ୍ତାନର ଜନନୀ ହୋଇଥିଲେ। ଏବେ ତୃତୀୟ ଥର ସେ ଗର୍ଭବତୀ ହୋଇଥିଲେ..ମାଆ ଓ ଛୁଆ ସବୁ ସୁରକ୍ଷିତ ଅଛନ୍ତି.
ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ହରିୟାଣାର ଏହି ଆଇଏସ୍ ଅଧିକାରୀ ପୁଣି ଥରେ ବଦଳିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଫିସର ବିଷୟରେ ଜାଣିବାକୁ ଚାହୁଁଥିଲେ ।
ଗୋସାଭିଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଛି ଏବଂ ସେଥିମଧ୍ୟରୁ ଗୋଟିଏରେ ପୋଲିସ ତାଙ୍କୁ ଖୋଜୁଥିଲା। ଗୋସାଭିଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କୁ ପୁଣେ ପୋଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି । ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ ନା ନାହିଁ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି ।
ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଗତ ଦୁଇ ଦିନ ଧରି କୋର୍ଟ ରୁମରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ । ଗତକାଲି ଶୁଣାଣି ବେଳେ ଏଅନସିବି ପକ୍ଷରୁ ଓକିଲ କିଛି ପ୍ରମାଣ କୋର୍ଟରେ ଦର୍ଶାଇବା ପାଇଁ ମହଲତ ମାଗିଥିଲେ ।
ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ମିସାଇଲ୍ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର କେମିତି ବା ଚୁପ୍ ରହିଥାନ୍ତେ ? ଆମୀର ଟ୍ୱିଟରରେ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ତାଚ୍ଛଲ୍ୟ କରିବାର ଦୁଃସାହସ କରିଦେଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି ।
ପୁଣି କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଶହେ କୋଟି ଟିକାକରଣ ପରେ ବି ଆରମ୍ଭ ହେବ ମେଗା ଟିକକରଣ ଅଭିଯାନ । ଦେଶରେ ଆରମ୍ଭ ହେବ ମେଗା କୋଭିଡ୍ ଟିକାକରଣ ଅଭିଯାନ ।
ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସଫଟୱେର ମାମଲାର ତଦନ୍ତ । ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅଭିଯୋଗର ତଦନ୍ତ କରି ୮ ସପ୍ତାହ ମଧ୍ୟରେ ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ମାନେ ବେଶ୍ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ । ଏଥିପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର.ଭି. ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । କମିଟିରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଆଲୋକ ଜୋଶୀ ଓ ସନଦୀପ
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରାପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର।
ଆଜି ପୁଣିଥରେ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ହେବ । କାଲି ବମ୍ବେ ହାଇକୋର୍ଟ ଶୁଣାଣି ଅସମାପ୍ତ ରଖିଥିଲା । ତେଣୁ ଆଜି ପୁନର୍ବାର ଆର୍ୟନଙ୍କ ଜାମିନ ଶୁଣାଣି ହେବ । ସେପଟେ ଏ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଜାମିନ ମିଳିବ ।
ଛୋଟ ପିଲାଙ୍କୁ ଗାଡ଼ି ବସାଇ ଯାଉଛନ୍ତି କି? ସାବଧାନ୍ ! କାରଣ ୯ ମାସରୁ ୪ବର୍ଷର ପିଲାଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ଆପଣଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଜରୁରୀ
କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ବହୁ ବଦାନ୍ୟ, ସହୃଦୟ ବ୍ୟକ୍ତି ନିଜ ନିଜ ଉପାୟରେ ଜାରି ରଖିଛନ୍ତି ଜନସେବା । ସେଥିପାଇଁ ତ କୁହାଯାଉଛି ଯେ, ଆଜିର ଦୁନିଆ ଯେତେ ସ୍ୱାର୍ଥପର ହେଲେ ବି, ଏଠି ଏବେବି ମଣିଷପଣିଆ ବଞ୍ଚିଛି । ପରିଣତ ବୟସରେ ଗରିବ ଗୁରୁବାଙ୍କ ସେବା ଜାରି ରଖିଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ମଟକା ମ୍ୟାନ୍।
ବାଇକରେ ଛୋଟ ପିଲାଙ୍କୁ ନେଇ ଯାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ମାନିବାକୁ ପଡ଼ିବ ଏସବୁ ନିୟମ। ନଚେତ୍ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଜାଣି ନିଅନ୍ତୁ କଣ ହେଲା ସରକାରଙ୍କ ନୂଆ ନିୟମ
ଇଏ ଆଇରନ୍ ମ୍ୟାନ୍, ସୁପର୍ ମ୍ୟାନ୍ କି ସ୍ପାଇଡର୍ ମ୍ୟାନ୍ ନୁହନ୍ତି । ଇଏ ରିୟଲ୍ ଲାଇଫର ସୁପର୍ ହିରୋ ।
ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ
କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ପରେ ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା ।
ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।