କିଏ ହେବ ରାଜ୍ୟର ଆଗାମୀ ମୁଖିଆ ...କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ?
ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।
ବ୍ୟୟବହୁଳ ଜମାନାରେ ପୁଞ୍ଜି ଏକ ବଡ଼ ଆହ୍ୱାନ । ଆବଶ୍ୟକତା ଠାରୁ ସଉକ ଯଦି ଭାରି ପଡ଼ିଯାଏ, ତେବେ ଆମେ ଋଣଗ୍ରସ୍ତ ଜୀବନକୁ ଜାଣତରେ କିମ୍ବା ଅଜାଣତରେ ନିଜେ ହିଁ ଆଦରି ନେଉ । ପରିଶେଷରେ ଏହାର କୁପ୍ରଭାବ ଆମକୁ ଆର୍ଥିକ, ମାନସିକ ଏବଂ ପରିଶେଷରେ ଚିନ୍ତାଗ୍ରସ୍ତ ଜୀବନ ଜିଇଁବାକୁ ବାଧ୍ୟ କରେ । ସମୟ ଥାଉ ଥାଉ ଏମେ ଏଥିପ୍ରତି ସଚେତନ ହେଲେ ଜଞ୍ଜାଳରୁ ମୁକ୍ତି ଯେ ମିଳିବ ଏଥିରେ ଦ୍ୱିମତ ନାହିଁ.....
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି ।
୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଯୁଦ୍ଧ ସମୟରେ ପାକିସ୍ତାନ ଡିସେମ୍ବର ୩ରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ରାସ୍ତାକଡ ଖାଦ୍ୟ ଛାଡିଦେବେ। ଚାଉମିନ୍ ଧୋଇବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଭାରତୀୟ ନୌସେନା ହେଉଛି ଭାରତର ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଯାହାକି ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋପୋନିକ୍ସ ଏବଂ ଜାତୀୟ ନିରାପତ୍ତା ପାଇଁ କାମ କରିଥାଏ। ଏହାର ମୁଖ୍ୟ ପରିସର ହେଉଛି ଭାରତୀୟ ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଏବଂ ଏହାର ଆବଶ୍ୟକତା ପୂରଣ କରିବା।
ଆଜିଠୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି ।
ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଏହାର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଗଣତି ପାଇଁ ୪୦ଟି କାଉଣ୍ଟିଂ ହଲର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି ।
ଯଦି ଆପଣ ନିୟମିତ ପାନପତ୍ର ଚୋବାନ୍ତି ତେବେ ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବ୍ୟବହାର ମଧ୍ୟ କରାଯାଏ। ତେବେ ଆସନ୍ତୁ ଏହାର ୫ଟି ଉପକାର ବିଷୟରେ ଜାଣିନେବା।
୧୯୭୨ ଆଣ୍ଡେସ୍ ମାଉଣ୍ଟେନ୍ ବିମାନ ଦୁର୍ଘଟଣା। ମୃତ ପ୍ରିୟଜନଙ୍କ ମାଂସ ଖାଇ ବଞ୍ଚାଉଥିଲେ ଜୀବନ।
ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍।
ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ ସମ୍ରାଟ କେ. ଚନ୍ଦ୍ରଶେଖର ରାଓଙ୍କ ଗଡ଼ରେ ତାଙ୍କୁ ପରାସ୍ତ କରିବା ଅସମ୍ଭବ ।
ଆଉ, କ୍ଷମତା ବଜାୟ ରଖିବ କଂଗ୍ରେସ । ହେଲେ ସକାଳୁ ଗଣତି ଯେତିକି ଆଗକୁ ବଢୁଥିଲା, କଂଗ୍ରେସ ହାତରୁ ଖସି ଖସି ଯାଉଥିଲା ସରକାର । କ୍ଲୋଜ୍ ଫାଇଟ୍ ଭିତରେ ଅପରାହ୍ଣ ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଚିତ୍ର । ୧୫ ବର୍ଷ ଧରି ବିରୋଧୀ ଦଳରେ ରହିବା ପରେ ଏଠି ୨୦୧୮ରେ ସରକାରକୁ ଆସିଥିଲା କଂଗ୍ରେସ । ୨୦୧୮ ନିର୍ବାଚନରେ ୯୦ ଆସନରୁ କଂଗ୍ରେସ ୬୮ ଏବଂ ବିଜେପି ପାଇଥିଲା ମାତ୍ର ୧୫ଟି ସିଟ୍ ।
ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ର ।
ରୋକି ପାରିଲେନି ନିଜର ଉତ୍କଣ୍ଠା। ଆଗୁଆ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।
AFCAT ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ ଓ ଗ୍ରାଉଣ୍ଡ ଡ୍ୟୁଟି(ଟେକ୍ନିକାଲ୍ ଓ ନନ୍ଟେକ୍ନିକାଲ୍) ପଦବୀ ପୂରଣ ହେବ। ଚୟନ ହେଲେ ମାସକୁ ଦେଢ ଲକ୍ଷ ଟଙ୍କା ପରେ ଦରମା ମିଳିବ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବିବାହ ଭୋଜିର ଭିଡିଓ । ଯେଉଁ ଭୋଜିରେ କିଛି ଅତିଥି ଯୋଗଦେଇଛନ୍ତି । ଅତିଥିମାନଙ୍କ ପାଇଁ ବଫେର ମଧ୍ୟ ବ୍ୟବସ୍ଥା ହୋଇଛି । ହେଲେ ବଫେରେ ଗେଷ୍ଟମାନେ ରୁଟି ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳୁଛି ।
ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍....ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଛି...
ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ୟାଲେସ୍ରୁ ପାର୍ଲାମେଣ୍ଟ୍ ଆଉ ଏବେ ବିଧାୟକ ନିର୍ବାଚନ ଜିତିଲେ ରାଜ ପରିବାରର ଦିୟା କୁମାରୀ ।