• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ-ରୁଷିଆରେ ମଧ୍ୟରେ ଚାଲିଥିବା ଘମାଘୋଟ୍‌ ଲଢ଼େଇ ଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଯୁଦ୍ଧ ଲାଗିଥିବାରୁ କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ସାମାନ୍ୟ ଅସାବଧାନ ହେଲେ, କେଉଁ କ୍ଷଣରେ ଯେ ଜୀବନ ଚାଲିଯିବ କହିହେବ ନାହିଁ । ଏପରି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଭାରତ ସରକାର ଏକ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି । ନୂତନ ଗାଇଡଲାଇନ୍ ଅନୁଯାୟୀ, ସେଠାରେ ଫସି ରହିଥିବା ଲୋକଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ନଯିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏନେଇ MEA ପକ୍ଷରୁ ଏକ ଟୁଇଟ୍ କରାଯାଇଛି ।

ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି । ରକ୍ତାକ୍ତ ସଂଘର୍ଷ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ ଆରମ୍ଭ ହୋଇଛି । ରୋମାନିଆ ରାସ୍ତା ଦେଇ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଗୁରୁବାର ଠାରୁ ହିଁ ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପୂର୍ବରୁ ପୋଲାଣ୍ଡ ଏବଂ ହଙ୍ଗେରୀ ଦେଇ ସମସ୍ତଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଥିଲା ।

ସୂଚନା ଅନୁସାରେ ବର୍ତ୍ତମାନ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଛାତ୍ର ଅଛନ୍ତି । ତେବେ ଯୁଦ୍ଧ ସମୟର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ଡାକ୍ତରୀ ଛାତ୍ରମାନେ ବଙ୍କରରେ ଲୁଚି ରହିଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ବିପଦ ବଢ଼ୁଥିବାରୁ ବର୍ତ୍ତମାନ ଭାରତ ସରକାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ପୁଟିନଙ୍କ ସହ ଫୋନ୍ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ପଡୋଶୀ ଦେଶଗୁଡ଼ିକ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । ରୋମାନିଆ, ପୋଲାଣ୍ଡ, ଲାଟଭିଆ, ଏଷ୍ଟୋନିଆ ପରି ଦେଶ ଗୁଡ଼ିକ ଆଲର୍ଟରେ ଅଛନ୍ତି । ଏହି ଦେଶଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ଆକ୍ରମଣର ସମ୍ମୁଖୀନ ହେବାକୁ ସେନା ପ୍ରସ୍ତୁତ ରହିଛି । ଏହି ଦେଶ ଗୁଡ଼ିକ ନାଟୋର ସଦସ୍ୟ, ଏଣୁ ଆକ୍ରମଣର ଆଶଙ୍କା ରହିଛି । ଋଷିଆ, ନାଟୋ ଦେଶ ବିରୋଧରେ ଠିଆ ହୋଇ ସୋଭିଏତ୍ ସଂଘେର ପୂର୍ବ ପ୍ରଭାବ କ୍ଷେତ୍ରରେ ପ୍ରଭୁତ୍ୱ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ।