Advertisment

ପରମାଣୁ ଆକ୍ରମଣ ହେଲେ କିପରି ନିଜକୁ ରକ୍ଷା କରିବେ

ଋଷ୍-ୟୁକ୍ରେନ୍ ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ପରମାଣୁ ବୋମା ମଧ୍ୟ ବ୍ୟବହାର କରିବେ। ଯଦି କୌଣସି ଦେଶରେ ପରମାଣୁ ଆକ୍ରମଣ ହୋଇଯାଏ, ତେବେ କିପରି ନିଜକୁ ରକ୍ଷା କରିପାରିବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।

author-image
Pramod Behera
How to safe yourself in nuclear attack

How to safe yourself in nuclear attack

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଋଷ୍‌ ମଧ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣକୁ ତୀବ୍ର କରିଛି। ଋଷ୍‌ର ଏହି ପଦକ୍ଷେପ ସହିତ ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରାଯାଉଥିବା ଜଣାପଡିଛି। ଏହି ଯୁଦ୍ଧର ପ୍ରଭାବ ବିଶ୍ୱର ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡିବ। ଏବେ ପ୍ରତିଦିନ ଶହ ଶହ ନିରୀହ ଲୋକ ପ୍ରାଣ ହରାଉଛନ୍ତି। ଋଷ୍‌ କ୍ଷେପଣାସ୍ତ୍ର ଏବଂ ବୋମା ପ୍ରୟୋଗ କରି ୟୁକ୍ରେନ୍‌ର ଜନବହୁଳ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ଏଭଳି ପରିସ୍ଥିତିରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧକୁ ଆଶଙ୍କାକୁ ନେଇ ଆଲୋଚନା ମଧ୍ୟ ଚାଲିଛି।

Advertisment

ତେବେ ଏଭଳି ପରିସ୍ଥିତିର ଆସିବା ସମ୍ଭାବନା ବହୁତ କମ୍ ରହିଛି। ବର୍ତ୍ତମାନ ପରିସ୍ଥିତିରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ପରମାଣୁ ବୋମା ମଧ୍ୟ ବ୍ୟବହାର କରିବେ। ଯଦି କୌଣସି ଦେଶରେ ପରମାଣୁ ଆକ୍ରମଣ ହୋଇଯାଏ, ତେବେ ସେହି ଦେଶର ନାଗରିକମାନେ କିପରି ନିଜକୁ ରକ୍ଷା କରିପାରିବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।

ରିପୋର୍ଟ ଅନୁଯାୟୀ, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ନିକଟରେ କହିଛି ଯେ ଯଦି ଆଣବିକ ଆକ୍ରମଣ ହୁଏ, ତେବେ ବଞ୍ଚିବାର ସମ୍ଭାବନା ବହୁତ କମ୍ ହେବ। ଏପରି ପରିସ୍ଥିତିରେ, ସୁରକ୍ଷିତ ସ୍ଥାନ ଏବଂ ବିଭିନ୍ନ ତରିକା ଉପରେ ଆମର ପୂର୍ବରୁ ଜ୍ଞାନ ରହିବା ଉଚିତ। ବାସ୍ତବରେ ପରମାଣୁ ବୋମା ଅତ୍ୟନ୍ତ ବିପଜ୍ଜନକ ହୋଇଥିବା ବେଳେ ବିସ୍ଫୋରଣ ପରେ ଏଥିରୁ ବାହାରୁଥିବା ବିକିରଣ ମାନବ ଜୀବନ ପାଇଁ କ୍ଷତିକାରକ ହୋଇଥାଏ।

Advertisment

ଯେତେବେଳେ ପରମାଣୁ ବୋମା ବିସ୍ଫୋରଣ ହୁଏ, ଏହାର ଗୋଟିଏ କଣିକା ତିନୋଟି କଣିକା ସୃଷ୍ଟିକରେ ଏବଂ ଏହାର ଗତି ଗୁଣାତ୍ମକ ଭାବରେ ବଢେ। ବର୍ତ୍ତମାନ ଏପରି ପରିସ୍ଥିତିରେ ଏହାର ଭୟାବହତା ଅନୁମାନ କରାଯାଇପାରେ। ଏହି ଆକ୍ରମଣର ପ୍ରଭାବକୁ ସେହି ସ୍ଥାନର ଆଗାମୀ ପିଢିକୁ ମଧ୍ୟ ଭୋଗିବାକୁ ପଡିଥାଏ। ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ।

ଏହାକୁ ଧ୍ୟାନରେ ରଖି ଏଜେନ୍ସୀ କହିଛି ଯେ ପରମାଣୁ ଆକ୍ରମଣର ପ୍ରଥମ କିଛି ଘଣ୍ଟା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ନିର୍ଣ୍ଣାୟକ ହୋଇଥାଏ। ଏଜେନ୍ସୀ ଅନୁଯାୟୀ, ଆକ୍ରମଣ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଲୋକମାନେ ନିଜ ଘରେ ତାଲା ପକାଇ ରହିବା ଉଚିତ। ଏପରି କଲେ ସେମାନେ ବିକିରଣର କମ୍ ସଂସ୍ପର୍ଶରେ ଆସିପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ। ଏହା ସହିତ ବୋମା ବିସ୍ଫୋରଣ ପରେ ତୁରନ୍ତ ଘର ଭିତରେ ମୁହଁକୁ ତଳକୁ କରି ତଳେ ଶୋଇଯିବାକୁ ଏଜେନ୍ସୀ କହିଛି।

ଏଜେନ୍ସୀର କହିବାନୁସାରେ ଚେହେରାକୁ ଏକ ଫେସ୍‌ମାସ୍କରେ ଘୋଡାଇ ରଖିବା ସହିତ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଘରର କୌଣସି ନିମ୍ନ ଭାଗରେ ରହିବାକୁ ଚେଷ୍ଟା କରନ୍ତୁ। ଘରେ ଯଦି ଅଣ୍ଡର୍‌ଗ୍ରାଉଣ୍ଡ୍‌ ଅଛି ତେବେ ଏହା ସବୁଠାରୁ ସୁରକ୍ଷିତ ସ୍ଥାନ। ଘରର ସମସ୍ତ ଝରକା ଏବଂ କବାଟକୁ ଠିକ ଭାବରେ ବନ୍ଦ କରନ୍ତୁ, ଯାହାଫଳରେ ରେଡିଓଆକ୍ଟିଭ୍ ଆବର୍ଜନା ବାୟୁ ସହିତ ଭିତରକୁ ଯିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୟଭୀତ ନହେବା ସହିତ ସମସ୍ତ ପ୍ରକାର ଗୁଜବଠାରୁ ଦୂରେଇ ରହିବା ଉଚିତ।

Ukraine Russia War
Advertisment
Advertisment