/odishatv-khabar/media/post_attachments/uploadimage/library/16_9/16_9_0/OTV_1641547303.jpg)
OTV
ଟିଭି ହେଉ କି ଡିଜିଟାଲ, ସବୁ କ୍ଷେତ୍ରରେ ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର...ଆପଣଙ୍କ ବିଶ୍ୱାସ ଓ ସ୍ନେହ ଶ୍ରଦ୍ଧା ପାଇଁ ଆଜି ଓଟିଭିର ୟୁଟ୍ୟୁବ୍ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି।
ଘଟଣା ହେଉ କି ଦୁର୍ଘଟଣା, ଆପଣମାନେ ହିଁ ସବୁବେଳେ ଓଟିଭି ଉପରେ ବିଶ୍ୱାସ ଓ ଭରସା କରି ଆସିଛନ୍ତି। ଖୁସିର କଥା ଯେ କେବଳ ଟିଭି ନୁହେଁ, ଆପଣମାନଙ୍କର ଏହି ବିଶ୍ୱାସ ଓ ଭରସା ଡିଜିଟାଲ କ୍ଷେତ୍ରରେ ମଧ୍ୟ ଅତୁଟ ରହି ପାରିଛି। ଆଞ୍ଚଳିକ ଭାଷାର ଖବର ଚାନେଲ ଭାବରେ ୟୁଟ୍ୟୁବରେ ଏତେ ପରିମାଣର subscriberଙ୍କର ଭରସାଯୋଗ୍ୟ ହେବା, କେବଳ ଓଡିଶା ନୁହେଁ ସାରା ଭାରତରେ ସର୍ବାଧିକ।
କେବଳ ୟୁଟ୍ୟୁବ ନୁହେଁ, ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକରେ ମଧ୍ୟ ଓଟିଭି ଅଗ୍ରଣୀ ସ୍ଥାନ ହାସଲ କରି ପାରିଛି। ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ କୁ-app ରେ ଓଟିଭିକୁ ଲକ୍ଷ ଲକ୍ଷ ଦର୍ଶକ ଭରସା କରିଛନ୍ତି ଓ ଫଲୋ କରୁଛନ୍ତି। ଓଟିଭି ଉପରେ ଆପଣମାନେ ରଖିଥିବା ଏହି ବିଶ୍ୱାସକୁ ଆଗାମୀ ଦିନରେ ମଧ୍ୟ ଆମେ କେବେ ଭାଙ୍ଗିବାକୁ ଦେବୁ ନାହିଁ। ଆପଣଙ୍କ ମୋବାଇଲରେ ସଠିକ୍ ସମୟରେ ସଠିକ ଖବର ପାଇବାକୁ ଓଟିଭିର ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଫଲୋ କରିବାକୁ ଭୁଲନ୍ତୁନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)