Advertisment

ପାକିସ୍ତାନ ବିଜୟର ଖୁସି ମନାଇଲେ ରୁଜୁ ହେବ ଦେଶଦ୍ରୋହ ମାମଲା !

ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍‌ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି

author-image
Sarbeswar
Yogi Adityanath

Yogi Adityanath

ନୂଆଦିଲ୍ଲୀ: ପାକିସ୍ତାନ ବିଜୟର ଖୁସି ମନାଇଲେ ହେବ ଦେଶଦ୍ରୋହ ମାମଲା। ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର। ଟି-୨୦ ମ୍ୟାଚ୍‌ ଭାରତ ହାରିବା ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ବ ବିଶେଷକରି ଉତ୍ତରପ୍ରଦେଶରେ ଏହି ଘଟଣା ବଢିବାରେ ଲାଗିଛି। ତେଣୁ ସ୍ଥିତିକୁ ନଜରରେ ରଖି ୟୁପି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି କି, ପାକିସ୍ତାନ ବିଜୟର ଖୁସି ଯେଉଁମାନେ ମନାଇବେ ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ। ଏହାସହ ଆଗ୍ରାରେ ୩, ବରେଲୀରେ ୩ ଓ ଲକ୍ଷ୍ନୌରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିଛି ପୋଲିସ।

Advertisment

ସୂଚନା ଅନୁସାରେ, ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ମାନେ ବେଶ୍‌ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍‌ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି। ସେପଟେ, ଗତକାଲି ରାଜସ୍ଥାନ ଜୟପୁରରୁ ମଧ୍ୟ ସାମ୍ନାକୁ ଆସିଛି। ପଞ୍ଜାବରେ ମଧ୍ୟ ପାକିସ୍ତାନ ସପକ୍ଷରେ ସ୍ଲୋଗାନ୍‌ ଦିଆଯାଇଥିଲା। ଏହାସହ ରାଜସ୍ଥାନର ଉଦୟପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ନୀରଜା ମୋଦୀ ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ନାଫିସା ଅଟ୍ଟାରୀ ପାକିସ୍ତାନକୁ ସମର୍ଥନ କରିଥିବାରୁ ତାଙ୍କର ଚାକିରି ଯାଇଛି। ତେବେ ଯୋଗୀଙ୍କ ଏହି ଫୈସଲାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Advertisment
Pakistan Up Govt
Advertisment
Advertisment