• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Ukraine Crisis
ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Russia-Ukraine conflict
ଶୀଘ୍ର ୟୁକ୍ରେନ ଛାଡିବାକୁ ଭାରତୀୟ ଛାତ୍ରଙ୍କୁ ପରାମର୍ଶ, ଜାରି ହେଲା ଆଡଭାଇଜରି

ଶୀଘ୍ର ଛାଡ଼ ୟୁକ୍ରେନ୍ । ବିଶେଷ ବଡ଼ କାମ ନଥିଲେ ତୁରନ୍ତ ଦେଶ ଛାଡ଼ିବା ପାଇଁ ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।

Russia Test Fires Missiles
ୟୁକ୍ରେନ ସଙ୍କଟ ମଧ୍ୟରେ ଆଣବିକ ମିସାଇଲ ଟେଷ୍ଟ କଲା ରୁଷିଆ 

ୟୁକ୍ରେନ ସଙ୍କଟ ଟଳି ନ ଥିବା ବେଳେ ରୁଷିଆ ଏକ ଅତ୍ୟାଧୁନିକ ମିସାଇଲ ପରୀକ୍ଷା କରିଥିବା ସୂଚନା ମିଳିଛି। ଆଣବିକ କ୍ଷମତା ସମ୍ପନ୍ନ ଏହି ହାଇପରସୋନିକ କ୍ରୁଜ୍ ମିସାଇଲ ସଫଳତାର ସହିତ ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।

Ship Fire Mishap
ଜଳିଗଲା ଶହ ଶହ ଅଡ୍ଡି- ବେଣ୍ଟଲେ- ଲାମ୍ବ୍ରୋଗିନି ଭଳି ଦାମୀ କାର

ଜାହଜରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ବାହାରୁଥିବାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେ ଚ୍ୟାଲେଞ୍ଜକୁ ଅତି ସହଜରେ ଗ୍ରହଣ କରିଥିଲା ପର୍ତ୍ତୁଗିଜ୍ ସେନା ।

Burning Ship Drifts In Atlantic
ମହାସାଗରର ଅକାତ କାତ ପାଣିରେ ଜାହାଜରେ ଲାଗିଲା ନିଆଁ, ଜାହାଜରେ ଥିଲା ଦାମୀ କାର୍‌...

ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, Porsche, ଅଡି ଭଳି ଦାମୀ କାର୍‌ ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳି ଯାଇଥିଲା।

Belgium announces 4-day work week
ଏଣିକି ସପ୍ତାହକୁ ମାତ୍ର ୪ ଦିନ କାମ କରିବେ ଅଫିସ୍‌ କର୍ମଚାରୀ

ସାଧାରଣତଃ ସପ୍ତାହରେ ୬ ଦିନ ୱର୍କିଂ ଡେ’ ଓ ଗୋଟିଏ ଦିନ ଛୁଟିଦିନ ରହିଥାଏ । ହେଲେ ଏଣିକି ସପ୍ତାହରେ ୬ ଦିନ ବଦଳରେ ମାତ୍ର ୪ ଦିନ କାମ କରିବେ ଅଫିସ୍‌ କର୍ମଚାରୀ ।

Anti-India Protest
ମାଳଦ୍ୱୀପରେ ଚୀନର ଭାରତ ବିରୋଧୀ ଷଡ଼ଯନ୍ତ୍ର : ହାତବାରିସି ପାଲଟିଛନ୍ତି ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନ

ପୂର୍ବତନ ରାଷ୍ଟ୍ରପତି ଅବଦ୍ଦୁଲା ୟମିନଙ୍କୁ ହାତ ବାରିସି କରି ଭାରତ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିବାକୁ ଚେଷ୍ଟା କରୁଛି ଚୀନ୍ । ଖାସ୍ କରି ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ୟମିନ୍ ମୁକ୍ତ ହେବା ପରେ ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ଜୋରଦାର କରିଛନ୍ତି।

Russia-Ukraine Conflict
ୟୁକ୍ରେନ ବିବାଦର ହେବ କି ଶାନ୍ତିପୂର୍ଣ୍ଣ ସମାଧାନ ?

 ୟୁକ୍ରେନ ଶାସକ ଋଷିଆକୁ ଉପେକ୍ଷା କରି ୟୁରୋପୀୟ ସଂଘ ଓ ନାଟୋର ନିକଟତର ହେବାକୁ ଚେଷ୍ଟା କରୁଛି । ଏହାକୁ ଜୋରଦାର ଢଙ୍ଗରେ ବିରୋଧ କରୁଛନ୍ତି ଋଷ ରାଷ୍ଟ୍ରପତି ପୁତିନ ।

Ukraine Accused Pro-Russian Rebels Of Shelling In Border
ୟୁକ୍ରେନରେ ଗୋଳାବାରୁଦ ମାଡ଼; ରୁଷିଆର ଆକ୍ରମଣ ନେଇ ବଢ଼ିଲା ଆଶଙ୍କା

ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।

Kim Jong Un
ଏକଛତ୍ରବାଦୀ ଶାସକଙ୍କ ତାନାଶାହି ! ପିତାଙ୍କ ଜୟନ୍ତୀରେ ଫୁଟିଲାନି ଫୁଲ, ମାଳିଙ୍କୁ କଠୋର ସଜା ଶୁଣାଇଲେ କିମ୍ ଜୋଙ୍ଗ୍

ଉତ୍ତରକୋରିଆର ସେମଜିୟନ ସହରରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜନ୍ମ ବାର୍ଷିକୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍‌ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ଏକ ପ୍ରକାର ସ୍ୱତନ୍ତ୍ର ଫୁଲ ଲାଗିଥାଏ । ହେଲେ ମାଳିମାନେ ଅନବରତ କାମ କରିବା ଦ୍ୱାରା ମଧ୍ୟ ସେହି ଦିନ ଫୁଲ ଫୁଟିପାରିନଥିଲା ।

Russia-Ukraine Conflict
ଚରମସୀମାରେ ୟୁକ୍ରେନ ଟେନସନ୍ ! ରୁଷ୍ ଆଜି ହମଲା କରିବ ନା ସୈନ୍ୟ ଅପସାରଣ କରିବ?

ବିଶ୍ୱର ଅନେକ ରାଷ୍ଟ୍ର ୟୁକ୍ରେନରେ ଥିବା ସେମାନଙ୍କର ଦୂତାବାସରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି । ସେମାନଙ୍କ ଦେଶର ନାଗରିକଙ୍କୁ ମଧ୍ୟ ୟୁକ୍ରେନ ଛାଡି ସ୍ୱଦେଶ ଫେରି ଆସିବାକୁ କହିଛନ୍ତି । ଆମେରିକା, ଜର୍ମାନୀ, ଇଟାଲୀ, ବ୍ରିଟେନ, ଆୟର୍ଲାଣ୍ଡ, ବେଲଜିୟମ ଓ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟ ଏହି ଧାରାରେ ସାମିଲ ହୋଇଛି ।

Could conflict escalate to war
୧.୩୦ ଲକ୍ଷ ସୈନିକ, ଯୁଦ୍ଧ ବିମାନ, ମିସାଇଲ୍‌ ଟ୍ୟାଙ୍କ୍‌ : ଚକ୍ରବ୍ୟୁହ ଭିତରେ ୟୁକ୍ରେନ୍, ଆକ୍ରମଣ କରିବ ଋଷ ?

ଷ ନିଜ ଜିଦରେ ଅଟଳ । ରବିବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ (Joe Biden) ‌ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସହ ଆଲୋଚନା କରିଛନ୍ତି । ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy)ଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା କରିଛନ୍ତି ।

special story
ଏକ ନିଆରା ପ୍ରେମକାହାଣୀ ! ୨ ଫୁଟର ଝିଅକୁ ପ୍ରେମ କରି ବସିଲେ ୫ ଫୁଟର ପୁଅ

୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା 

spider man
ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଜାର୍ଜ , ୧୫ ମିନିଟରେ ଚଢ଼ିଯାଉଛନ୍ତି ତିନି ମହଲା କୋଠା

୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ । ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି ।

Special Story
ଭାରତ ଉପରେ ଆକ୍ରମଣ କରିବ ଚାଇନା ? ସତର୍କ କରାଇଲା ଆମେରିକା

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା।

military drills
ଋଷିଆ ଓ ବେଲାରୁଷର ମିଳିତ ସମରାଭ୍ୟାସ : ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ

ୟୁକ୍ରେନ ବିବାଦକୁ ନେଇ ଯୁଦ୍ଧ ଆସନ୍ନ ଥିବା ବେଳେ ଋଷିଆ ଓ ବେଲାଋଷର ମିଳିତ ସମରାଭ୍ୟାସ ୟୁକ୍ରେନ ସୀମାକୁ ଲାଗିଥିବା ବେଲାରୁଷରେ ଏହି ୧୦ ଦିନିଆ ସମରାଭ୍ୟାସ ଆରମ୍ଭ ହୋଇଛି । ଏଠାରେ ମୁତୟନ ଅସ୍ତ୍ରଶସ୍ତ୍ରରୁ ଋଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତି ସାରିଥିବା ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରୁଛନ୍ତି

Horrible parents
ମା’ବାପା ନା ରାକ୍ଷକ ! ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାକ୍ସରେ ବନ୍ଦ କରି ପୋଷ୍ୟ ସନ୍ତାନକୁ ନିର୍ଧୁମ ମାଡ଼ ମାରୁଥିଲେ

କ୍ରୁରତାର ସବୁ ସୀମା ପାର କଲେ ମା’ବାପା । ପୋଷ୍ୟ ସନ୍ତାନ ବୋଲି ପଶୁଜନ୍ତୁ ପରି ବ୍ୟବହାର କରୁଥିଲେ ।

death
ରିଲ୍‌ ଚକ୍କରରେ ମୃତ୍ୟୁ କୋଳକୁ ଚାଲିଗଲେ ଯୁବକ, ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ଥିଲେ ସ୍ତ୍ରୀ

ଜୀବନ ନେଲା ରିଲ୍ ଭିଡିଓ । ଭିଡିଓ ତିଆରି କଲା ବେଳେ ନଦୀରେ ବୁଡ଼ିଗଲେ ଯୁବକ ।

rape
ବିଜିନେସ୍ କ୍ଲାସରେ ମହିଳାଙ୍କ ସହ ଦୁଷ୍କର୍ମ ! ନ୍ୟୁଜର୍ସିରୁ ଲଣ୍ଡନ୍ ଯାଉଥିଲା ବିମାନ

ଯାତ୍ରୀମାନେ ଶୋଇଥିବା ସମୟରେ ଏହାର ସୁଯୋଗ ନେଇ ମହିଳାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଏହି ଘଟଣା ଘଟିଛି ।

Kashmir Solidarity Day marked as Fraud Day in PoK
ପାକିସ୍ତାନ ମନାଇଲା ‘ଏକ୍‌ଜୁଟ୍ ଦିବସ’; ବିରୋଧ କଲେ ପାକ୍‌ ଅଧିକୃତ କାଶ୍ମୀରବାସୀ

କାଶ୍ମୀରରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ସମର୍ଥନ କରିବା ପାଇଁ ପାକିସ୍ତାନ ଗତ ୧ ତାରିଖରେ କାଶ୍ମୀରର ଏକତା ଦିବସ ପାଳନ କରିଥିଲା। ଯାହାକୁ ପାକିସ୍ତାନ ଅଧିକୃତ କାଶ୍ମୀର (POK) ବିରୋଧ କରିଛି । ଏମିତିକି ସେମାନେ ଫେବୃଆରୀ ୫ ତାରିଖରେ ପାକିସ୍ତାନକୁ 'ଠକେଇ ଦିବସ'(fraud day) ଭାବରେ ପାଳନ କରି କାଶ୍ମୀରର ଏକତା ଦିବସ ପାଳନକୁ ବିରୋଧ କରିଛନ୍ତି ।

iPhone 13 Pro Max
ଅର୍ଡର କଲେ ୧.୫ ଲକ୍ଷର ମୋବାଇଲ, iPhone 13 Pro Max​ ବଦଳରେ ଆସିଲା ସାବୁନ୍ ବୋତଲ

ବ୍ରିଟେନର ଖୋଲା ଲାଫଲି ନାମକ ଜଣେ ୩୨ ବର୍ଷୀୟ ମହିଳା ଜାନୁଆରୀ ୨୪ରେ ସ୍କାଏ ମୋ‍ବାଇଲରୁ ଏକ ଆଇଫୋନ୍ ଅର୍ଡର କରିଥିଲେ । କିଛି ଟଙ୍କା ପଇଠ କରିବା ସହ ୩୬ ମାସର ଇଏମଆଇରେ ସେ ଏହି ଫୋନ ପାଇଁ ଅର୍ଡର କରିଥିଲେ ।

Cyclone Batsirai
ତାଣ୍ଡବ ରଚିଲା ବାତ୍ୟା: ୧୦ ମୃତ, ୪୮ ହଜାର ଲୋକ ପ୍ରଭାବିତ

ଭାରତ ମହାସାଗର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଘୂର୍ଣ୍ଣିବାତ୍ୟାଟି ଦୁର୍ବଳ ହୋଇଥିଲା।

Pakistan army
ବେଲୁଚିସ୍ତାନରେ ଭୀଷଣ ଯୁଦ୍ଧ ! ୨୦ ବଲୁଚି ବିଦ୍ରୋହୀ ଓ ୯ ପାକ୍‌ ସେନା ମୃତ

ପାକ୍ ସେନା ସୂଚନା ଅନୁସାରେ ନୌସକି ପ୍ରଦେଶରେ ହୋଇଥିବା ଏନକାଉଣ୍ଟରରେ ୯ ବଲୁଚ୍ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ ସମେତ ପାକ୍ ସେନାର ପାଞ୍ଚ ଜଣ ଯବାନଙ୍କର ମଧ୍ୟ ଜୀବନ ହରାଇଛନ୍ତି ।

money
ମାଲାମାଲ୍ କଲା ଲଟେରୀ ! ବିଦେଶରେ ୪୫ କୋଟି ଟଙ୍କା ଜିତିଲେ ଭାରତୀୟ ମହିଳା

ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।

Abu Bakr
ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା: ୟୁଏଇରୁ ଧରାପଡ଼ିଲା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା