• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ?

  • ବମ୍ବେ ହାଇକୋର୍ଟରେ ତୃତୀୟ ଦିନ ପାଇଁ ହେବ ଶୁଣାଣି

ମୁମ୍ବାଇ : ଆଜି ଆର୍ୟନ ଖାନଙ୍କୁ ମିଳିବ କି ଜାମିନ୍ ? ବମ୍ବେ ହାଇକୋର୍ଟରେ ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ । ଗତ ଦୁଇ ଦିନ ଧରି କୋର୍ଟ ରୁମରେ ହାଇଡ୍ରାମା ପରେ ଆଜି ପୁଣି ଥରେ ଶୁଣାଣି କରିବେ ଅଦାଲତ । ଗତକାଲି ଶୁଣାଣି ବେଳେ ଏଅନସିବି ପକ୍ଷରୁ ଓକିଲ କିଛି ପ୍ରମାଣ କୋର୍ଟରେ ଦର୍ଶାଇବା ପାଇଁ ମହଲତ ମାଗିଥିଲେ । ଆଜି ଗୋଟେ ଘଣ୍ଟା ଭିତରେ ମାମଲାର ଆର ପାର୍ କରିଦେବେ ବୋଲି କହିଛନ୍ତି ଏନସିବି ପକ୍ଷରୁ ଲଢୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଅନୀଲ ସିଂ । ତେଣୁ ଆଜି ଜାମିନ୍ ଆବେଦନର ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି ।

ସେପଟେ ଆସନ୍ତା ୨୯ ତାରିଖ ଯାଏଁ ଯଦି ଆର୍ୟନଙ୍କୁ ଜାମିନ୍ ନମିଳେ ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ । ନଭେମ୍ବର ୧ରୁ ୧୪ ଯାଏଁ ଦୀପାବଳି ଛୁଟି ଯୋଗୁଁ କୋର୍ଟ ବନ୍ଦ ରହିବ । ତେଣୁ ଆଜି ଆର୍ୟନଙ୍କ ସମେତ ଅରବାଜ୍ ଏବଂ ମୁନମୁନଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବ ବୋଲି ଆଶା କରାଯାଉଛି । ଆର୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନି, ସେ ପୂର୍ବରୁ ଡ୍ରଗସ୍ ନେଇନାହାନ୍ତି କିମ୍ବା ମେଡିକାଲ୍ ଟେଷ୍ଟରେ ଡ୍ରଗସ ନେବା କଥା ସ୍ପଷ୍ଟ ହୋଇନି । ତେଣୁ ଆର୍ୟନଙ୍କୁ ବେଲ୍ ମିଳିବା ଜରୁରୀ ବୋଲି ଗତକାଲି ଯୁକ୍ତି ବାଢ଼ିଛନ୍ତି ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ।

ସେପଟେ ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ବଢ଼ୁଛି । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ । ସମୀର କିଭଳି ଡ୍ରଗ୍ସ ଜବତ ନାଁରେ ଲୋକଙ୍କ ବିରୋଧରେ ମିଛ ମାମଲା କରି ସେମାନଙ୍କୁ ଜେଲରେ ଭର୍ତ୍ତି କରନ୍ତି, ତାର ପୂରା ବିବରଣୀ ଦେଇଛନ୍ତି ଏହି ବ୍ୟକ୍ତି । ଏଥିରେ ୨୫ରୁ ଅଧିକ ମିଛ ମାମଲା ସଂପର୍କରେ ଉଲ୍ଲେଖ ରହିଛି ।

ଏହାରି ଭିତରେ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସଅପ୍ ଚାଟ୍ । ଯେଉଁଥିରେ ଉଠିଛି ଗଞ୍ଜେଇ ଓ କୋକେନ୍ କଥା । ଆଉ ପାଓ୍ୱାର-ପଲିଟିକ୍ସ ମଧ୍ୟରେ ଘାଣ୍ଟି ହେଉଛନ୍ତି ଏନ୍‌ସିବିର ସିଙ୍ଘମ ସମୀର ୱାଙ୍ଖଡେ । ସେ ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୁରା ପରିବାର ।