Advertisment

Yogasana: ଅଣ୍ଟା ଯନ୍ତ୍ରଣାରେ ରାମବାଣ ପରି କାମ କରେ ଏହି ୩ ଯୋଗାସନ...

ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।

author-image
Pramod Behera
ଅଦ୍ୟତନ ହୋଇଛି
These 3 yoga aasan are very effective for waist pain

These 3 yoga aasan are very effective for waist pain

ଯୋଗ ଆମ ଜୀବନକୁ ସୁସ୍ଥ ରଖିବା ନେଇ ଅମୂଲ୍ୟ ମାର୍ଗ। ଶରୀରକୁ ଯୋବନ ପ୍ରଦାନ କରିବା ସହିତ ନମନୀୟ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ। ଏହା ଆମ ଚର୍ମକୁ ଏକ ନୂଆ ପ୍ରକାଶ ଦେଇଥାଏ ଏବଂ ଅନେକ ରୋଗରୁ ଉପଶମ କରିଥାଏ। ଯୋଗର ବିଭିନ୍ନ ଆସନ ଆମ ଶରୀରକୁ ବିଭିନ୍ନ ଲାଭ ଦେଇଥାଏ।

Advertisment

ନିୟମିତ ଯୋଗ ଅଭ୍ୟାସ ଅନେକ ପ୍ରକାରର ରୋଗରୁ ମୁକ୍ତିଦିଏ। ଯଦି ଆପଣ ଶରୀରର ଯନ୍ତ୍ରଣା ସହିତ ଜଡିତ ସମସ୍ୟା ଭୋଗୁଛନ୍ତି ତେବେ ଯୋଗ ଧୀରେ ଧୀରେ ଏହିସବୁଅ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।

ଭୁଜଙ୍ଗାସନ:

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭୁଜଙ୍ଗାସନ ଏକ ପ୍ରଭାବଶାଳୀ ଆସନ। ଏହି ଆସନ କରିବା ପାଇଁ ପ୍ରଥମେ ପେଟମାଡି ଭୂମି ଉପରେ ଶୋଇବାକୁ ହୁଏ। ଏହା ପରେ ପାଦକୁ ଏକତ୍ର କରି ପାପୁଲିକୁ ଛାତି ନିକଟରେ କାନ୍ଧ ସିଧା ରଖିବାକୁ ହୁଏ। କପାଳକୁ ଭୂମିରେ ରଖି ଶରୀରକୁ ଆରାମଦାୟକ ଅବସ୍ଥାରେ ରଖିବା ସହ ଏକ ଦୀର୍ଘ ଶ୍ୱାସ ନେଇ ହାତରେ ଜୋର୍ ଦେଇ ଶରୀରର ଆଗ ଭାଗକୁ ଉପରକୁ ଉଠାନ୍ତୁ।

Advertisment

ଶଲଭାସନା:

ପେଟ ପଟିଆ ଶୋଇ ଦୁଇ ହାତର ପାପୁଲିକୁ ଜଙ୍ଘ ତଳେ ରଖନ୍ତୁ। ତା’ପରେ ଦୁଇ ପାଦର ଗୋଇଠିକୁ ଯୋଡି ପାଦର ଆଙ୍ଗୁଠିକୁ ସିଧା ରଖନ୍ତୁ।ଏହା ପରେ ଧୀରେ ଧୀରେ ଦୁଇ ପାଦ ଉପରକୁ ଉଠାନ୍ତୁ। ଗୋଡକୁ ଉପରକୁ ନେବାବେଳେ ଗଭୀର ଶ୍ୱାସ ନିଅନ୍ତୁ।

ଉଷ୍ଟ୍ରାସନ:

ଉଷ୍ଟ୍ରାସନ କରିବା ପାଇଁ, ପ୍ରଥମେ ଆଣ୍ଠୁ ଉପରେ ବସିବାକୁ ପଡିବ, ଏହା ପରେ କାନ୍ଧ ଚଉଡାରେ ଉଭୟ ଆଣ୍ଠୁକୁ ରଖନ୍ତୁ ଏବଂ ପାଦକୁ ସଂପୂର୍ଣ୍ଣ ପାରିଦିଅନ୍ତୁ ଏବଂ ଉପରମୁହାଁ କରି ରଖନ୍ତୁ। ମେରୁଦଣ୍ଡକୁ ପଛକୁ ବଙ୍କା କରି, ଦୁଇ ହାତକୁ ଗୋଇଠି ଉପରକୁ ନେଇ ରଖନ୍ତୁ।

Yogasana Health Tips Yoga For Back Pain
Advertisment
Advertisment