/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642345158.jpg)
One bus many number
ଚୌଦ୍ଵାର : ବସ୍ ଗୋଟିଏ ହେଲେ ନମ୍ୱର୍ ଅନେକ । ତାହା ପୁଣି କେତେବେଳେ ବାଇକର ତ ଆଉ କେତେବେଳେ କାର୍’ର, ପୁଣି କେତେବେଳେ ସ୍କୁଟର ନମ୍ବର ଲଦେଇ ନିଦକରେ ବୁଲୁଛି ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା। ପିକ୍ନିକ୍ ଯାଉଥିବା ଲୋକଙ୍କ ଠାରୁ ଆରମ୍ଭ କରି ବରଯାତ୍ରୀ ଆଉ କେତେବେଳେ ସ୍କୁଲ ପିଲାମାନେ ମଧ୍ୟ ଯାତାୟତ ପାଇଁ ଏହି ବସ୍କୁ ବ୍ୟବହାର କରନ୍ତି। ମାତ୍ର କେଜି ଜାଣି ନଥାନ୍ତି ଏହି ଗାଡ଼ିର କାଗଜପତ୍ର ଠିକ୍ ଅଛି ନା ଭୁଲ୍। ସବୁ ଜାଣି ମଧ୍ୟ ପ୍ରଶାସନ ରହିଛି ନିରବ।
ଆଜି ଚୌଦ୍ଵାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ବସ୍ଟିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ତେବେ ଏହି ଗାଡ଼ି ମାଲିକ ପରିବହନ ବିଭାଗକୁ ଚକ୍ମା ଦେଖାଇ ଅନେକ ସମୟରେ ନମ୍ୱର୍ ବଦଳାଇ ଚଳାଉଥିବା ସ୍ଥାନୀୟ ଅଞ୍ଚଳର ଆଉ ଜଣେ ବସ ମାଲିକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଏନେଇ ଆର୍ଟିଓରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଏହି ବସ ଅନେକ ସମୟରେ ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ସେ କହିଛନ୍ତି। ବସ୍ଟି ୭/୮ଟି ନମ୍ବର ବଦଳେଇ ଚାଲୁଥିବା ବେଳେ କେତେବେଳେ ବାଇକ୍ ନମ୍ବର, କେତେବେଳେ ସ୍କୁଟର ନମ୍ବର କେତେବେଳେ କାର୍ ନମ୍ବର ଲଗେଇ ଚାଲୁଥିବା ସେ କୁହନ୍ତି। ତେବେ ଏହା ପଛରେ ଟଙ୍କା କାରକାର ହେଉଥିବେ ସେ ଅଭିଯୋଗ କରିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ଗାଡ଼ି ଯାତ୍ରୀ ନେଇ ଯାଉଥିବା ସମୟରେ ଯଦି ଦୃର୍ଘଟଣା ଘଟେ ସେଥିପାଇଁ ଦାୟୀ କିଏ ହେବ। ଏଭଳି ନମ୍ୱର ପ୍ଲେଟ୍ ବଦଳାଇ ଅନେକ ଗାଡ଼ି ଚୌଦ୍ଵାର ଅଞ୍ଚଳରେ ଚାଲଥିଲେ ମଧ୍ୟ ପ୍ରଶାସନ ଏହା ଉପରେ କିଛି ବି ପଦକ୍ଷେପ ନେଉ ନଥିବା ଜଣାପଡିଛି। ଏନେଇ ଚୌଦ୍ଵାର ପୋଲିସ୍ କିମ୍ବା ପରିବହନ ଠାରୁ କୌଣସି ପ୍ରତିକ୍ରୀୟା ମିଳିପାରି ନାହିଁ।
ରିପୋର୍ଟ : ପ୍ରକାଶ କୁମାର ନାୟକ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)