• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି । ଘମାଘୋଟ୍‌ ଲଢ଼େଇ ମଧ୍ୟରେ ମୃତ୍ୟୁର ଭୟ ବଢ଼ି ବଢ଼ି ଚାଲିଛି । ଯୁଦ୍ଧରେ ପାଇଁ ଅସହାୟ ଲୋକଙ୍କ ଆଖିରେ ଲୁହ । ଏଭଳି ସ୍ଥିତିରେ ହଜାର ହଜାର ୟୁକ୍ରେନବାସୀ ଘର ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ପଶ୍ଚିମ ସୀମାରେ ଥିବା ପଡୋଶୀ ଦେଶକୁ ଆଶ୍ରୟ ନେବାକୁ ଚାଲି ଯାଉଛନ୍ତି । ବିଶେଷ କରି ମହିଳା ଓ କୁନି କୁନି ପିଲାମାନେ ପଳାୟନ କରୁଛନ୍ତି ।

ଛୋଟ ପିଲାମାନଙ୍କ ସହିତ କେବଳ ମା ମାନଙ୍କୁ ଦେଶ ଛାଡ଼ିବାକୁ ଅନୁମତି ରହିଛି । ୟୁକ୍ରେନ ସରକାରଙ୍କ ପୁରୁଷ ଲୋକଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇ ନାହିଁ । ରୁଷରୁ ଆକ୍ରମଣ ପରେ ୟୁକ୍ରେନରୁ ବାହାରକୁ ଯିବା ଅତ୍ୟନ୍ତ କଷ୍ଟଦାୟକ। ଯୁଦ୍ଧର ଭୟ ଯୋଗୁଁ ୟୁକ୍ରେନର ଲୋକମାନେ ଅନ୍ୟ ଦେଶରେ ଶରଣାର୍ଥୀ ହେବାକୁ ବାଧ୍ୟ ହେଉଛନ୍ତି ।

ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି । ଅନେକ ଲୋକ ବସ୍ କିମ୍ବା କାର୍ ଯୋଗେ ସେଠାରେ ପହଞ୍ଚିଛନ୍ତି । ସେହିପରି ଦେଶ ଛାଡ଼ିବାକୁ ଅନେକ ଲୋକ ଛୋଟ ପିଲାଙ୍କ ସହିତ ରାସ୍ତାରେ ଘୁରି ବୁଲୁଛନ୍ତି ।

ସମସ୍ତଙ୍କର ଆଖିରେ ଭୟ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି । ସେପଟେ ୟୁକ୍ରେନ ସରକାର ୧୮ ରୁ ୬୦ ବର୍ଷ ବୟସର ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି । ମାନବିକତା ଦୃଷ୍ଟିରୁ ଏହି ଲୋକମାନଙ୍କୁ ନିଜ ସୀମାକୁ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି ମୋଲଡୋଭା ସରକାର । ଏହା ସହିତ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ରୋମାନିଆ ରାସ୍ତାରେ ମଧ୍ୟ ମହିଳାମାନେ ଛୋଟ ପିଲାଙ୍କୁ କୋଳରେ ଅସହାୟ ଭାବରେ ଘୁରି ବୁଲୁଛନ୍ତି । ଆଶ୍ରୟ ପାଇଁ ସୁରକ୍ଷିତ ସ୍ଥାନକୁ ଖୋଜୁଛନ୍ତି । ଏହି ଶରଣାର୍ଥୀମାନଙ୍କ ପାଇଁ ଖୋଲା ପଡ଼ିଆରେ ତମ୍ବୁ ତିଆରି କରାଯାଉଛି । ଖାଦ୍ୟ ଏବଂ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୧୦ ହଜାରରୁ ଅଧିକ ଲୋକ ରୋମାନିଆ ସୀମାରେ ପ୍ରବେଶ କରିଛନ୍ତି ।

ୟୁକ୍ରେନର ଲୋକମାନେ ପୋଲାଣ୍ଡରେ ମଧ୍ୟ ପହଞ୍ଚିଛନ୍ତି । କିଛି ଲୋକ ଟ୍ରେନ୍ ଯୋଗେ ଦକ୍ଷିଣ ପୂର୍ବ ରୋମାନିଆର ଜେସିମାଲ୍ ସହରରେ ପହଞ୍ଚିଛନ୍ତି । ତେବେ ପୁରୁଷମାନଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇଥିବା କାନ୍ଦୁଥିବା ଅନେକ ମହିଳା କହିଛନ୍‌ । କାରଣ ୟୁକ୍ରେନର ଜେଲେନସ୍କି ସରକାର ଦେଶର ସ୍ଥିତି ପାଇଁ ପୁରୁଷମାନଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି ।