• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଠକେଇ ମାମଲାରେ ବାନ୍ଧିଲା ପୋଲିସ୍

  • ଏନେଇ ସୂଚନା ଦେଇଛନ୍ତି ପୁଣେ ପୋଲିସ୍ କମିଶନର ଅମିତାଭ ଗୁପ୍ତା

ମୁମ୍ବାଇ : କିରଣ ଗୋସାଭି ଗିରଫ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବିବାଦୀୟ ସାକ୍ଷୀ କିରଣ ଗୋସାଭିଙ୍କୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ପୁଣେ ପୋଲିସ୍ ଗୋସାଭିଙ୍କୁ ନିଜ ହେପାଜତରେ ରଖିଛି । ପୁଣେ ପୋଲିସ ଗୋସାଭିଙ୍କ ଗିରଫଦାରୀକୁ ନିଶ୍ଚିତ କରିଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୁଣେ ପୋଲିସ୍ କମିଶନର ଅମିତାଭ ଗୁପ୍ତା ।

ଗୋସାଭିଙ୍କ ବିରୋଧରେ ଅନେକ ଠକେଇ ମାମଲା ରହିଛି ଏବଂ ସେଥିମଧ୍ୟରୁ ଗୋଟିଏରେ ପୋଲିସ ତାଙ୍କୁ ଖୋଜୁଥିଲା । ଗୋସାଭିଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ତାଙ୍କୁ ପୁଣେ ପୋଲିସ୍ ୨୦୧୮ର ଏକ ଠକେଇ ମାମଲାରେ ଗିରଫ କରିଛି । ହେଲେ ମୁମ୍ବାଇରେ ଥିବା ମାମଲାରେ ତାଙ୍କୁ ହସ୍ତାନ୍ତର କରାଯିବ ନା ନାହିଁ ସେ ନେଇ ଏବେ ଯାଏଁ ସ୍ପଷ୍ଟ ହୋଇନି ।

ଗିରଫ ହେବା ପରେ ଗୋସାଭୀ ଏକ ଭିଡିଓ ରିଲିଜ୍ କରିଛନ୍ତି । ଯେଉଁଥିରେ ୨୫ କୋଟି ଡିଲ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଭାକର ସାଲେ ଓ ତାଙ୍କ ଭାଇଙ୍କ ଫୋନ୍ ରେକର୍ଡ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।

ପୋଲିସର ସୂଚନା ଅନୁସାରେ ୨୦୧୮ରେ କିରଣ ଗୋସାଭି ଏବଂ ଶେରବାନୋ କୁରେଶି ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ ମାଲେସିଆରେ ଚାକିରି ଦେବାକୁ କହି ପ୍ରଲୋଭିତ କରିଥିଲେ । ଚାକିରି କରାଇଦେବା ବାହାନାରେ ଯୁବକଙ୍କଠାରୁ ୩ଲକ୍ଷ ଟଙ୍କା ଠକି ନେଇଥିଲେ । ଏହି ମାମଲାରେ ପୁଣେ ପୋଲିସ ମୁମ୍ବାଇରୁ ଶେରବାନୋ କୁରେଶୀଙ୍କୁ ଗିରଫ କରିସାରିଛି ଏବଂ ବର୍ତ୍ତମାନ ଗୋସାଭିଙ୍କୁ ମଧ୍ୟ ଗିରଫ କରାଯାଇଛି ।

କ୍ରୁଜ୍ରୁ ଡ୍ରଗସ୍ ପାର୍ଟି ମାମଲାରେ ଆର୍ୟନ ଖାନ୍ ଗିରଫ ହେବା ପରେ ତାଙ୍କ ସହ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ କିରଣ ଗୋସାଭୀ । ଆର୍ୟନଙ୍କୁ ମୁକ୍ତ କରିବାକୁ ଶାହରୁଖଙ୍କ ସହ ୨୫ କୋଟି ଡିଲ୍ ଅଭିଯୋଗର ଆସିଥିଲା ଗୋସାଭୀଙ୍କ ନାମରେ । ସେ ଦୁଇ ଦିନ ତଳେ ଉତ୍ତରପ୍ରଦେଶରେ ଆତ୍ମସମର୍ପଣ କରିବାକୁ ଚେଷ୍ଟା କରିଥିଲେ ।