Advertisment

ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୩ ମୃତ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍‌। ମହିଳାମାନେ ଡିଭାଇଡର୍‌ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

author-image
Rajalaxmi Sahoo
Women Farmers Run Over By Truck

Women Farmers Run Over By Truck

ନୂଆଦିଲ୍ଲୀ: ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍‌। ଆଜି ସକାଳେ ଟିକ୍‌ରି ବର୍ଡର ନିକଟରେ ମହିଳା ଚାଷୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ି ଯାଇଛି। ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମୃତ ୩ ମହିଳାଙ୍କ ଘର ପଞ୍ଜାବର ମାନସା ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। 

Advertisment

ସୂଚନା ଅନୁସାରେ, ସକାଳ ସାଢ଼େ ୬ଟାରେ ଝଜ୍ଜର ରୋଡ୍‌ ନିକଟରେ ଏହି ଘଟଣା ଘଟିଛି। କୁହାଯାଉଛି ଯେ, ମହିଳାମାନେ ଡିଭାଇଡର୍‌ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। 

କୁହାଯାଉଛି ଯେ, ମହିଳାମାନେ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରି ଡିଭାଇଡର୍‌ ଉପରେ ବସିଥିଲେ। ଏହି ସମୟରେ ଝଜ୍ଜର ରୋଡ୍‌ ସ୍ଥିତ ଫ୍ଲାଏଓଭର ତଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ୍‌କୁ ବିରୋଧ କରି ୨୦୨୦ ନଭେମ୍ବରରୁ ଦିଲ୍ଲ ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ଏହି ମହିଳାମାନେ ସାମିଲ ଥିଲେ। ଏମାନେ ରୋଟେସନ୍‌ ହିସାବରେ ଘରକୁ ଯିବାର ଥିଲା। ହେଲେ ତା’ପୂର୍ବରୁ ସେମାନଙ୍କର ଜୀବନ ଚାଲି ଯାଇଛି। 

ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ SUV କାର୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଚାରି ଜଣ ଚାଷୀଙ୍କ ସମେତ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ହୋଇଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ। କିନ୍ତୁ ଏଭଳି ଅଭିଯୋଗକୁ ଆଶିଷ ଖଣ୍ଡନ କରିଛନ୍ତି।

Accident Haryana Women Farmers
Advertisment
Advertisment