Advertisment

ମାରିଉପୋଲରେ ହାହାକାର ସ୍ଥିତି: ଖାଦ୍ୟ ପାଲଟିଛନ୍ତି ବୁଲା କୁକୁର

ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

author-image
Chandan Shishu
Russia-Ukraine Crisis

Russia-Ukraine Crisis

ଖାଦ୍ୟ ପାଲଟିଛନ୍ତି ବୁଲା କୁକୁର। ଶୋଷ ମେଣ୍ଟାଉଛି ଗାଡ଼ି ଇଞ୍ଜିନ୍‌ର ରେଡିଏଟର୍ ପାଣି। ୟୁକ୍ରେନର ବନ୍ଦର ସହର ମାରିଉପୋଲରେ ସାଂଘାତିକ ମାନବୀୟ ବିପର୍ଯ୍ୟୟ। ଖାଦ୍ୟ ନାହିଁ, ପାଣି ନାହିଁ, ବିଜୁଳି ନାହିଁ। ଅତି ଦୟନୀୟ ଭାବେ ଜୀବନ ବଞ୍ଚାଉଛନ୍ତି ଏଠିକାର ବାସିନ୍ଦା। ୟୁକ୍ରେନ୍ ଦକ୍ଷିଣ ପଶ୍ଚିମରେ ଥିବା ଏହି ବନ୍ଦର ନଗନୀ ପ୍ରତିରକ୍ଷା ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଏହାକୁ କବଜା କରିବାକୁ ଚେଷ୍ଟା ଚଳାଇଛି ଋଷ ସେନା। ମାରିଉପୋଲ ନିୟନ୍ତ୍ରଣକୁ ଆସିଲେ ଡନେସ୍କ, ଲୁହାନ୍ସ ଓ କ୍ରିମିଆ ଅଞ୍ଚଳକୁ ସ୍ଥଳଭାଗରେ ଯୋଗାଯୋଗ ସ୍ଥାପନ ହୋଇପାରିବ।

Advertisment

ହେଲେ ଋଷ ସେନାକୁ ମୁହଁତୋଡ୍ ଜବାବ୍ ଦେଉଛନ୍ତି ୟୁକ୍ରେନ ସୈନ୍ୟ। ଖାସ୍ କରି ୟୁରୋପୀୟ ରାଷ୍ଟ୍ର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାପରେ ୟୁକ୍ରେନକୁ ଋଷୀୟ ଆକ୍ରମଣର ପ୍ରତିରୋଧ କରିବାକୁ ବଳ ମିଳିଛି। ଗୋଟିଏ ପଟେ ଶାନ୍ତି କଥାବାର୍ତ୍ତାରେ କୌଣସି ଅଗ୍ରଗତି ହେଉନଥିବା ବେଳେ ଏଣେ ଋଷ ସେନାକୁ ମିଳୁନି ବଡ଼ ସଫଳତା। ଏହାକୁ ନେଇ ରାଷ୍ଟ୍ରପତି ପୁତିନ ଅଧିକ ଆକ୍ରମଣାତ୍ମକ ହେଉଥିବା କୁହାଯାଉଛି।

ତେଣୁ ମାରିଉପୋଲକୁ ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଫଳରେ ଏଠାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ ଲୋକେ ବୁଲା କୁକୁରଙ୍କୁ ମାରି ଖାଇବାକୁ ବାଧ୍ୟ ହେଉଥିବା ଜଣାପଡିଛି। ସେହିପରି ଗାଡ଼ି ସମେତ ବିଭିନ୍ନ ଇଞ୍ଜିନ୍ ରେଡିଅଟରରେ ଥିବା ପାଣି ଓ ବାହାରେ ପଡ଼ିଥିବା ବରଫକୁ ତରଳାଇ ପିଉଛନ୍ତି।  ସେଠାରୁ ପଳାଇ ଆସିଥିବା କିଛି ଲୋକ କହିଛନ୍ତି ଏଭଳି ଉଦବେଗଜନକ କଥା।

Advertisment

ମାରିଉପୋଲକୁ ଋଷ ସେନା ହାତରେ ସମର୍ପଣ ଲାଗି କହିଥିଲେ ପୁତିନ। ସହର ଉପରେ ନିୟନ୍ତ୍ରଣ ଛାଡି ଦେଲେ ମେରିଓପୋଲକୁ ସମସ୍ତ ପ୍ରକାର ମାନବୀୟ ସହାୟତା ପଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। କୌଣସି ସ୍ଥିତିରେ ବି ସହରକୁ ବଞ୍ଚାଇବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ୟୁକ୍ରେନ ହ୍ୟୁମାନଟେରିଆନ କରିଡ଼ର ପ୍ରତିଷ୍ଠା ଲାଗି ଦାବି କରିଥିଲେ ମଧ୍ୟ, ପୁତିନ ରାଜି ହୋଇନାହାନ୍ତି। ମାରିଉପୋଲରେ ଏବେବି ଦେଢ ଲକ୍ଷରୁ ୩ ଲକ୍ଷ ଯାଏଁ ଲୋକ ଫସି ରହିଥିବା କୁହାଯାଉଛି। ଆତ୍ମସମର୍ପଣ ଲାଗି ଜେଲେନସ୍କିଙ୍କୁ ବାଧ୍ୟ କରିବାକୁ ପୁତିନ ଏଭଳି ଚରମ ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି।

ଫେବ୍ରୁଆରୀ ୨୪ ପୂର୍ବରୁ ଚଳଚଞ୍ଚଳ ଥିଲା ବନ୍ଦର ସହର ମାରିଉପୋଲ। ସୁଦୃଶ ଅଟ୍ଟାଳିକା, ପ୍ରଶସ୍ତ ରାସ୍ତାଘାଟ ଓ ସବୁଜିମାରେ ହସୁଥିଲା ସାରା ସହର। ମାତ୍ର ପୁତିନଙ୍କ କ୍ରୋଧରେ ଶ୍ମଶାନରେ ପରିଣତ ହୋଇଛି ମେରିଓପୋଲ। ଏଠାକାର ୮୦ ପ୍ରତିଶତ ଭିତ୍ତିଭୂମି କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ଧରାଶାୟୀ ହୋଇଛି। ୪୦ ପ୍ରତିଶତ ଭିତ୍ତିଭୂମି ଏଭଳି କ୍ଷତିଗ୍ରସ୍ତ ହୋଇଛି ଯାହାର ପୁନର୍ନିମାଣ ଆଦୌ ସମ୍ଭବ ନୁହେଁ। ଯୁଆଡ଼େ ଦେଖିଲେ ଖାଲି ଧ୍ୱଂସ ଆଉ ଧ୍ୱଂସର ତାଣ୍ଡବ।

ଉଜୁଡା ଅଟ୍ଟାଳିକା, ପୋଡାଜଳା ଯାନବାହନ ସାଙ୍ଗକୁ ଜନଶୂନ୍ୟ ହୋଇଯାଇଛି ସହରର ଅନେକ ଅଂଶ ଯୁଦ୍ଧ ଆରମ୍ଭ ପର ଠାରୁ ଏଠାକାର ୨ ହଜାର ୩ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ପ୍ରକୃତ ସଂଖ୍ୟା କେତେ, ତାର କୌଣସି ହିସାବ ନାହିଁ। ଏହାସତ୍ତ୍ୱେ ବି ହାର ମାନୁନାହାନ୍ତି ୟୁକ୍ରେନବାସୀ। ସତେକି ଜୀବନ ଦେଇ ସହରର ସ୍ବାଧୀନତା ବଜାୟ ରଖିବାକୁ ସେମାନେ ବଦ୍ଧ ପରିକର।

MARIUPOL_SITUATION_PKG_KJ

Russia Ukraine Crisis Ukraine Crisis Ukraine Russia War
Advertisment
Advertisment