Advertisment

କ୍ଷଣକରେ ଜୀବନ ନେଇଯାଏ ଏହି ସ୍ପାଇଡର୍‌

ଆମ ପୃଥିବୀରେ ଏପରି ଅନେକ ବିପଜ୍ଜନକ ପ୍ରାଣୀ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା କ୍ଷଣିକ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ପ୍ରାୟତଃ ଏମାନଙ୍କ ଦ୍ୱାରା ଶିକାର ହୋଇଥିବା ଅନେକ ଘଟଣା ରହିଛି। ଏହି ବିପଜ୍ଜନକ ପ୍ରାଣୀ ଭିତରେ ରହିଛି ଏକ ପ୍ରକାର ସ୍ପାଇଡର୍। ଏହି ଜୀବ କାମୁଡ଼ିବା ପରେ ବ୍ୟକ୍ତି କିଛି କ୍ଷଣରେ ମରିଯାଇପାରେ।

author-image
Pramod Behera
Dangerous Spider

Dangerous Spider

ଆମ ପୃଥିବୀରେ ଏପରି ଅନେକ ବିପଜ୍ଜନକ ପ୍ରାଣୀ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା କ୍ଷଣିକ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ପ୍ରାୟତଃ ଏମାନଙ୍କ ଦ୍ୱାରା ଶିକାର ହୋଇଥିବା ଅନେକ ଘଟଣା ରହିଛି। ଏହି ବିପଜ୍ଜନକ ପ୍ରାଣୀ ଭିତରେ ରହିଛି ଏକ ପ୍ରକାର ସ୍ପାଇଡର୍। ଏହି ଜୀବ କାମୁଡ଼ିବା ପରେ ବ୍ୟକ୍ତି କିଛି କ୍ଷଣରେ ମରିଯାଇପାରେ।

Advertisment
Dangerous Spiderବିପଜ୍ଜନକ ସ୍ପାଇଡର୍

ବ୍ରାଜିଲିଆନ୍ ୱାଣ୍ଡରିଂ ସ୍ପାଇଡର୍

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ବ୍ରାଜିଲିଆନ୍ ୱାଣ୍ଡରିଂ ସ୍ପାଇଡର୍ ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ସ୍ପାଇଡର୍। ଏହାର ନ୍ୟୁରୋଟକ୍ସିନ ବିଷ ଏତେ ମାରାତ୍ମକ ଯେ ଏହା କାମୁଡ଼ିବା ପରେ ଜଣେ ବ୍ୟକ୍ତି କିଛି କ୍ଷଣ ମଧ୍ୟରେ ମରିଯାଇପାରେ। ଏହି ସ୍ପାଇଡର କାମୁଡ଼ିବା ପରେ ବ୍ୟକ୍ତି ନିଜ ମାଂସପେଶୀ ଉପରେ ନିୟନ୍ତ୍ରଣ ହରାନ୍ତି ଏବଂ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ଆରମ୍ଭ ହୁଏ। ଏହି ସ୍ପାଇଡର କାମୁଡ଼ିବା ହେତୁ ଅନେକ ଲୋକ ପ୍ରାଣ ହରାଇଛନ୍ତି।

Dangerous Spiderବିପଜ୍ଜନକ ସ୍ପାଇଡର

ସିଡ୍‌ନୀ ଫନେଲ୍ ୱେବ୍

ଏହା ଦୁନିଆର ଦ୍ୱିତୀୟ ବିପଜ୍ଜନକ ସ୍ପାଇଡର୍। ଏହାର ବୈଜ୍ଞାନିକ ନାମ ହେଉଛି ଆଟ୍ରାକ୍ସ ଷ୍ଟୋକ୍ସସ୍। ଶିକାର ଦୃଷ୍ଟିରୁ ଏହି ସ୍ପାଇଡର୍ ଅତ୍ୟନ୍ତ ବିପଜ୍ଜନକ। ଏହାର ନାମ ଦୁନିଆର ସବୁଠାରୁ ମାରାତ୍ମକ ସ୍ପାଇଡର୍ ମଧ୍ୟରେ ଗଣାଯାଏ। ଏହାର ଆକୃତି ଏକ ଫନେଲ ପରି। ଏହି କାରଣରୁ ଏହାକୁ ସିଡ୍‌ନୀ ଫନେଲ କୁହାଯାଏ। ଏହି ପ୍ରଜାତିର ସ୍ପାଇଡର୍ ଆର୍ଦ୍ର ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି।

Advertisment
Red Back Spiderରେଡ୍ ବ୍ୟାକ୍ ସ୍ପାଇଡର

ରେଡ୍‌ବ୍ୟାକ୍ / ବ୍ଲାକ୍ ୱିଡୋ ସ୍ପାଇଡର୍

ରେଡ୍‌ବ୍ୟାକ୍ ସ୍ପାଇଡର୍ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି। ଏହି ସ୍ପାଇଡର ପଛ ପଟ ରଙ୍ଗ ଲାଲ, ଯେଉଁଥିପାଇଁ ଏମାନଙ୍କୁ ସହଜରେ ଚିହ୍ନି ହୋଇଯାଏ। ଶିକାର ଦୃଷ୍ଟିରୁ ଏହି ସ୍ପାଇଡରଗୁଡିକ ବହୁତ ଘାତକ ହୋଇଥାନ୍ତି। ଏହି ପ୍ରଜାତି ସ୍ପାଇଡର କାମୁଡିବାର ଅନେକ ମାମଲା ସାମ୍ନାକୁ ଆସୁଛି।

ବ୍ରାଉନ୍ ରିକ୍ଲୁସ୍ ସ୍ପାଇଡର୍

ବ୍ରାଉନ୍ ରିକ୍ଲୁସ୍ ସ୍ପାଇଡର୍ ମଧ୍ୟ ଦୁନିଆର ସବୁଠାରୁ ବିଷାକ୍ତ ସ୍ପାଇଡର୍ ମଧ୍ୟରେ ଗଣାଯାଏ। ଏହା ବାୟଲିନ୍ କିମ୍ବା ଫିଡଲ୍ ବ୍ୟାକ୍ ସ୍ପାଇଡର୍ ଭାବରେ ମଧ୍ୟ ଜଣାଶୁଣା। ଏହି ସ୍ପାଇଡରଗୁଡିକ ମୁଖ୍ୟତଃ ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଭାଗରେ ଦେଖାଯାଏ।

ସିକ୍ସ ଆଇ ସ୍ୟାଣ୍ଡ୍ ସ୍ପାଇଡର୍

Six Eyed Sand Spiderସିକ୍ସ ଆଇଡ୍ ସ୍ୟାଣ୍ଡ୍ ସ୍ପାଇଡର୍

ସିକ୍ସ ଆଇ ସ୍ୟାଣ୍ଡ୍ ସ୍ପାଇଡରର ନାମକୁ ମଧ୍ୟ ବିଶ୍ୱର ବିପଜ୍ଜନକ ସ୍ପାଇଡର ତାଲିକାରେ ଅନ୍ତର୍ଭୁକ୍ତ । ଏହି ସ୍ପାଇଡର୍‌ର ବୈଜ୍ଞାନିକ ନାମ ହେଉଛି ସିକେରିୟସ୍ ଯାହାର ଅର୍ଥ ହେଉଛି 'ହତ୍ୟାକାରୀ'। ପ୍ରାୟତଃ ଏହି ସ୍ପାଇଡର୍ ବାଲିରେ ଲୁଚି ରହିଥା’ନ୍ତି। ଯେତେବେଳେ କେହି ସେମାନଙ୍କ ନିକଟକୁ ଆସନ୍ତି, ସେମାନେ କ୍ଷଣକରେ ସେମାନଙ୍କୁ ଆକ୍ରମଣ କରନ୍ତି। ଏହି ସ୍ପାଇଡର କାମୁଡ଼ିବା ପରେ ବ୍ୟକ୍ତି କିଛି ଘଣ୍ଟା ମଧ୍ୟରେ ମରିଯାଇପାରେ।

Special Story Dangerous Spider
Advertisment
Advertisment