Advertisment

୧୦ ଫୁଟ ଅଜଗର ସହ ନିର୍ଭୟରେ ଖେଳୁଛି ୨ ବର୍ଷର ଶିଶୁ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଛାତିଥରା ଭିଡିଓ। ଏହି ଭିଡିଓରେ ଏକ ଛୋଟ ପିଲା ବିରାଟକାୟ ଅଜଗର ସହିତ ବେପରୁଆ ଭାବରେ ଖେଳୁଛି। ଆପଣ ଏହି ଭିଡିଓ ଦେଖିଲେ ଆଖି ବୁଜି ପକେଇବେ। କିନ୍ତୁ ପିଲାଟିର ଏଥି ପ୍ରତି ଟିକେ ବି ଭୟ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Toddler playing with 10 feet long python

Toddler playing with 10 feet long python

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଛାତି ଥରିଯିବ। ଏହି ଭିଡିଓ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଏକ ଛୋଟ ପିଲା ବିରାଟକାୟ ଅଜଗର ସହିତ ବେପରୁଆ ଭାବରେ ଖେଳୁଛି। ଆପଣ ଏହି ଭିଡିଓ ଦେଖିଲେ ଆଖି ବୁଜିଦେବେ । କିନ୍ତୁ ପିଲାଟିର ଏଥି ପ୍ରତି ଟିକେ ବି ଭୟ ନାହିଁ।

Advertisment

ଭିଡିଓଟି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ। ଭିଡିଓ ସହିତ ଦିଆଯାଇଥିବା କ୍ୟାପ୍‌ସନ୍ ଅନୁଯାୟୀ, ଏହି ଭିଡିଓ ଇଣ୍ଡୋନେସିଆର। ଏହି ୩୦ ସେକେଣ୍ଡର କ୍ଲିପ୍ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣ ଭାବିବା ଆରମ୍ଭ କରିବେ ଯେ ଯଦି ଏହି ଅଜଗରଟି ଟିକେ ରାଗିଯାଏ ହୁଏ, ତେବେ ପିଲାଟିର କ’ଣ ହେବ? କିନ୍ତୁ ଦେଖାଯାଏ ଯେ ପିଲାଟି ଏକ ଖେଳନା ଭଳି ଏହି ବିରାଟକାୟ ଅଜଗର ସହିତ ନିର୍ଭୟ ଭାବରେ ଖେଳିବାରେ ଲାଗିଛି।

ଅଧା ମିନିଟ୍‌ର ଏହି ଭିଡିଓରେ ୨ ବର୍ଷର ବାଳକକୁ ଏକ ବିଶାଳ ଅଜଗର ସହିତ ଘର ବାହାରେ ଦେଖିବାକୁ ମିଳେ। ଏହି କୁନି ଛୁଆଟି ଯେଉଁ ଅଜଗର ସହ ନିର୍ଭୟରେ ଖେଳୁଛି ତାହାର ଲମ୍ବ ପ୍ରାୟ ୧୦ ଫୁଟ ହେବ। ଏହା ଦେଖିବାକୁ ଖୁବ ଭୟଙ୍କର ମଧ୍ୟ। ଏହି ଭିଡିଓ ଯିଏ ଦେଖିବ ତା’ର ହୃଦସ୍ପନ୍ଦନ ବଢିଯାଇପାରେ କିନ୍ତୁ ଏହି ପିଲାଟି ଏହାର ମଜା ନେଉଥିବା ଦେଖାଯାଏ। ଭିଡିଓ କ୍ଲିପ୍‌ରେ, ଏହି ଅଜଗରଟି ମଧ୍ୟ ପିଲାଟି ଦେହରେ ଗୁଡେଇ ହୋଇଯାଉଛି, କିନ୍ତୁ ପିଲାଟି ସହଜରେ ତା’ର କବଳରୁ ଖସିଆସି ତା’ର ବେକ ପାଖକୁ ଧରି ନେଉଛି।

Advertisment

ଏହି ଭୟଙ୍କର ଭିଡିଓଟିକୁ nature27_12 ନାମକ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ ଆକାଉଣ୍ଟରେ ଶେୟାର କରାଯାଇଛି। ତେବେ ଏହି ଭିଡିଓ ଅପଲୋଡ୍ କରିବାର କିଛି ଘଣ୍ଟା ମଧ୍ୟରେ ଏହା ପ୍ରାୟ ୮ ହଜାର ଥର ଦେଖାଯାଇଛି। ଲୋକମାନେ ଏହା ଉପରେ କ୍ରମାଗତ ଭାବରେ ସେମାନଙ୍କର ମତାମତ ମଧ୍ୟ ଦେଇଚାଲିଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଭିଡିଓ ସୁଟିଂ କରୁଥିବା ବ୍ୟକ୍ତିଙ୍କୁ ଗାଳି ଦେଇଛନ୍ତି।

ଜଣେ ଉପଭୋକ୍ତା ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଏହା ଏକ ଦାୟିତ୍ୱହୀନ ମନୋଭାବ। ପିଲାଟିକୁ ସେଠାରୁ ହଟାଇବା ପରିବର୍ତ୍ତେ ଭିଡିଓ ସୁଟିଂ କରାଯାଉଛି।” ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି – “ଏହାକୁ ପିତାମାତାଙ୍କ ମୂର୍ଖତା ବୋଲି କୁହାଯାଇପାରେ... ନିଜ ପିଲାକୁ ମରିବାକୁ ଛାଡିଛନ୍ତି। ସେମାନଙ୍କୁ ଏହି ଦରକାର ନାହିଁ।”

Viral Video
Advertisment
Advertisment