Advertisment

ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

author-image
Sarbeswar
ଅଦ୍ୟତନ ହୋଇଛି
Imran Khan

Imran Khan

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ। ଏହା ବ୍ୟତୀତ ପିଏମ ମୋଦୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଆମେରିକାର ଭାରତ ସହ ସମ୍ପର୍କ ସୁଦୃଢ ହେବା ସହିତ ପାକିସ୍ତାନ କିପରି ଭାବରେ ଆତଙ୍କୀମାନଙ୍କୁ ସାହାଯ୍ୟ କରୁଛି ସେନେଇ ଆଲୋଚନା ମଧ୍ୟ ହୋଇଛି। ତେବେ ବାଇଡ଼େନ କେବେ ଇମ୍ରାନଙ୍କୁ ସାକ୍ଷାତ୍‌ କରିବେ ବା ଭେଟିବେ ସେନେଇ ପ୍ରଶ୍ନ କରାଯାଇଥିବା ବେଳେ ହ୍ୱାଇଟ୍‌ ହାଉସ୍‌ ଏହାର ଉତ୍ତର ରଖିଛି। କୁହାଯାଇଛି, ହ୍ୱାଇଟ୍‌ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡ଼େନ କେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଡାକିବାକୁ ଯାଉଛନ୍ତି ସେ ବିଷୟରେ କୌଣସି ସୂଚନା ଆମ ପାଖରେ ନାହିଁ।

Advertisment

ସେପଟେ, ଆମେରିକାର ଗଣମାଧ୍ୟମକୁ ଦିଆଯାଇଥିବା କିଛି ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ବାଇଡ଼େନ ବହୁତ ବ୍ୟସ୍ତ ଅଛନ୍ତି ଏବଂ ସେ ଏପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇନାହାଁନ୍ତି। ତେବେ ଆଫଗାନିସ୍ତାନ ସମ୍ପର୍କରେ ପାକିସ୍ତାନ ଆମେରିକା ସହ କୌଣସି କଥାବାର୍ତ୍ତା କରିନାହିଁ ସେପଟେ ପାକିସ୍ତାନ ମଧ୍ୟ ଏନେଇ ଆମେରିକା ସହ କୌଣସି ଆଲୋଚନା କରିନଥିବା ସ୍ପଷ୍ଟ କରିଛନ୍ତି ଇମ୍ରାନ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେରିକା ଗସ୍ତରେ ଥିବା ପିଏମ୍‌ ମୋଦି ଯେଉଁ ସମୟରେ ବାଇଡ଼େନଙ୍କୁ ସାକ୍ଷାତ୍‌ କରୁଥିଲେ ଠିକ୍‌ ସେହି ସମୟରେ ଆମେରିକା ଏବଂ ବାଇଡ଼େନ ପ୍ରଶାସନକୁ ସମାଲୋଚନା କରୁଥିଲେ ଇମ୍ରାନ। ସେପଟେ କିନ୍ତୁ ହ୍ୱାଇଟ୍ ହାଉସ୍‌ ସ୍ପଷ୍ଟ କରିଛି ଯେ, ବାଇଡ଼େନ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନ ମାମଲାରେ ଅନ୍ତର୍ଜାତୀୟ ସ୍ତରର କୌଣସି ନେତାଙ୍କ ସହ ଆଲୋଚନା କରିନାହାନ୍ତି।

Advertisment

ତେବେ ସେପ୍ଟେମ୍ବର ୧୫ରେ ବାଇଡ଼େନଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ଇମ୍ରାନ। ସେ କହିଥିଲେ ଜୋ ବାଇଡ଼େନ ବିଶ୍ୱର ଜଣେ ବ୍ୟସ୍ତ ବ୍ୟକ୍ତି। ତେଣୁ ତାଙ୍କୁ କୌଣସି ସମୟରେ ସାକ୍ଷାତ୍ କରିବା ସମ୍ଭବ ହେଉନାହିଁ। କିନ୍ତୁ ପାକିସ୍ତାନ ସହ ଆମେରିକା କଥାବାର୍ତ୍ତା କରିବାକୁ ଚାହୁଁନାହିଁ କିନ୍ତୁ ନିଜର ଅପମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଇମ୍ରାନ। ଯାହାକୁ ନେଇ ଏବେ ସରଗରମ ହୋଇଛି ଅନ୍ତର୍ଜାତୀୟ ସ୍ତରର ରାଜନୀତି।

Narendra Modi India Joe Biden Pakistan Imran Khan America
Advertisment
Advertisment