Advertisment

ମୋ ଚରିତ୍ର କ’ଣ ସମସ୍ତେ ଜାଣନ୍ତି, ମନ ଗଢା କାହାଣୀ ମୋ ନାଁରେ ରଚା ଯାଇଛି: ମନ୍ତ୍ରୀ ଦିବ୍ୟଶଙ୍କର

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minister Dibya Shankar Mishra On Mamita Murder Case

Minister Dibya Shankar Mishra On Mamita Murder Case

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରକୁ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି। ନିଜକୁ ନିର୍ଦ୍ଦୋଷ ବୋଲି ପୁଣି ଥରେ ଦାବି ଦୋହରାଇ ବୟାନ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର।

Advertisment

ଗତକାଲି  କଳାହାଣ୍ଡିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ପୁରା ଘଟଣାରେ ତାଙ୍କ ନାଁରେ ମନ ଗଢା କାହାଣୀ ରଚା ଯାଇଛି। ସନ୍‌ ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌କୁ ମୁଁ କେବେ ଯାଇ ନାହିଁ। ଘଟଣାରେ ଯେଉଁମାନେ ଅଭିଯୁକ୍ତ ମୁଁ କେବେ ସେମାନଙ୍କୁ ସ୍କୁଲ୍‌ରେ ମଧ୍ୟ ଭେଟି ନାହିଁ। ହେଲେ ସ୍କୁଲ୍‌ କଥାକୁ ନେଇ କଲେଜ ସହ ଯୋଡ଼ା ହେଲା। ତେବେ ଯେଉଁସବୁ କଥା ଚର୍ଚ୍ଚା ହେଉଥିଲା, ଧୀରେ ଧୀରେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ଯାହା ସବୁ ଅଭିଯୋଗ ଆସିଥିଲା, ସେସବୁକୁ ଯାଞ୍ଚ ଏଜେନ୍ସି ଭୁଲ୍ ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀ କେବେବି କୌଣସି ଦୋଷୀଙ୍କୁ କ୍ଷମା କରିବେନି। ଯିଏ ଦୋଷୀ ସେ ନିଶ୍ଚିତ ଭାବେ ଦଣ୍ଡ ପାଇବ ଓ ଆଇନ୍‌ ତା’ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଦିବ୍ୟଶଙ୍କର ଆହୁରି କହିଛନ୍ତି, ଓଡିଶା ଓ କଳାହାଣ୍ଡିବାସୀ ଜାଣିଛନ୍ତି ତାଙ୍କ ଚରିତ୍ର କ’ଣ। ଯିଏ ଦୋଷୀ ସେ ଦଣ୍ଡ ପାଇବା ଉଚିତ୍‌। ଆଉ ଯିଏ ନିର୍ଦ୍ଦୋଷ ତା’ପାଇଁ କଳାହାଣ୍ଡିରେ ମାତୃଶକ୍ତି ଜାଗ୍ରତ ହେବ। ସେ ଗୃହ ବିଭାଗର ମୁଖ୍ୟ ଥିବାରୁ ମାମଲାର ପୋଲିସ ତଦନ୍ତ ପୂର୍ବରୁ ବୟାନ ରଖିବା ଉଚିତ ମଣିନଥିଲେ ବୋଲି ମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି।

Advertisment

ଅନ୍ୟପକ୍ଷେ, ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଝିଅର ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକେ। ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ସାରିବାକୁ ଆବେଦନ କରିଛନ୍ତି ପରିବାର ସଦସ୍ୟ। 

Mamita Murder Case Minister Dibya Shankar Mishra Mamita Meher Murder Case
Advertisment
Advertisment