ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।
ଆମ ପୃଥିବୀରେ ଏପରି ଅନେକ ବିପଜ୍ଜନକ ପ୍ରାଣୀ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା କ୍ଷଣିକ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ପ୍ରାୟତଃ ଏମାନଙ୍କ ଦ୍ୱାରା ଶିକାର ହୋଇଥିବା ଅନେକ ଘଟଣା ରହିଛି। ଏହି ବିପଜ୍ଜନକ ପ୍ରାଣୀ ଭିତରେ ରହିଛି ଏକ ପ୍ରକାର ସ୍ପାଇଡର୍। ଏହି ଜୀବ କାମୁଡ଼ିବା ପରେ ବ୍ୟକ୍ତି କିଛି କ୍ଷଣରେ ମରିଯାଇପାରେ।
ରାଜଧାନୀରେ ଡ୍ରେନ୍ ପାଣିରେ ଭାସିଗଲେ ଛାତ୍ର। ଭୁବନେଶ୍ୱର ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀରେ ଜଣେ ୧୫ ବର୍ଷୀୟ ଛାତ୍ର ଡ୍ରେନ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ପ୍ରବଳ ବର୍ଷାରେ ଖୋଲା ଡ୍ରେନ୍ ପାଣିରେ ଛାତ୍ର ଜଣକ ଭାସି ଯାଇଛନ୍ତି।
ସିଲ୍ ହେଲା ଭୁବନେଶ୍ୱରରେ ଆଉ ୨ଟି ବାର୍। କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ରେ ନାଚ, ଗୀତ ଓ ମଦର ଆସର ଚାଲିଥିବା ଖବର ପାଇ ବିଏମ୍ସି ଅଧିକାରୀ ଓ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା।
ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା।
ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଆଜିର ମହିଳା । ମହିଳା ମାନେ ସିଲେଇ କରିବା, ପାର୍ଲରେ କାମ କରିବା ଏପରିକି ନିଜର କାର ଚଲାଉଥିବା ଦେଖିଥିବେ ହେଲେ ମହିଳା ଡ୍ରାଇଭିଂ କରି ପରିବାର ପୋଷୁ ଥିବା କଥା ଜାଣି ନଥିବେ । ଭୁବନେଶ୍ୱର ମହାନଗର ନିଗମର ଅଳିଆ ଉଠା ଗାଡି ଚଳାଇ ପରିବାର ପୋଷୁଛନ୍ତି ଏଭଳି କିଛି ମହିଳା
ଶିଶୁ ହୁଅନ୍ତୁ ଅବା ବୟସ୍କ କି ଗର୍ଭବତୀ, ଭରା ନଇରେ ପଶି ଯାତାୟାତ କରନ୍ତି ଅଞ୍ଚଳବାସୀ । ପୋଲ ନିର୍ମାଣ ଦାବି ନେଇ ସରକାରୀ ବାବୁଙ୍କଠାରୁ ଜନ ପ୍ରତିନିଧି ସମସ୍ତଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିନାହାନ୍ତି । ସେପଟେ ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡି ପଞ୍ଚାୟତର ବଗାଡି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଛି ।
ଏମ୍ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା।
ମନୋରମା ମହାପାତ୍ର ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ୧୯୩୪ ମସିହା ଜୁନ୍୧୦ ତାରିଖରେ କଟକ ଆଠଗଡ ରାଧାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ସେ ଝିଅ ଥିଲେ।
ଦୁନିଆରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିସବୁ ଜାଗା ଅତ୍ୟନ୍ତ ଭୟଙ୍କର ହୋଇଥିଲେ ବି ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନଗୁଡିକର ରୋମାଞ୍ଚକୁ ଅନୁଭବ କରିବା ନେଇ ଏଠାକୁ ଆସନ୍ତି। ଦୁନିଆରେ ଏପରି ଏକ ଅଦ୍ଭୁତ ଦ୍ୱୀପ ଅଛି, ଯେଉଁଠାରେ କେବଳ ଶବ ହିଁ ପଡି ରହିଛି। ଏହି ଦ୍ୱୀପ ଏତେ ଭୟାନକ ଯେ ଏଠାକୁ ଆସିବା ପରେ ତୁମର ଲୋମ ଟାଙ୍କୁରି ଉଠିବ।
ଆମ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ସ୍ୱତନ୍ତ୍ରତା ହେତୁ ବହୁତ ପ୍ରସିଦ୍ଧ। ଏହି କାରଣରୁ, ସେ ସବୁର ଆଲୋଚନା ଦେଶ ବିଦେଶରେ ହୋଇଥାଏ। ଦୁନିଆର ଏଭଳି ଏକ ଅନନ୍ୟ ଗାଁ ଅଛି ଯେଉଁଠାରେ ଅଧିକାଂଶ ଲୋକ କେବଳ ଗୋଟିଏ କିଡ୍ନୀ ସାହାଯ୍ୟରେ ଜୀବିତ ଅଛନ୍ତି। ଏହି ଗାଁର ନାମ ହେଉଛି କିଡ୍ନୀ ଭ୍ୟାଲି। ଅନେକ ଲୋକ ଏହାକୁ କିଡ୍ନୀ ଗାଁ ନାମରେ ମଧ୍ୟ ଜାଣନ୍ତି ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟ ଜୁରୀ ବୈଠକରେ ସମସ୍ତ ୯ଟି ବର୍ଗରୁ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୪ଜଣ ଲେଖାଏଁଙ୍କୁ ସର୍ଟଲିଷ୍ଟ କରାଯାଇଥିଲା। ଏବେ ଅନଲାଇନ୍ ଭୋଟିଂ ମାଧ୍ୟମରେ ଲୋକଙ୍କଠାରୁ ମତାମତ ଲୋଡାଯିବ।
ବୟସକୁ କମାଇବା ଅର୍ଥାତ୍ ଆୟୁଷ ବଢ଼ାଇବା ପାଇଁ ଚାଲିଥିବା ଗବେଷଣାରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ପୁଞ୍ଜି ବିନିଯୋଗ କରିବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କୁହାଯାଉଛି, ମହାକାଶ ଜୟ କରିବା ପରେ ଏବେ ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି ବେଜୋସ୍।
ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର।
ବିଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ୍ୟୁର ୨ ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କିଛି ବର୍ଷ ତଳେ ଏଜେଣ୍ଟ ମାଧ୍ୟମରେ ସୁଦୂର ଓମାନ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ।
ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି ।
ଦେଶ ଦୁନିଆରେ ଏମିତି କିଛି ବିପଦପୂର୍ଣ୍ଣ ଜାଗା ଅଛି ଯାହା ବିଷୟରେ ଶୁଣିବା ମାତ୍ରେ ରୁମ୍ ଟାଙ୍କୁରି ଉଠେ। ଅନେକ ସମୟରେ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡିକ ବିଷୟରେ ରୋମାଞ୍ଚକର ତଥ୍ୟ ଜାଣିବା ନେଇ ଏଠାକୁ ଭ୍ରମଣ କରିଥାନ୍ତି। ଏହାରି ଭିତରେ ଏମିତି କେତେକ ପୋଲ ଅଛି ଯାହାକୁ ପାରି ହେବା ପାଇଁ ଅବସ୍ଥା ବାର ବାଜିଯାଏ।
୭୧ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏମିତିରେ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ତାଙ୍କ କାର୍ଯ୍ୟ ସହିତ ଯୋଜନାଗୁଡିକର ମଧ୍ୟ ଅବଲୋକନ ଓ ବିଶ୍ଲେଷଣ କରାଯିବ। ତାଙ୍କୁ ନେଇ ଅନେକ କଥା ରହିଛି ଯାହା ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର କରେ। ଏପରି କି ତାଙ୍କ ଲୋକପ୍ରିୟତାର ରହସ୍ୟକୁ ମଧ୍ୟ ତାଙ୍କ ବିରୋଧୀମାନେ ବି ଜାଣିବାକୁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କ ପ୍ରାରମ୍ଭିକ ଜୀବନକୁ ନଜର ପକେଇଲେ ଏହା ବିଶ୍ୱାସ କରିହୁଏ ନାହିଁ ଯେ ସେ ଜଣେ ପ୍ରଧାନମନ୍ତ୍ରୀ ହେବେ ବୋଲି।
ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ କରିବା ପାଇଁ ଯାଇଥିଲେ, ହେଲେ ଆକାଉଣ୍ଟରେ ୫୨ କୋଟି ଟଙ୍କା ଥିବା ଜାଣି ଉଡ଼ିଗଲା ହୋସ୍। ଜଣେ ବୃଦ୍ଧ ନିଜର ପେନସନ୍ ଆକାଉଣ୍ଟ ଚେକ୍ କରିବା ବେଳେ ଏତେ ପରିମାଣର ଟଙ୍କା ଆକାଉଣ୍ଟରେ ଥିବା ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ପିଜାବର୍ଗର ପ୍ରେମୀଙ୍କୁ ଚେତାଇ ଦେବା ପରି ଏକ ଖବର । ଫାଷ୍ଟଫୁଡ୍ରେ କେତେବେଳେ ଝିଟପିଟି ତ କେତେବେଳେ ମାଛି ବାହାରୁଥିବା ଖବର ସାମ୍ନାକୁ ଆସିଥିଲା। ଏବେ ହୋଟେଲ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେ ବର୍ଗରରୁ ବାହାରିଛି ମଣିଷର କଟା ଆଙ୍ଗୁଠି।
ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।
ଜଳପ୍ରପାତରେ ୫୦ ଫୁଟ୍ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।
୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା।
ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି।