ଫେବୃଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ଋଷ । ଆଉ ଆଜି ହେଉଛି ମାର୍ଚ୍ଚ ୨୪ । ମାସେ ଭିତରେ ଏହି ଯୁଦ୍ଧ ୟୁକ୍ରେନ୍କୁ ଯେତିକି କ୍ଷତିଗ୍ରସ୍ତ କଲାଣି, ବିଶ୍ୱକୁ ବି ସେତିକି ପ୍ରଭାବିତ କଲାଣି । ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶଙ୍କ ବିଭିନ୍ନ ପନ୍ଥାରେ ଚାପ ସତ୍ତ୍ୱେ ଋଷ ରାଷ୍ଟ୍ରପତି ପୁତିନ ନିଜ ଜିଦ୍ରେ ଅଟଳ । ଏଣେ ୟୁକ୍ରେନ୍ ବି ଅସମ୍ଭବ କ୍ଷୟକ୍ଷତି ସହିବା ସତ୍ତ୍ୱେ ଅସ୍ତ୍ରତ୍ୟାଗ ପାଇଁ ନାରାଜ । ଏଭିତରେ ଆଜି ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଏକାଠି ହୋଇଛନ୍ତି ନାଟୋ, ୟୁରୋପୀୟ ସଂଘ ଓ G7 ନେତା ।
Published: Satyendu Shekher Mishra
Last updated: 24 March 2022, 08:39 PM IST
ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।