• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାରିଆଡ଼େ ନିଆଁ ଜଳୁଛି । ଘନ ଘନ ମିସାଇଲ୍ ମାଡ଼ରେ ଥରହର ହେଉଛି ୟୁକ୍ରେନ୍ । ଧୂଆଁ, ନିଆଁ ଆଉ ଆତଙ୍କ ଭିତରେ ଲୋକେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ପ୍ରଥମ ଥର ପାଇଁ ଏପରି ଭୟଙ୍କର ଯୁଦ୍ଧ ବିଭୀଷିକା ଦେଖିବାକୁ ମିଳିଛି । ତେବେ ଋଷିଆ- ୟୁକ୍ରେନ୍‌ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।

ପ୍ରଥମ ବିମାନ AI 1944ରେ ବୁଖାରେଷ୍ଟରୁ ୨୧୯ ଜଣ ଭାରତୀୟ  ମୁମ୍ବାଇରେ ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ଦ୍ୱିତୀୟ ଉଡ଼ାଣ ୟୁକ୍ରେନରେ ଫସି ରହିଥିବା ଆଉ ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି । ଏହାସହ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନରେ ବୁଡ଼ାପେଷ୍ଟ (ହଙ୍ଗେରୀ)ରୁ ୨୪୦ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।

ସେହିପରି ୟୁକ୍ରେନ ସୀମାରେ ଏବେ ବି ଶତାଧିକ ଭାରତୀୟ ଫସି ରହିଛନ୍ତି । ସେଠାରେ ବର୍ତ୍ତମାନ ତାପମାତ୍ରା -୭ ଡିଗ୍ରୀ ପାଖାପାଖି ରହିଛି । ହାଡ଼ଥରା ଜାଡ଼ରେ ଜୀବନ ବଞ୍ଚାଇବା ପାଇଁ ଭାରତୀୟ ଛାତ୍ରମାନେ ଚାଲି ଚାଲି ସୀମାରେ ପହଞ୍ଚିଛନ୍ତି । ଯୁଦ୍ଧ ଆତଙ୍କ ମଧ୍ୟରେ ୟୁକ୍ରେନର ଅନେକ ଭାରତୀୟଙ୍କ ପାଖରେ ଖାଇବା, ପିଇବା ସୁବିଧା ନାହିଁ ବୋଲି ସୂଚନା ମିଳିଛି । ସେମାନଙ୍କର ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହେବା ଉପରେ ।

ଅନ୍ୟପଟେ ୟୁକ୍ରେନ ସୀମାରେ ଜଗିଥିବା ଗାର୍ଡମାନେ ଭାରତୀୟମାନଙ୍କୁ ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ଅନୁମତି ଦେଉନାହାଁନ୍ତି । ସୀମା ପାର ହେବାପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ମଧ୍ୟ ରହିଛି । ଶୁଭମ୍ ନାମକ ଜଣେ ଛାତ୍ର କହିଛନ୍ତି, ଆମେ ସୀମାରେ ଅଟକି ରହିଛୁ । ଆମେ ବନ୍ଧୁକ ମୁନରେ ବନ୍ଧକ ରହିଲା ପରି ରହିଝଛୁ । ଏଠାରେ ଭିଡିଓ ତିଆରି କରିବାକୁ ଆମକୁ ବାରଣ କରାଯାଇଛି ।

ସେହିପରି ଅନ୍ୟ ଜଣେ ଛାତ୍ର କହିଛନ୍ତି , ଦୂତାବାସ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ପରେ ଆମେ ସମସ୍ତେ ପୋଲାଣ୍ଡ ସୀମାରେ ପହଞ୍ଚିଛୁ । ଏଠାରେ ଆମକୁ ଅଟକାଇ ଦିଆଯାଇଛି । ଆମେ ବର୍ତ୍ତମାନ କଣ କରିବୁ କିଛି ବୁଦ୍ଧି ବାଟ ଦେଖାଯାଉନି । ଆମକୁ ତୁରନ୍ତ ଏଠାରୁ ଉଦ୍ଧାର କର ବୋଲି ଅନୁରୋଧ କରିଛନ୍ତି ।