Advertisment

ଟରୋଣ୍ଟୋ ଭାରତୀୟ ଦୂତାବାସରେ ବୋମା; ଏନେଇ ଜଣେ ଅଭିଯୁକ୍ତ ଗିରଫ୍

କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍‌କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Indian Consulate

Indian Consulate

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍‌କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଏହି ସନ୍ଦିଗ୍ଧ ସୁଟକେସଟିକୁ ବ୍ଲୁର୍ ଷ୍ଟ୍ରିଟ୍ ନିକଟରୁ ଉଦ୍ଧାର କରାଯାଇଥିଲା। ସେଥିରେ ଏକ ବୋମା ଥିବାର ଆଶଙ୍କା ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା। ବୋମା ମିଳିଥିବା ସ୍ଥାନ ନିକଟରେ ଭାରତୀୟ ବାଣିଜ୍ୟ ଦୂତାବାସ ବ୍ୟତୀତ ଅନ୍ୟାନ୍ୟ ଦୂତାବାସ କୋଠା ଏବଂ ମିଡିଆ ଅଫିସ୍ ଗୁଡିକ ମଧ୍ୟ ରହିଥିଲା। ତେଣୁ ଭାରତୀୟ ବାଣିଜ୍ୟ ଦୂତାବାସର ସମସ୍ତ କୋଠାକୁ ଖାଲି କରାଯାଇଛି। ସହରରେ ବୋମା ଥିବା ଧମକ୍ ପ୍ରଥମରୁ ହିଁ ପୋଲିସକୁ ମିଳିଥିଲା। ଏନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଅଧିକ ବିବରଣୀ ଦିଆଯାଇନାହିଁ।

Advertisment

ଟରୋଣ୍ଟୋ ପୋଲିସ ଏବଂ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବ୍ଲୁର୍ ଷ୍ଟ୍ରିଟ୍ ରାସ୍ତାର ମଝିରେ ଏକ ସୁଟକେସ ପଡିଥିବାର ଦେଖାଯାଇଥିଲା। ସନ୍ଦିଗ୍ଧ ସୁଟକେସରେ ବିସ୍ଫୋରକ ଥିବାର ଆଶଙ୍କା କରାଯାଇଥିଲା। ଏନେଇ ପୋଲିସକୁ ଘଟଣା ବିଷୟରେ ଅବଗତ କରାଯାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଥିଲା। ବିସ୍ଫୋରକ ବୋମା ଥିବା ଆଶଙ୍କାରେ ବୋମା ଡିଫ୍ୟୁଜ୍ ଦଳକୁ ସେଠାକୁ ଡକାଯାଇଥିଲା। ସୁଟକେସକୁ ସହର ଠାରୁ ଦୂରକୁ ନିଆଯାଇ ବୋମାକୁ ଡିଫ୍ୟୁଜ୍ କରାଯାଇଥିଲା। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସ ପକ୍ଷରୁ ବ୍ୟକ୍ତିକୁ ପଚରାଉଚରା କରିବା ସହ ମାମଲାଟିର କଡାକଡି ତଦନ୍ତ କରାଯାଉଛି।

Indian Consulate Suspicious Package Evacuated Toronto
Advertisment
Advertisment