/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641556526.jpg)
Traffic DCP
ନିଜେ ଟ୍ରାଫିକ୍ ପୋଷ୍ଟରେ ଠିଆ ହେଲେ ଟ୍ରାଫିକ୍ ଡିସିପି । ଆଇପିଏସ୍ ଏସ୍ ସୁଶ୍ରୀ ଟ୍ୱିନ୍ ସିଟି ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ନେବା ପରେ ଆଜି ଆକ୍ସନ୍ ମୋଡ୍କୁ ଆସିଛନ୍ତି । ସେ ନିଜେ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ପହଞ୍ଚି ସ୍ଥିତି ପରଖିଛନ୍ତି ।
ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।
ବହୁ ସମୟରେ ରାସ୍ତାର ବାମ ପଟରେ ଲୋକେ ଟ୍ରାଫିକ୍ ବନ୍ଦ ଥିବାବେଳେ ଛିଡ଼ା ହେଉଛନ୍ତି । ଫଳରେ ଜରୁରୀ କାମ କିମ୍ବା ବାମ ପଟେ ଯିବା ଲୋକେ ଫସି ରହୁଛନ୍ତି । ତେଣୁ ଟ୍ରାଫିକ ନିୟମକୁ ପାଳନ କରିବା ସହ ଏଦିଗରେ ଧ୍ୟାନ ଦେବାକୁ ଟ୍ରାଫିକ୍ ଡିସିପି ଲୋକଙ୍କୁ ନିବେଦନ କରିଛନ୍ତି । ଯଦି, ନିୟମ ଖିଲାପ ହୁଏ ତେବେ ଏଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାସହ କଡ଼ା ଫାଇନ୍ ଆଦାୟ ହେବ ବୋଲି କହିଛନ୍ତି । ରାସ୍ତାର ଫୁଟ୍ପାଥ୍କୁ ଖାଲି କରିବା ସହ ଲୋକେ କିଭଳି ଚାଲିକି ଯାଇପାରିବେ ସେ ଦିଗକୁ ଗୁରୁତ୍ୱ ଦେଇଛନ୍ତି ଟ୍ରାଫିକ୍ ଡିସିପି । ଆଇପିଏସ୍ ଏସ୍. ସୁଶ୍ରୀଙ୍କୁ ଟ୍ୱିନ୍ ସିଟିର ଟ୍ରାଫିକ ଡିସିପି ଭାବେ ବଡ଼ ଦାୟିତ୍ୱ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)