/odishatv-khabar/media/post_attachments/uploadimage/library/16_9/16_9_0/Toy_Train_1637044293.jpg)
Toy Train
ଭୁବନେଶ୍ୱର: ଆଜିଠାରୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ। ଦିନକୁ ୬ ଟ୍ରିପ କରାଯିବ ବୋଲି ସୂଚନା ମିଳିଛି। ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ । ଟ୍ରେନ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକଟ। ପ୍ରତ୍ୟେକ ଟ୍ରିପରେ ୭୨ ଜଣ ପର୍ଯ୍ୟଟକ ଏହି ଟୟ ଟ୍ରେନରେ ବସି ନନ୍ଦନକାନନ ବୁଲିପାରିବେ । ପରେ ସମସ୍ତ ବ୍ୟବସ୍ଥା ଯାଞ୍ଚ ପରେ ଏହି ସଂଖ୍ୟା ବୃଦ୍ଧି କରାଯାଇପାରେ। କିଛି ଦିନ ଆଗରୁ ଟୟ ଟ୍ରେନ ଆରମ୍ଭ ହୋଇଥିଲା କିନ୍ତୁ ନିଆଁ ଲାଗି ଯାଇଥିବାରୁ ତାକୁ ପୁଣି ବନ୍ଦ କରାଯାଇଥିଲା। ମରାମତି ପରେ ଓ ସବୁ ବ୍ୟବସ୍ଥା ଯାଞ୍ଚ ପରେ ପୁଣି ଆରମ୍ଭ ହେଉଛି ଏହି ଟୟ ଟ୍ରେନ।
କିଛିଦିନ ପୂର୍ବରୁ ନନ୍ଦନକାନନରେ ଏହି ଟୟ ଟ୍ରେନ ଆରମ୍ଭ ହୋଇଥିଲା। କିନ୍ତୁ ଟୟ ଟ୍ରେନ ଗଡ଼ୁଥିବା ବେଳେ ଅଘଟଣ ଘଟିଥିଲା। ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଟ୍ରେନ।
ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୬୦ରୁ ଅଧିକ ଯାତ୍ରୀ। ଅଗ୍ନିକାଣ୍ଡ ଯୋଗୁଁ ଏହି ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଥିଲା। ଯେ ପର୍ଯ୍ୟନ୍ତ ମରାମତି ନହୋଇଛି, ସେପର୍ଯ୍ୟନ୍ତ ଟୟ ଟ୍ରେନ ଗଡ଼ିବ ନାହିଁ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ କହିଥିଲେ। ତେବେ ମରାମତି ପରେ ଓ ସବୁ ବ୍ୟବସ୍ଥାର ଯାଞ୍ଚ ପରେ ପୁଣି ଆରମ୍ଭ ହେଉଛି ଏହି ଟୟ ଟ୍ରେନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)