• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ୍‌ ମାଟିର ସୁଯୋଗ୍ୟ ସୁତ । ବୀରତ୍ୱର ଧ୍ୱଜା ଉଡ଼ାଇ ଦେଶ ପାଇଁ ଜୀବନ ଦେଇଦେଲେ । ଶତ୍ରୁର ବିନାଶ ପାଇଁ ମୃତ୍ୟୁକୁ ଆଦରି ନେଲେ । ଦେଶର ସୁରକ୍ଷା ପାଇଁ ହସି ହସି ନିଜକୁ ସମର୍ପି ଦେଲେ । ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ହେଉଥିବା ଯୁଦ୍ଧର ପରିଣାମ କ’ଣ ହେବ ଜଣାନାହିଁ, କିନ୍ତୁ ୟୁକ୍ରେନ୍‌ ଇତିହାସରେ ତାଙ୍କ ନା ସ୍ୱର୍ଣ୍ଣାକ୍ଷରରେ ନିହାତି ଲିପିବଦ୍ଧ ହୋଇ ରହିବ । କ୍ରିମିଆରେ ଜଣେ ୟୁକ୍ରେନ ସୈନିକ ଋଷୀୟ ସେନାକୁ ଅଟକାଇବା ପାଇଁ ଏକ ବ୍ରିଜ ସହ ନିଜକୁ ବିସ୍ଫୋରଣରେ ଉଡ଼ାଉଦେଇଛନ୍ତି । ତାଙ୍କର ତ୍ୟାଗକୁ ଶତ ଶତ ନମନ ।

ସେତୁ ନିକଟରେ ନିଜକୁ ଉଡ଼ାଇ ଦେଇଥିବା ୟୁକ୍ରେନ ସୈନିକଙ୍କ ନାମ ବିଟାଲୀ ଶକୁନ । ଆଖି ସାମ୍ନାରେ  ଦଳବଳ ହୋଇ ମାଡ଼ି ଆସୁଥିଲେ ଋଷୀୟ ସୈନିକ । ହେଲେ ଧୀରସ୍ଥିର ଚିତରେ ନିର୍ଭୟରେ ସେମାନଙ୍କ ସାମ୍ନା କରିଥିଲେ । ଶତ୍ରୁର ବାଟ ଓଗାଳିବାକୁ ସୀମା ଜଗିଥିଲା ପରାକ୍ରମୀ ପୁତ୍ର । ଏ ଯୁଦ୍ଧ ଜୟପରାଜୟ ନୁହେଁ, ସ୍ୱାଭିମାନର ଯୁଦ୍ଧ, ଦେଶବାସୀଙ୍କ ବିଶ୍ୱାସର ଯୁଦ୍ଧ । କ୍ରିମିଆ ସୀମାରେ ଥିବା ଖେରସନ ଅଞ୍ଚଳର ହେନିଚେସ୍କ ବ୍ରିଜ (Henichesk Bridge)କୁ ଜଗିବା ପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା। ୟୁକ୍ରେନ ସୈନିକଙ୍କ ଏହି ସାହସିକତା ହେତୁ ଋଷୀୟ ସେନା ଟୁକଡିକୁ ବହୁ ପରିଶ୍ରମ କରିବାକୁ ପଡ଼ିଛି ।

ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା । ଏହା ପରେ ବ୍ରିଜ ଚାରିପାଖରେ ବିସ୍ଫୋରକ ଲଗାଯାଇ ଦିଆଯାଇଥିଲା । ହେଲେ ବିସ୍ଫୋରକ ଖଞ୍ଜିବା ପରେ ବିଟାଲୀ ଶକୁନଙ୍କ ପାଖରେ ଥିଲା ଖୁବ୍ କମ ସୟେ । ହେଲେ ନିଶ୍ଚିତ ମୃତ୍ୟୁ ଥିବା ଜାଣି ଭିଟାଲୀ ଏହା କରି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ ।

ବ୍ରିଜକୁ ଉଡ଼ାଇବା ପୂର୍ବରୁ ଭିଟାଲୀ ଶକୁନ ନିଜ ଉପରିସ୍ଥ ଅଧିକାରୀଙ୍କୁ ଏକ ବାର୍ତ୍ତା ପଠାଇଥିଲେ । କିଛି ସମୟ ପରେ ଏକ ବିରାଟ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ତାଙ୍କର ଏହି ପ୍ରୟାସ ଋଷୀୟ ସୈନିକଙ୍କ ଦଳ ଅଟକି ଯାଇଥିବା । ସେତୁ ଆରପାରିକୁ ଯିବା ପାଇଁ ସେମାନଙ୍କୁଚ ବହୁତ ସଂଘର୍ଷ କରିବାକୁ ପଡିଲା ।

ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ଆମ ଦେଶ ପାଇଁ ସମସ୍ତ ୟୁକ୍ରେନୀୟମାନେ ଏକାଠି ଠିଆ ହୋଇଛନ୍ତି । ୟୁକ୍ରେନବାସୀ ଋଷୀୟ ଜବରଦଖଲକାରୀଙ୍କୁ ସବୁ ଦିଗକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସାହସିକତା ପାଇଁ ଭିଟାଲୀ ଶକୁନଙ୍କୁ ମରଣୋତ୍ତର ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରଦାନ କରାଯିବ ।