/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642343047.jpg)
Woman sells her own urine online
ଲୋକେ ଟଙ୍କା ରୋଜଗାର ପାଇଁ ଅନେକ ଉପାୟ ବାହାର କରନ୍ତି। ସେମାନେ ଏପରି ଉପାୟ ଖୋଜନ୍ତି, ଯେଉଁଥିରେ ସେମାନଙ୍କୁ ଯଥାସମ୍ଭବ ପରିଶ୍ରମ କରିବାକୁ ପଡେ ଏବଂ ଭଲ ଟଙ୍କା କମେଇବାକୁ ହୁଏ। କେହି କେହି ଅନ୍ଲାଇନ୍ ଟ୍ରେଡିଂ କରନ୍ତି ତ ଆଉ କେହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରନ୍ତି। ତେବେ ଏପର୍ଯ୍ୟନ୍ତ ଆପଣ କାହାକୁ ପରିସ୍ରା ବିକ୍ରୟ କରି ଟଙ୍କା ରୋଜଗାର କରୁଥିବା ଦେଖି ନଥିବେ କି ଶୁଣି ନଥିବେ। କିନ୍ତି ଏହି ଅଦ୍ଭୁତ ବେପାର କରି ଜଣେ ମଡେଲ୍ ଏବେ ଚର୍ଚ୍ଚାରେ ଅଛନ୍ତି।
କାକଟସ୍ କୁଟି ନାମକ ଜଣେ ମଡେଲ୍ ନିଜ ଶରୀରର ବର୍ଜ୍ୟ ଜଳ ଅର୍ଥାତ୍ ପରିସ୍ରାକୁ ଅନଲାଇନ୍ରେ ବିକ୍ରି କରି ଭଲ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ପରିସ୍ରାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ମେଡିକାଲ୍ କପ୍ ପରିସ୍ରାକୁ ସେ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଆପଣ ଏହାକୁ ଘୃଣା କରିପାରନ୍ତି, କିନ୍ତୁ ତାଙ୍କ ପରିସ୍ରାକୁ କିଣିବା ନେଇ ଲୋକଙ୍କ ଅଭାବ ନାହିଁ।
ରିପୋର୍ଟ ଅନୁଯାୟୀ, Only Fans ନାମକ ଏକ ସାଇଟ୍ରେ କାକଟସ୍ କୁଟି ଜଣେ ମଡେଲ୍ ଭାବେ କାମ କରନ୍ତି। ସେ ୨୦୧୬ରୁ ଏହି ଅଜବ ବ୍ୟବସାୟ ଆରମ୍ଭ କରିଥିଲେ। ସେ କେବଳ ତାଙ୍କ ପ୍ରଶଂସକଙ୍କ ପାଇଁ ପରିସ୍ରା ବିକ୍ରି କରନ୍ତି ତାହା ନୁହେଁ ବରଂ ୧୦ ମିନିଟ୍ ପର୍ଯ୍ୟନ୍ତ ପରିସ୍ରା କରିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଜଣେ ବୃତ୍ତିଗତ ଫଟୋଗ୍ରାଫର ଭାବରେ କାମ କରୁଥିବା କାକଟସ୍ ନିଜେ କୁହନ୍ତି ଯେ ତାଙ୍କର ଏହି ଭିଡିଓକୁ ଲୋକେ ଖୁସ ପସନ୍ଦ କରିଛନ୍ତି ଏବଂ ସେ ଏହା ଏପରି କରିବା ପାଇଁ ବିଶେଷ ଅଭ୍ୟାସ ମଧ୍ୟ କରନ୍ତି। ତାଙ୍କର ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଜଣେ କିପରି ୧୦ ମିନିଟ୍ ପର୍ଯ୍ୟନ୍ତି ପରିସ୍ରା କରିପାରିବ? ସେ ମାସକୁ ଥରେ କିମ୍ବା ଦୁଇ ଥର ଏଭଳି ଅଭ୍ୟାସ କରନ୍ତି।
ତାଙ୍କ ପ୍ରଶଂସକମାନେ କାକଟସ୍ କୁଟିଙ୍କ ପରିସ୍ରା ଉପରେ ସନ୍ତୁଳନ ଦେଖି ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କ ପରିସ୍ରା କିଣିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ। ତେଣୁ ଏହାକୁ ବ୍ୟବସାୟରେ ପରିଣତ କରିଦେଇଥିଲେ କାକଟସ୍। ସେ ଏକ ମେଡିକାଲ୍ କପ୍ ପରିସ୍ରାକୁ ପ୍ରାୟ ୫,୨୦୦ ଟଙ୍କାରେ ବିକ୍ରି କରନ୍ତି। କିନ୍ତୁ ଯେଉଁ ଗ୍ରାହକମାନେ ଅଧିକ ପରିସ୍ରା କିଣନ୍ତି ସେ ଏହା ଉପରେ ରିହାତି ଦିଅନ୍ତି। ସେ ଏହାକୁ କଷ୍ଟମାଇଜ୍ ଭାବେ ମଧ୍ୟ ବିକ୍ରି କରନ୍ତି। କାକଟସ୍ କୁଟି କୁହନ୍ତି ଯେ ଗ୍ରାହକମାନେ ତାଙ୍କ ପରିସ୍ରାକୁ ବରଫ ଆକାରରେ ସାଇତି ରଖନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)