ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ଖାଇବା ଦ୍ୱାରା ଏହା ଆମକୁ କଣ ଫାଇଦା ଦେଇଥାଏ ।
ଶୀତଦିନେ ମୂଳା ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ ବହୁ ପରିମାଣରେ କିଣନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପରିମାଣର ମୂଳା କିଣୁଛନ୍ତି ତେବେ ଏହାର ସଂରକ୍ଷଣ ଉପାୟ ମଧ୍ୟ ଜାଣିନେବା ଉଚିତ। । ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ମୂଳାକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିପାରିବା। ଆସନ୍ତୁ ଜାଣିବା…
ଶରୀରକୁ ସୁସ୍ଥ ରଖିବା ପାଇଁ ଶୀତ ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ତେବେ ଆସନ୍ତୁ ଜାଣିବା ଶୀତଦିନରେ କେଉଁ ଖାଦ୍ୟ ଉପକାରୀ ଅଟେ ।
ଶରୀରର ସୁସ୍ଥତା ପାଇଁ ଖାଦ୍ୟରେ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଲୁଣ ପକାଇ ଫଳ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦେଇ ଥାଏ ।
ଶୀତଋତୁ ଆସିଲେ ଅନେକ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ସମସ୍ୟାରେ ପିଡୀତ ହୋଇଥାନ୍ତି। ଏମିତି ହେବାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ପ୍ରଣାଳିର ଦୁର୍ବଳତା। ଶୀତଦିନେ ଏମିତି ଅନେକ ଖାଦ୍ୟ ଅଛି ଯାହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଆସନ୍ତୁ ଜାଣିବା…
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ଆପଣ ବି ନନଷ୍ଟିକ୍ ପ୍ୟାନ୍ରେ ରୋଷେଇ କରୁଛନ୍ତି କି ? ପଢ଼ି ନିଅନ୍ତୁ ଏହି ଖବର . .
ବୟସ୍କ ବ୍ୟକ୍ତିଙ୍କୁ ଘରେ କିପରି ସୁରକ୍ଷିତ ରଖିପାରିବେ ? ସେଥିପାଇଁ କ’ଣ କରିବାକୁ ପଡିବ ଆପଣଙ୍କୁ ? ଜାଣି ରଖନ୍ତୁ ଏଇ ଟିପ୍ସ।
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଖାଦ୍ୟରେ ଅନୁୟମିତତା ଏବଂ ଆଧୁନିକ ଜୀବନଶୈଳା ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ଚର୍ବି, କୋଲେଷ୍ଟ୍ରଲ କିମ୍ବା ସୋଡିୟମ ହୃଦୟ ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ମନର କଥାକୁ ଠିକ ଭାବେ ପ୍ରକାଶ କରିପାରି ନ ଥାନ୍ତି। ବିଶେଷ କରି ସାମ୍ନାରେ ଯଦି ଝିଅଟିଏ ଥାଏ ତେବେ ତ କଥା ସରିଲା। ମନର କଥା ତ ଛାଡ ଦରକାରୀ କଥା ବି କହି କହିପାରନ୍ତି ନାହିଁ। ଏମିତି ଲାଜକୁଳା ପୁଅଙ୍କ ପାଇଁ କିଛି ଟିପ୍ସ।
ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।
କୋଭିଡ କଟକଣା ହଟିଛି। କିନ୍ତୁ ବଦଳିନି କୋଭିଡ ସମୟର ସେଇ ଜୀବନଶୈଳୀ। ବିଶେଷକରି କୋଭିଡ କଟକଣା ପିଲାଙ୍କ ଜୀବନକୁ ବେଶି ପ୍ରଭାବିତ କରିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦ ରହିବା ଯୋଗୁ ପିଲାମାନେ ଅନଲାଇନରେ ପଢିବାକୁ ବାଧ୍ୟ ହୋଇଥିଲେ। ଦୁଇବର୍ଷର ଏଇ ଅନଲାଇନ ପାଠପଢା ପିଲାଙ୍କର ୧୦ ବର୍ଷର ଅଭ୍ୟାସକୁ ବଦଳେଇ ଦେଇଛି।
ସିଧା ଚୁଟି ଦେଖିବାକୁ ସୁନ୍ଦର ଲାଗେ, ଷ୍ଟାଇଲିଷ୍ଟ ବି ଲାଗେ । ହେଲେ ସବୁବେଳେ ଚୁଟି ଷ୍ଟ୍ରେଟ୍ନିଂ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତା ଛଡ଼ା ଏହାର ସାଇଡ୍ ଇଫେକ୍ଟ ବି ରହିଛି। ତେବେ ଘରେ ବସି କେମିତି ପାଇବେ ସିନ୍ଦ ଆଉ ସୁନ୍ଦର ଚୁଟି ? ଜାଣନ୍ତୁ ୮ଟି ଉପାୟ।
ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।
ଵାସ୍ତୁଶାସ୍ତ୍ରର ନିୟମଗୁଡିକ ଏପରି ଭାବେ କରାଯାଇଛି ଯେ ଯାହା ଆମ ଶରୀର, ଗୃହ ଏବଂ ବ୍ରହ୍ମାଣ୍ଡ ମଧ୍ୟରେ ପଞ୍ଚତତ୍ତ୍ୱ ଆଧାରରେ ଏକ ସମନ୍ଵୟ ରକ୍ଷା ହୋଇଥାଏ I ଏହା ଦ୍ୱାରା ଆମ ଗୃହରେ ସକାରାତ୍ମକ ବା ପଜିଟିଭ ଏନର୍ଜି ସୃଷ୍ଟି ହୋଇଥାଏ I ତେବେ ଗୃହରେ ଏହି ପଞ୍ଚତତ୍ତ୍ୱକୁ କିପରି ସୁଦୃଢ କରିବେ ଆସନ୍ତୁ ଜାଣିବା।
ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।
ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍ମା’।
ଆଜିକାଲି ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ପରିବା ଖାଇବା ଉଚିତ ନୁହେଁ ।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ରାସ୍ତାରେ ଟ୍ରାଫିକ ଜାମରେ ଥରେ ଯିଏ ଫସିଥିବ ସେ ଜାଣିଥିବ ଏମିତି ଫସିବାର କଷ୍ଟ। ଯେତେ କଷ୍ଟ ହେଲେ ବି ବଡ ବଡ ସହରରେ ଏମିତି ଟ୍ରାଫିକରେ ଫସିବାକୁ ସମସ୍ତେ ବାଧ୍ୟ। କିନ୍ତୁ ଏହି ବିରକ୍ତିକର ଟ୍ରାଫିକ ଜାମ ବେଳେବେଳେ ଏକ ମଧୁର ସ୍ମୃତି ହୋଇ ରହିଯାଏ। ଟ୍ରାଫିକ୍ ଜାମରେ ଫସି ଯାଇଥିବା ଏହି ସମୟ ବେଳେବେଳେ ଜୀବନର ଗତିପଥକୁ ବଦଳାଇ ଦେଇଥାଏ।
ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ-ପ୍ରତିପକ୍ଷଙ୍କ ଯୁକ୍ତି ଜୋରଦାର ହୋଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି। ଆଜି ୮ ଦିନ ହେଲା ଏହି ମାମଲାର ବିଚାର ଚାଲିଛି। ହିଜାବ ରଦ୍ଦ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ଦୁଷ୍ମନ୍ତ ଦବେ ତାଙ୍କର ବଳିଷ୍ଠ ଯୁକ୍ତି ରଖିଛନ୍ତି ।
ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।
ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।
ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି।