Advertisment

ଝିଟିପିଟି, ମାଛି ପରେ ଏବେ ବର୍ଗରରୁ ବାହାରିଲା କଟା ଆଙ୍ଗୁଠି

ପିଜାବର୍ଗର ପ୍ରେମୀଙ୍କୁ ଚେତାଇ ଦେବା ପରି ଏକ ଖବର । ଫାଷ୍ଟଫୁଡ୍‌ରେ କେତେବେଳେ ଝିଟପିଟି ତ କେତେବେଳେ ମାଛି ବାହାରୁଥିବା ଖବର ସାମ୍ନାକୁ ଆସିଥିଲା। ଏବେ ହୋଟେଲ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେ ବର୍ଗରରୁ ବାହାରିଛି ମଣିଷର କଟା ଆଙ୍ଗୁଠି।

author-image
Minati Mishra
ଅଦ୍ୟତନ ହୋଇଛି
Fast food burger

Fast food burger

 ପିଜା..ବର୍ଗର..ନାଁ ଶୁଣିଲେ ମୁହଁ ପାଣି ହୋଇଯାଏ। ବିଶେଷକରି ଯୁବବର୍ଗର ବେଶି ପସନ୍ଦର ଖାଦ୍ୟ ହେଇଛି ଏସବୁ ଚଟ୍‌ପଟା ଖାଦ୍ୟ। ହାଣ୍ଡିଶାଳ ଖାଦ୍ୟ ଯେମିତି ଆଉଟଡେଟେଡ ସେମାନଙ୍କ ପାଇଁ। ପିଜାବର୍ଗର ପ୍ରେମୀଙ୍କୁ ଚେତାଇ ଦେବା ପରି ଏକ ଖବର । ଫାଷ୍ଟଫୁଡ୍‌ରେ କେତେବେଳେ ଝିଟପିଟି ତ କେତେବେଳେ ମାଛି ବାହାରୁଥିବା ଖବର ସାମ୍ନାକୁ ଆସିଥିଲା। ଏବେ ହୋଟେଲ କର୍ମଚାରୀଙ୍କ ଅବହେଳା ଯୋଗୁ ଏବେ ବର୍ଗରରୁ ବାହାରିଛି ମଣିଷର କଟା ଆଙ୍ଗୁଠି।

Advertisment

ଜଣେ ମହିଳା ଫାଷ୍ଟ ଫୁଡ୍‌କୁ ନେଇ ନିଜର ଭୟାନକ ଅନୁଭୂତି ସେୟାର କରିଛନ୍ତି। ମହିଳାଜଣକ ଆମେରିକାର  ବଲଭିଆ ଅ୍ଞ୍ଚଳରେ ରୁହନ୍ତି। କିଛି ଦିନ ତଳେ ସେ ସ୍ଥାନୀୟ ସୁପରମାର୍କେଟରୁ ହମ ବର୍ଗର ମଗେଇଥିଲେ। ଘରକୁ ନେଇ ଏହାକୁ ଗରମ କରିଥିଲେ। ଗରମ କରି ବର୍ଗରର ଗୋଟିଏ ବାଇଟ୍‌ ନେଇଛନ୍ତି, ସେଥିରୁ ବାହାରିଲା କଟା ଆଙ୍ଗୁଠି। ଏହାକୁ ଦେଖିବା ପରେ ମହିଳାଜଣକ ସେହି ବର୍ଗର ତ ଖାଇ ପାରିଲେ ନାହିଁ, ଭବିଷ୍ୟତରେ ବି ବର୍ଗର କେବେ ଖାଇ ପାରିବେ କି ନା ଭାବୁଛନ୍ତି। 

Advertisment

ଡେଲି ମେଲ୍‌ ରପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ଏଷ୍ଟେଫନି ବେନିଟେଜ। ଏଷ୍ଟେଫନି ବର୍ଗରର ଗୋଟିଏ ବିଟ୍‌ ନେବା ପରେ ସେଥିରେ କିଛି ଟାଣ ଜିନିଷ ପାଟିରେ ଲାଗିଲା। ବର୍ଗରକୁ ଦେଖିବା ପରେ ଯାହା ଦେଖିଲେ, ଘୃଣାରେ ତାଙ୍କ ଦେହ ଶିହରି ଉଠିଲା। ବର୍ଗରରେ ଥିଲା ମଣିଷର ଆଙ୍ଗୁଠି। ବୋଧହୁଏ  କମ୍ପାନୀ ଏହାକୁ ଚେକ୍‌ ନ କରି ପ୍ୟାକିଂ କରି ବଜାରକୁ ସପ୍ଲାଏ କରି ଦେଇଛି। 

ତେବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ବର୍ଗର ତିଆରି କରିବା ସମୟରେ ଜଣେ ଶ୍ରମିକଙ୍କର ୨ଟି ଆଙ୍ଗୁଠି କଟି ଯାଇଥିଲା। କମ୍ପାନୀ ଯାଞ୍ଚ ନ କରି ବର୍ଗରରେ ଆଙ୍ଗୁଠିକୁ ପ୍ୟାକ କରି ଦେଇଥିଲା। ଶ୍ରମିକଙ୍କର ଗୋଟିଏ ଆଙ୍ଗୁଠି ତ ମିଳିଲା। ଏବେ ୨ୟ ଆଙ୍ଗୁଠିଟି କୁଆଡେ ଗଲା ତାହା ଖୋଜା ଚାଲିଛି। 

Fast Food Restaurants
Advertisment
Advertisment